ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ତୃତୀୟ ଏବଂ ଚତୁର୍ଥ ଟେଷ୍ଟରୁ ବି ବାହାରେ ରହିବେ ବିରାଟ, ସାମ୍ନାକୁ ଆସିଲା ଲାଟେଷ୍ଟ ଅପଡେଟ୍

Published By : Prameya | February 7, 2024 10:36 PM

ନୂଆଦିଲ୍ଲୀ,୭/୨ :  ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟର ବିରାଟ କୋହଲୀ ଇଂଲଣ୍ଡ ବିପକ୍ଷରେ ତୃତୀୟ ଏବଂ ଚତୁର୍ଥ ଟେଷ୍ଟରୁ ବି ବାହାରେ ରହିବେ । ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ଟେଷ୍ଟରେ ବି ବିରାଟ କୋହଲୀଙ୍କ ଖେଳିବା ଉପରେ ବି ଅନିଶ୍ଚିତତା ରହିଛି । ଇଏସପିଏନ କ୍ରିକଇଂଫୋର ରିପୋର୍ଟ‌ରେ ବିରାଟ କୋହଲୀ ଚୟନ ଲାଗି ଉପଲବ୍ଧ ହେବେ ନାହିଁ ବୋଲି ଦାବି କରାଯାଇଛି । ଏହା ପୂର୍ବରୁ ବିରାଟ କୋହଲୀ ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ସିରିଜର ଆରମ୍ଭରେ ଦୁଇଟି ମ୍ୟାଚରୁ ନାଁ ଫେରାଇ ନେଇଥିଲେ ।

ବିରାଟ କୋହଲୀଙ୍କୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ଦୁଇଟି ମ୍ୟାଚ୍ ଲାଗି ଟିମ୍ ଇଣ୍ଡିଆରେ ସ୍ଥାନ ଦିଆଯାଇଥିଲା । କିନ୍ତୁ ସିରିଜର ଆରମ୍ଭରୁ ଠିକ୍ ଗୋଟିଏ ଦିନ ପୂର୍ବରୁ କୋହଲୀ ଟିମ୍‌ରୁ ନାଁ ଫେରସ୍ତ ନେଇଥିଲେ । ବିରାଟ କୋହଲୀ କୌଣସି କାରଣ ବସତ ଟିମରୁ ବାହାରେ ଅଛନ୍ତି ଏହା ବିଷୟରେ କୌଣସି ସୂଚନା ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ ପକ୍ଷରୁ ଦିଆଯାଇନାହିଁ । ବିସିସିଆଇର କହିବା କଥା କି ବିରାଟ କୋହଲୀ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ଏବଂ ତାଙ୍କ କଥାର ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଉଛି । ପ୍ରକାଶ ଯେ ବିରାଟ କୋହଲୀ ଟିମ୍‌ରୁ ନାଁ ଫେରସ୍ତ ନେବା ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ସହ କଥା ହୋଇଥିଲେ । କିନ୍ତୁ କେହି ବି ବିରାଟ କୋହଲୀ ଟିମ୍‌ରେ ନଥିବା କାରଣ କହିନାହାନ୍ତି ।

ବିରାଟ କୋହଲୀ ନ ଖେଳିବା ଟିମ୍ ଇଣ୍ଡିଆ ଲାଗି ବଡ଼ ଝଟକା । ବିରାଟ କୋହଲୀ ନିକଟରେ ହୋଇଥିବା ବିଶ୍ବକପରେ ରେକର୍ଡ଼ ଭାଙ୍ଗି ସବୁଠାରୁ ଅଧିକ ରନ୍ କରିଛନ୍ତି । ଏହା ବାଦ୍ ଦକ୍ଷିଣ ଆଫ୍ରିକା ଗସ୍ତରେ ବି ବିରାଟ କୋହଲୀ ବହୁତ ଭଲ ଫର୍ମରେ ନଜର ଆସୁଥିଲେ ଏବଂ ସେ ଭଲ ରନ୍ କରିଥିଲେ । ବିରାଟ କୋହଲୀଙ୍କ ବ୍ୟତୀତ ଟିମରେ କୌଣସି ବି ଏଭଳି ଖେଳାଳୀ ନାହାନ୍ତି ଯାହା ପାଖରେ ୧୦୦ଟେ‌ଷ୍ଟ ଖେଳିବାର ଅନୁଭବ ଅଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.