ଭୁବନେଶ୍ୱର ୦୨/୦୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରାଜ୍ୟବାସୀ ଅସ୍ତବ୍ୟସ୍ତ । ଗତ ୧୫ ଦିନ ହେଲାଣି କଲବଲ କରୁଛି ତାତି। ଆଗକୁ ଆହୁରି ତିନି ଦିନ ଆକାଶରୁ ବର୍ଷିବ ନିଆଁ ହୁଳା। ଉପରକୁ ଉଠୁଛି ତାପମାତ୍ରାର ଗ୍ରାଫ। ଗୁଳୁଗୁଳି ଯୋଗୁଁ ଅସହ୍ୟ ହେଉଛି ସ୍ଥିତି। ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରର ପାରଦ ୩୭ ଡିଗ୍ରୀ ଡେଇଁଲାଣି। ୩୪ ଡିଗ୍ରୀ ଉପରେ ୭ ସହର ତାପମାତ୍ରା ରେକର୍ଡ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବିକ, ୩୭.୨ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ପାରଦ ରହିଛି। ଭବାନୀପାଟଣା ୩୬.୨ଂ, ବଲାଙ୍ଗିର ୩୫.୪ଂ, ମାଲକାନଗିରି ୩୫ଂ,ଝାରସୁଗୁଡ଼ା ୩୪.୮ଂ, ବାଲେଶ୍ବର ୩୪.୬ଂ, ରାଉରକେଲା ୩୪.୪ଂ ତାପାମାତ୍ରା ରେକର୍ଡ କରାଯାଇଛି।