ପ୍ରମୁଖ ଖବର
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ବ୍ୟାପୁଛି ଭାଇରାଲ ଜ୍ୱର: ଶିଶୁଙ୍କ କାନ୍ଦରେ ଫାଟୁଛି ପରିସର,କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୩୦୦ ପୀଡ଼ିତ ଶିଶୁ

ଭୁବନେଶ୍ୱର,୦୭/୦୯: କ୍ୟାପିଟାଲ ହସ୍ପିଟାଲ୍‌ ଶିଶୁ ବିଭାଗରେ ସାଙ୍ଗାତିକ ପରିସ୍ଥିତି । ଶିଶୁଙ୍କ କାନ୍ଦ ବୋବାଳିରେ  ଫାଟି ପଡ଼ୁଛି ପରିସର । ପାଦ ପକାଇବା ପାଇଁ ଜାଗା ନାହିଁ ।  ଦିନକୁ ଭାଇରାଲ ଫିଭରରେ ଆକ୍ରାନ୍ତ ୩୦୦ ଶିଶୁ ଚିକିତ୍ସା ପାଇଁ ଆସୁଛନ୍ତି । ଜ୍ୱରରେ ଥରୁଥିବା ପିଲାଙ୍କୁ କାଖରେ ଧରି ମା’ ମୁଣ୍ଡକୁ ଆଉଁସି ଦେଉଛି, ଥାପୁଡ଼ାଉଛି । ହେଲେ ଅବୁଝା ପିଲା ଯନ୍ତ୍ରଣାରେ ଛଟପଟ ହୋଇ କାନ୍ଦି ଚାଲିଛନ୍ତି । ଜ୍ୱର, କାଶ, ଝାଡ଼ା ଆଉ ନିଃଶ୍ୱାସରେ ନେବାରେ ଧଇଁସଇଁ  ହେଉଛନ୍ତି । ଆଉଟ୍‌ ଡୋର ଓ ଇନ୍‌ଡୋର୍‌ରେ ପିଲା ଖୁନ୍ଦି  ହେଉଛନ୍ତି । ଡାକ୍ତର, ନର୍ସଙ୍କୁ ଫୁର୍‌ସତ ମିଳୁନଥିବା  ଦେଖିବାକୁ ମିଳିଛି । 

ସାଧାରଣ ୱାର୍ଡରେ ଯେତିକି ଶିଶୁ  ଭର୍ତ୍ତି ହୋଇଛନ୍ତି, ତା’ଠାରୁ ଅଧିକ ଚଟାଣରେ ପଡ଼ିଛନ୍ତି।  ସେଠାରେ ଯନ୍ତ୍ରଣାଦାୟକ ସ୍ଥିତି ସୃଷ୍ଟି ହେଉଛି । ବିଭାଗକୁ  ଦୈନିକ ୪୦୦ ଶିଶୁ ଆସୁଛନ୍ତି । ସେମାନଙ୍କ ଭିତରୁ ୩୦୦  ହେବ ଶିଶୁ ଭାଇରାଲ ଫିଭରରେ ପୀଡ଼ିତ । ଶିଶୁ ୱାର୍ଡରେ  ୭୦ ବେଡ୍‌ରେ ପୂର୍ଣ୍ଣ । ଏହାବ୍ୟତୀତ ଏସ୍‌ଏନ୍‌ସିୟୁ ଓ  ପେଡିଆଟ୍ରିକ୍‌ କେୟାର ୟୁନିଟ୍‌ରେ ମଧ୍ୟ ଚିକିତ୍ସିତ ଅଛନ୍ତି ।  ଦୈନିକ ୨୦ ପାଖାପାଖି ଶିଶୁ ୱାର୍ଡରେ ଭର୍ତ୍ତି ହେଉଛନ୍ତି ।  

ହସ୍ପିଟାଲ୍‌ କର୍ତ୍ତୃପକ୍ଷ କହିଛନ୍ତି, ପାଣିପାଗରେ ପରିବର୍ତ୍ତନ  ହେଉଛି । ତେଣୁ ପିଲାମାନେ ଭାଇରାଲ ଫିଭରରେ ପୀଡ଼ିତ  ହେଉଛନ୍ତି । ହସ୍ପିଟାଲକୁ ଆସୁଥିବା ପିଲାଙ୍କ ଭିତରୁ ଅଧିକାଂଶ  କେବଳ ଭାରଇାଲ ଫିଭରରେ ପୀଡ଼ିତ । ପିଲାମାନେ ଯନ୍ତ୍ରଣା  ଯୋଗୁଁ ଅତି ଉଚ୍ଚ ସ୍ୱରରେ କାନ୍ଦୁଛନ୍ତି । ପିତାମାତା ପିଲାଙ୍କ ରାହା  ଧରି କାନ୍ଦିବା ଓ କଷ୍ଟ ଦେଖି ଚିନ୍ତିତ ହେଉଛନ୍ତି । ହେଲେ ଚିନ୍ତା  କରିବାର କିଛି ନାହିଁ । ସୁସ୍ଥ ହେବାକୁ ୪ରୁ ୭ ଦିନ ଲାଗିବ ।

Copyright © 2022 - Summa Real Media Private Limited. All Rights Reserved.