ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିଏଏ, କେଜ୍ରିଓ୍ବାଲ ଏବେ ଆଫଗାନିସ୍ତାନ; ଭାରତ ଓ ତାଲିବାନର ବନ୍ଧୁତାକୁ ନେଇ ଆମେରିକାର ଆପତ୍ତି

ନୂଆଦିଲ୍ଲୀ,୩୦/୦୩: ଭାରତ ଓ ଆମେରିକା ମଧ୍ୟରେ ଘରୋଇ ଏବଂ ବୈଦେଶିକ ନୀତି ତଥା ପ୍ରସଙ୍ଗ ସମ୍ପର୍କରେ ଉଚ୍ଚବାଚ ପରିସ୍ତିତି ଦେଖିବାକୁ ମିଳିଛି। ସିଏଏ, ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ, କଂଗ୍ରେସର ଫ୍ରିଜ୍ ବ୍ୟାଙ୍କ ଆକାଉଣ୍ଟ ମାମଲା ଉଠାଇବା ପରେ ଆମେରିକା ତାଲିବାନ ସହ ଭାରତର ସମ୍ପର୍କ ଉପରେ ପରାମର୍ଶ ଦେଇଛି। ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନରେ ଏକୀକୃତ କୂଟନୈତିକ ଆଭିମୁଖ୍ୟ ଗ୍ରହଣ କରିବାକୁ ଆମେରିକା ଭାରତକୁ କହିଛି। ଆମେରିକାର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଜେପି ସିଂ କାବୁଲ ଗସ୍ତରେ ଆସିଛନ୍ତି। ଆଉ ଏହାରି ଭିତରେ ଭାରତୀୟ ଅଧିକାରୀ ତାଲିବାନର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ।

ଭଏସ୍ ଅଫ୍ ଆମେରିକାର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ ପାଇଁ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧୀ ଥୋମାସ୍ ୱେଷ୍ଟ ଭାରତୀୟ ବୈଦେଶିକ ସଚିବଙ୍କୁ ଅନୁରୋଧ କରିଛନ୍ତି ଯେ, ସେ ଆଫଗାନିସ୍ତାନରେ ଏକ ଏକୀକୃତ କୂଟନୈତିକ ଆଭିମୁଖ୍ୟ ବିକାଶ କରନ୍ତୁ ଯଦ୍ଦ୍ବାରା ସାମୁହିକ ହିତ ସାଧନକୁ ସମର୍ଥନ କରାଯାଇପାରିବ। ଆମେରିକା ତୁଳନାରେ ଭାରତ କାବୁଲର ନୂତନ ସରକାର ସହ ସମ୍ପର୍କ ବଜାୟ ରଖିଛି। କେବଳ ଏତିକି ନୁହେଁ ଭାରତ ଏବଂ ତାଲିବାନ ମଧ୍ୟରେ ସମ୍ପର୍କ ଏବେ ନୂଆ ଶିଖରରେ ପହଞ୍ଚିଛି। ଚୀନ୍ ତାଲିବାନ ରାଷ୍ଟ୍ରଦୂତଙ୍କୁ ସ୍ୱୀକୃତି ଦେବା ପରେ ଭାରତ ଏହି ପଦକ୍ଷେପ ନେଇଛି। ସେପଟେ ଆମେରିକା ମଧ୍ୟ ତାଲିବାନ ନେତାମାନଙ୍କୁ ପୃଥକ କରିବା ନୀତିରେ ଲାଗିପଡ଼ିଛି।

ତାଲିବାନ ଉପରେ ଆମେରିକାର ପ୍ରତିବନ୍ଧକ ଏବେ ବି ଜାରି ରହିଛି। ଅନେକ ବିଶ୍ଳେଷକ ଆମେରିକାର ଏହି ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି କିନ୍ତୁ ବାଇଡେନ ପ୍ରଶାସନ ଏହା ଉପରେ ଦୃଢ଼ୋକ୍ତି ରଖିଛି। ତାଲିବାନ ମହିଳାମାନଙ୍କୁ ଶିକ୍ଷା ଏବଂ କାର୍ଯ୍ୟ କରିବାର ଅଧିକାର ନ ଦେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଆମେରିକା କହିଛି। ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ରୁସ୍ତମ ଶାହା ମହମ୍ମଦ କହିଛନ୍ତି ଯେ ଭାରତ ତାଲିବାନ ସହ ବାଣିଜ୍ୟ କରିବାକୁ ଏବଂ ମଧ୍ୟ ଏସିଆର ଶକ୍ତି ସମ୍ବଳ ପାଇବାକୁ ଚାହୁଁଛି। ତାଲିବାନ ବୈଦେଶିକ ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଭାରତୀୟ ଅଧିକାରୀ କହିଛନ୍ତି ଯେ ଇରାନ ଭାରତ ଦ୍ୱାରା ନିର୍ମିତ ଚାବାହର ବନ୍ଦର ମାଧ୍ୟମରେ ବାଣିଜ୍ୟ ବୃଦ୍ଧି କରିବାକୁ ଚାହୁଁଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.