ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କ'ଣ ସତ ହେବ ଇଞ୍ଜିନିୟରଙ୍କ ଭବିଷ୍ୟବାଣୀ... କାହିଁକି ୧୨ଟା ହେଲେ ବନ୍ଦ ହୁଏ ହାୱଡ଼ା ବ୍ରିଜ୍ ?

ନୂଆଦିଲ୍ଲୀ, ୧୯/୦୪ : କୋଲକାତାର ପରିଚୟ ହାୱଡ଼ା ବ୍ରିଜ୍। ସାରା ଦୁନିଆରେ ଖୁବ୍ ଫେମସ୍। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ରହସ୍ୟମୟୀ। ଏହି ବ୍ରିଜ୍ ପଛରେ ଲୁଚି ରହିଛି ଅନେକ ରହସ୍ୟ। ଏହାକୁ ନେଇ ରହିଛି ଅନେକ ବିଶ୍ଵାସ ଓ ଅନ୍ଧବିଶ୍ଵାସ। ବଳିପ୍ରଥା ସହ ମଧ୍ୟ ରହିଛି ଏହାର ସମ୍ବନ୍ଧ। ତେବେ ଆପଣ ଜାଣିଛନ୍ତି କି ? ସବୁଦିନ ୧୨ଟା ହେଲେ କାହିଁକି ବନ୍ଦ କରିଦିଆଯାଏ ଏହି ବ୍ରିଜ୍ ? କଣ ରହିଛି ଏହା ପଛର ଭବିଷ୍ୟବାଣୀ ? ଆଉ କଣ କହୁଛି ଲୋକକଥା ?  

ଇଂରେଜମାନଙ୍କ ସମୟରେ ହୁଗୁଳି ନଦୀ ଉପରେ ନିର୍ମିତ ହୋଇଥିଲା ହାୱଡ଼ା ବ୍ରିଜ୍‌। ଏହାର ଲମ୍ଵ ୧୫୨୮ ଫୁଟ ଏବଂ ଚଉଡ଼ା ୬୨ ଫୁଟ । ଏହାକୁ ନିର୍ମାଣ କରିବା ଲାଗି ୩ ବର୍ଷ ସମୟ ଲାଗିଥିଲା। ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଏହା ଉପରେ ବୋମାମାଡ଼ ହୋଇଥିଲା। ହେଲେ ଭାଗ୍ୟବଶତଃ ଏହି ବ୍ରିଜ୍‌ର କୌଣସି କ୍ଷତି ହୋଇନଥିଲା। ଆଉ ଆଜି କୋଲକାତା ଛାତିରେ ଅକ୍ଷତ ଅବସ୍ଥାରେ ମୁଣ୍ଡ ଟେକି ଠିଆ ହୋଇଛି ହାୱଡ଼ା। ସ୍ଥାନୀୟ ଲୋକଙ୍କ ବିଶ୍ଵାସ ଅନୁଯାୟୀ, ସବୁଦିନ ୧୨ଟା ହେଲେ ବନ୍ଦ ହୋଇଯାଏ ଏହି ବ୍ରିଜ୍। ଯଦି ଏଭଳି ନହୁଏ ତେବେ ଆଖି ପିଛୁଳାକେ ଧ୍ଵଂସ ହୋଇଯିବ ହାୱଡ଼ା। ଆଉ ହଜିଯିବ କୋଲକାତାର ୮୦ ବର୍ଷର ପରିଚୟ। 

ଲୋକକଥା ଅନୁଯାୟୀ, ହାୱଡ଼ା ବ୍ରିଜ୍‌କୁ ନେଇ ଚେତାବନୀ ଦେଇଥିଲେ ଏହାକୁ ନିର୍ମାଣ କରିଥିବା ଇଞ୍ଜିନିୟର। ସେମାନେ କହିଥିଲେ ଯେ, ଏହି ବ୍ରିଜ୍ ଯେତେବେଳେ ଭୁଶୁଡ଼ିବ ସେତେବେଳେ ୧୨ଟା ହୋଇଥିବ। ହେଲେ ସେମାନେ ନିର୍ଦ୍ଧିଷ୍ଟ କରି କହିନଥିଲେ କି ଏହା ଦିନ ୧୨ଟା କି ରାତି ୧୨ଟା। ତେଣୁ ଏହି କନଫ୍ୟୁଜନ ପାଇଁ ଦିନ ୧୨ଟା ଏବଂ ରାତି ୧୨ଟା ବେଳେ ଏହି ବ୍ରିଜ୍‌କୁ ତୁରନ୍ତ ବନ୍ଦ କରିଦିଆଯାଏ। କିଛି ସମୟ ପାଇଁ ବ୍ରିଜ୍‌ରେ ଗାଡି ମୋଟର ଯାତାୟତ ଏବଂ ଲୋକଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଏ। ଏହି ସମୟରେ ବ୍ରିଜ୍ ତଳେ କୌଣସି ଡଙ୍ଗା କିମ୍ଵା ଜାହାଜ ଅତିକ୍ରମ କରେ ନାହିଁ। ୩ ରୁ ୪ ମିନିଟ୍ ପରେ ପୁଣି ଥରେ ବ୍ରିଜ୍‌କୁ ଖୋଲି ଦିଆଯାଏ। ସେହିପରି କିଛି ଲୋକଙ୍କ ବିଶ୍ଵାସ ରହିଛି ହାୱଡ଼ା ବ୍ରିଜ୍ କେବେ ଭୁଶୁଡ଼ିବ ନାହିଁ। ଏହି ଅନ୍ଧବିଶ୍ଵାସକୁ ଜାଣିସୁଣି ପ୍ରଚାର କରାଯାଇଛି। ଏହା ଦ୍ଵାରା କିଛି ସମୟ ପର୍ଯ୍ୟନ୍ତ ପୋଲ ଉପରେ ଭାର କମିଯିବ। ତେବେ ହାୱଡ଼ା ବ୍ରିଜ୍‌ ଦୀର୍ଘ ସମୟ ପର୍ଯ୍ୟନ୍ତ କିପରି ତିଷ୍ଠି ରହିପାରିବ, ସେଥିପାଇଁ ସରକାର ଲଗାତର ପ୍ରୟାସ କରୁଛନ୍ତି। ଏହି ପୋଲ କେତେଦିନ ପର୍ଯ୍ୟନ୍ତ ମଣିଷମାନଙ୍କ ଭାର ସମ୍ଭାଳି ପାରିବ ତାହା ଦେଖିବାକୁ ବାକି ରହିଲା।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.