ଲମତାପୁଟ, ୨୧/୦୯ : ଲମତାପୁଟକୁ ଛୁଇଁଲା ପହିଲି ଶୀତ। ଲମତାପୁଟ ବ୍ଲକରେ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଗଲାଣି। ଦିନରେ ଲଗାଣ ବର୍ଷା ହେଉଥିବା ବେଳେ ସକାଳୁ ସାରା ଅଞ୍ଚଳ କୁହୁଡ଼ି ଢାଙ୍କି ହୋଇ ରହୁଛି।
ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ ଅଧିକ ପରିମାଣର ବର୍ଷା ହୋଇଛି। ତେଣୁ ଏବର୍ଷ ଶୀତର ପ୍ରକୋପ ବଢିବା ଆଶଙ୍କା ରହିଛି। ପହିଲି ଶୀତ ଆରମ୍ଭରୁ ଘନ କୁହୁଡ଼ି ଦିନ ୯ଟା ପର୍ଯ୍ୟନ୍ତ ରହୁଛି। ତେବେ ବର୍ଷା କମିବା ପରେ ଲମତାପୁଟର ସବୁଜିମା ଭରା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ଆରମ୍ଭ ହୋଇଯିବ।