ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ଳୋ ଓଭର୍‌ ରେଟ୍‌ ପେନାଲ୍ଟି କ'ଣ? କିପରି କାହିଁକି ଖେଳାଳିଙ୍କ ଉପରେ ଲାଗେ ଲକ୍ଷାଧିକ ଟଙ୍କାର ଜୋରିମାନା?

image source: ABP

ନୂଆଦିଲ୍ଲୀ,୦୨/୦୪: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଆଇପିଏଲ୍‌ ସମୟରେ ସାମ୍ନା କରୁଥିବା ସମସ୍ୟାଗୁଡ଼ିକ ପାଇଁ ଅନେକ ନିୟମ ତିଆରି କରିଛି। ବିଶେଷ କରି ସ୍ଳୋ ଓଭର୍‌ ରେଟ୍‌ ଅନେକ ବର୍ଷ ଧରି ଆଇପିଏଲ୍‌ ଆଗରେ ଅନେକ ସମସ୍ୟା ଠିଆ କରିଛି। ନିର୍ଦ୍ଧାରିତ ସମୟରେ ଓଭର ପୂରା କରିପାରୁନଥିବା ଟିମ୍‌ ଏବଂ ଏହାର ଅଧିନାୟକଙ୍କ ଉପରେ କଡ଼ା ନିୟମ ଲାଗୁ କରାଯାଉଛି। ଆଇପିଏଲ୍‌ ୨୦୨୪ କଥା ଯଦି କହିବା ସ୍ଳୋ ଓଭର ରେଟ୍‌ କାରଣରୁ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ କାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଏବଂ ଗୁଜରାଟ ଟାଇଟନ୍ସର ଅଧିନାୟକ ଶୁବମନ ଗିଲ୍‌ଙ୍କ ଉପରେ ୧୨ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଲାଗିଛି।

ଆଇପିଏଲ୍ ନିୟମ ଅନୁଯାୟୀ, ଗୋଟିଏ ଦଳକୁ ୯୦ ମିନିଟର ନିର୍ଦ୍ଧାରିତ ସମୟ ମଧ୍ୟରେ ୨୦ ଓଭର ପୂରଣ କରିବାକୁ ପଡ଼ିବ, ଯେଉଁଥିରେ ପ୍ରତ୍ୟେକ ଅଢ଼େଇ ମିନିଟର ୨ ଟି ଷ୍ଟ୍ରାଟେଜିକ୍ ଟାଇମ୍ ଆଉଟ୍ ମଧ୍ୟ ଅନ୍ତର୍ଭୁକ୍ତ। ଅନେକ ଥର ମ୍ୟାଚ୍‌ ମଝିରେ ଡିଆର୍‌ଏସ୍‌, ପାନୀୟ କିମ୍ବା ଖେଳାଳିଙ୍କ ଆଘାତ ହେତୁ ବିତିଥିବା ସମୟ ଏହି ୯୦ ମିନିଟ୍ ଭିତରେ ରହିନଥାଏ।

ଯଦି ଗୋଟିଏ ଦଳ ସିଜିନ୍ ଭିତରେ ଦ୍ୱିତୀୟ ଥର ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ୨୦ ଓଭର ପୂରଣ କରିବାରେ ଅସମର୍ଥ ହୁଏ, ତେବେ ଅଧିନାୟକଙ୍କୁ ୨୪ ଲକ୍ଷ ଟଙ୍କା ଜୋରିମାନା ଏବଂ ଦଳର ଅନ୍ୟ ଖେଳାଳିଙ୍କୁ ୬ ଲକ୍ଷ ଟଙ୍କା କିମ୍ବା ୨୫ ପ୍ରତିଶତ ଜୋରିମାନା ଦେବାକୁ ପଡ଼ିବ। ଯଦି ସିଜନରେ ତୃତୀୟ ଥର ପାଇଁ ଏହା ଘଟେ, ତେବେ ଅଧିନାୟକଙ୍କୁ ୩୦ ଲକ୍ଷ ଟଙ୍କା ଜରିମାନା କରାଯିବ ଏବଂ ଗୋଟିଏ ମ୍ୟାଚ୍‌ରୁ ବାଦ୍‌ ପଡ଼ିବାକୁ ହେବ। ଏଥିରେ ଦଳର ଅନ୍ୟ ଖେଳାଳୀଙ୍କୁ ୬ ଲକ୍ଷ ଟଙ୍କା କିମ୍ବା ସେମାନଙ୍କ ମ୍ୟାଚ୍ ଫି ର ୫୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ। 

ବର୍ତ୍ତମାନ ସୁଦ୍ଧା ଆଇପିଏଲ୍‌ ୨୦୨୪ ରେ କେବଳ ୧୪ ଟି ମ୍ୟାଚ୍‌ ଖେଳାଯାଇଛି। କିନ୍ତୁ ସ୍ଳୋ ଓଭର୍‌ ରେଟ୍‌ କାରଣରୁ ଋଷଭ ପନ୍ତ ଓ ଶୁବମନ ଗିଲ୍‌ଙ୍କୁ ମୋଟା ଅଙ୍କର କ୍ଷତି ସହିବାକୁ ପଡ଼ିଛି। ଯଦି ନିୟମ ଗୁଡିକ ଏହିପରି କ୍ରମାଗତ ଭାବେ ଜାରି ରହେ, ତେବେ ଅନ୍ୟ ଅନେକ ଅଧିନାୟକ ଏବଂ ଦଳଙ୍କୁ ମଧ୍ୟ ଏହି ସିଜିନ୍‌ରେ ସ୍ଳୋ ଓଭର ରେଟ୍‌ ନିୟମର ଶିକାର ହେବାକୁ ପଡ଼ିପାରେ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.