ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୀତଳଷଷ୍ଠୀ କମିଟିର ପତରପେଣ୍ଡି ନୀତି ସଂପନ୍ନ, କନ୍ୟା ସନ୍ଧାନରେ ବରପିତା

ସମ୍ବଲପୁର,୦୯/୦୬: ସମ୍ବଲପୁର ଶୀତଳଷଷ୍ଠୀ ପାଇଁ  ସମସ୍ତ କମିଟିର ପତରପେଣ୍ଡି ନୀତି ସଂପନ୍ନ ହୋଇଛି । ଏଥିରେ ବଡବଜାର ଶୀତଳେଶ୍ୱର ବାବା, ଠାକୁରପଡାର ଗୁପ୍ତେଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବା, ବୁଢାରଜାର ପାହାଡେଶ୍ୱର ବାବା, ଦଲେଇପଡ଼ା ଗୁପ୍ତେଶ୍ୱର ବାବାଙ୍କ ସମେତ ସମସ୍ତ ମନ୍ଦିର  କମିଟିର ଭବ୍ୟ ପତରପେଣ୍ଡି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ବଡ଼ବଜାର  ଶୀତଳେଶ୍ୱର ବାବାଙ୍କ ପତରପେଣ୍ଡି  ଶୋଭାଯାତ୍ରା ମନ୍ଦିର ପରିସରରୁ ବାହାରି  କନ୍ୟା ପିତାମାତା ରାଜା ବେହେରା ଓ  ପତ୍ନୀ ପୁଷ୍ପାଞ୍ଜଳୀ ହେବେରାଙ୍କ ଘରେ  ପହଞ୍ଚିଥିଲା । ବରପିତା ଜଗଦୀଶ  କାଲାନୋରିଆ ସପ୍ତଋଷୀ କାଳିଦାସ ପଣ୍ଡା,  ରବି ନାରାୟଣ ପଣ୍ଡା, କାଞ୍ଚନ ଷଡ଼ଙ୍ଗୀ, ଯୋଗେଶ୍ୱର ନନ୍ଦ, ଗିରିଜାଶଙ୍କର ପଣ୍ଡା,  ସୌରଭ କୁମାର ମିଶ୍ର, ଅମନ ପଣ୍ଡାଙ୍କ  ସହ କନ୍ୟା ଘରେ ପହଞ୍ଚିବା ପରେ  ପତରପେଣ୍ଡି ନୀତି ସଂପନ୍ନ ହୋଇଥିଲା । ପଣ୍ଡିତ ସରିତ୍‌ କୁମାର ପାଢ଼ୀ ପୂଜା  ପରିଚାଳନା କରିଥିଲେ । ମନ୍ଦିର ପୂଜକ  ସଞ୍ଜୟ ବଡ଼ମାଲି, ଶେଷଦେବ ବଡ଼ମାଳୀ  ପୂଜା କାର୍ଯ୍ୟ ତୁଳାଇଥିଲେ ।   

ସେହିପରି ଠାକୁରପଡାର ଗୁପ୍ତେଶ୍ୱର  ବାବାଙ୍କ ପତରପେଣ୍ଡି ନୀତି କନ୍ୟା  ପିତାମାତା ସଶାଙ୍କ ଶେଖର ପ୍ରଧାନ ଓ  ସୁମନ ପ୍ରଧାନଙ୍କ ଘରେ ସମ୍ପନ୍ନ ହୋଇଛି । ବରପିତା ଚିତ୍ରସେନ୍‌ ଦେହୁରୀଆଙ୍କ  ସହ ସପ୍ତଋଷୀ ତ୍ରିଲୋଚନ ବେହେରା,  ବଳରାମ ଜାଲ, ସଦାଶିବ ମହାକୁଡ଼, ଗୋଳକ ବିହାରୀ ମିଶ୍ର, ସଦାକର ବାରିକ୍‌  ସୁରୁବାବୁ ବାରିକ୍‌, ଲିଙ୍ଗରାଜ ପରିଡ଼ା  ପାଞ୍ଚଗୋଛିଆ ଗୁରୁନାନକ କମ୍ପେ୍ଲକ୍ସ ସ୍ଥିତ କନ୍ୟାପିତାମାତାଙ୍କ ଘରେ ପହଞ୍ଚିଥିଲେ । ସେଠାରେ ପୂଜକ ଆଶୁତୋଷ ପୁରୋହିତ  ଏବଂ ମନ୍ଦିର ପୂଜକ କିଶୋର ଚନ୍ଦ୍ର ଦେହୂରୀଙ୍କ  ଦ୍ୱାରା ପତରପେଣ୍ଡି ନୀତି ସଂପନ୍ନ ହୋଇଥିଲା । ବାଲିବନ୍ଧାର ସୋମନାଥ ବାବାଙ୍କ ପତରପେଣ୍ଡି  ଶୋଭାଯାତ୍ରାରେ ବରପିତା ଗୋପିନାଥ  ନାଏକ ବୁଢ଼ାରଜା ଆଥାକଲୋନି ସ୍ଥିତ କନ୍ୟା  ପିତାମାତା ଶଙ୍କର ସାହୁ ଓ ତାଙ୍କ ପତ୍ନୀ ମୀନା  ସା ଘରେ ପହଞ୍ଚିବା ପରେ ପତରପେଣ୍ଡି  ନୀତି ସଂପନ୍ନହୋଇଥିଲା । ଏଥିରେ ପ୍ରଶାନ୍ତ  ପ୍ରଧାନ, ଗୋକୁଳ ପଣ୍ଡା, ଡା,ରେମେଶ  ସାହୁ, ନିହାର ରଞ୍ଜନ ବହିଦାର, ଡ. ବିଜୟ  କୁମାର ପ୍ରଧାନ, ଲୋକନାଥ ପାଣ୍ଡେ, ଶିବ  ନାରାୟଣ ପାଣିଗ୍ରାହୀ, ଉମାପତି ତ୍ରିପାଠୀ,  ପ୍ରଦୀପ ପ୍ରଧାନ, ବାବୁ ପୂଜାରୀ ଅରକ୍ଷିତ  ନାଏକ, ଗୋପାଳ ଗୁପ୍ତା, ଶେଷ ଦେବ ପାଣ୍ଡେ,  ଲକ୍ଷ୍ମଣ ପଟେଲ, ସଂଜୟ ବେହେରା, ଦେବ  ମିଶ୍ର, ଶିବ ପଟ୍ଟନାୟକ, ବିଜୟ ମହାରଣା  ପ୍ରମୁଖ ସାମିଲ ହୋଇଥିଲେ।   

ସେହିପରି ବୁଢ଼ାରଜା ବାବା  ପାହାଡ଼େଶ୍ୱରଙ୍କ ପତରପେଣ୍ଡି ନୀତି କନ୍ୟା  ପିତାମାତା ସମରଜିତ୍‌ ପଟ୍ଟନାୟ ଓ ସାବିତ୍ରୀ  ପଟ୍ଟନାୟକଙ୍କ ଘରେ ସମ୍ପନ୍ନ ହୋଇଛି । ବରପିତା ପ୍ରକାଶ କୁମାର ମିଶ୍ର ସପ୍ତଋଷି  ଦିଲିପ କୁମାର ନନ୍ଦ, ସୁବୋଧ କୁମାର  ଦାଶ, ସତ୍ୟ ନାରାୟଣ ପଣ୍ଡା, ଅକ୍ଷୟ ହୋତା, ସୀମାଞ୍ଚଳ ପଟ୍ଟନାୟକ, ସୌରଭ  ପୁଜାରୀ, ଆନନ୍ଦ ଚନ୍ଦ୍ର ପଣ୍ଡା ଶୋଭାଯାତ୍ରାରେ  ବାହାରି ଜଗନ୍ନାଥ କଲୋନି ସ୍ଥିତ କନ୍ୟା  ଘରକୁ ଯାଇଥିଲେ । ପୂଜକ ରାଜା ସିଂ  ପତରପେଣ୍ଡି ନୀତି ସମ୍ପନ୍ନ କରିଥିଲେ । ଦଲେଇପଡ଼ାସ୍ଥିତ ବାବା ଗୁପ୍ତେଶ୍ୱରଙ୍କ  ପତରପେଣ୍ଡି ନୀତି କନ୍ୟା ପିତାମାତା ଅନିଲ  ବେରିହା ଓ ବିଦ୍ୟୁତ୍‌ ପ୍ରଭା ସେଠ୍‌ଙ୍କ ଘରେ  ଅନୁଷ୍ଠିତ ହୋଇଛି । ବରପିତା ରାଜାରାମ  ଦାସ ଓ ସପ୍ତଋଷି ଶତ୍ରୁଘ୍ନଲାଲ ସାହ, ଶ୍ୟାମ  ସୁନ୍ଦର ଅଗ୍ରୱାଲ, ଜଗମୋହନ ପଟୱାରୀ,  ସୁରଜ ଠାକୁର, ଜେ କ୍ରିଷ୍ଣା ପ୍ରସାଦ ଠାକୁର,  ଗୋଗୁଳ ମେହେର ଦଲେଇପଡ଼ା ସ୍ଥିତ  କନ୍ୟା ଘରକୁ ଯାଇଥିଲେ । ପୂଜକ  ଉତ୍ତମ କୁମାର ରଥ ପତରପେଣ୍ଡି ନୀତି  ସମ୍ପନ୍ନ କରିଥିଲେ । କାନିଜୁରିସ୍ଥିତ ବାବା  ଗୁଡ଼େଶ୍ୱରଙ୍କ ପତରପେଣ୍ଡି ନୀତି କନ୍ୟା  ପିତାମାତା ନରୋତ୍ତମ ବେହେରା ଓ ନମିତା  ବେହେରାଙ୍କ ଘରେ ଅନୁଷ୍ଠିତ ହୋଇଛି । 

ବରପିତା ସୁଶାନ୍ତ ଶେଖର ରାଉତ ଓ  ସପ୍ତଋଷି ଦୀପକ ପାଣ୍ଡେ, ଆର୍ତ୍ତ ମିଶ୍ର,  କେଶବ ନାଏକ, କୁମାର ଚାନ୍ଦ ରାଉତ,  ଅଚ୍ୟୁତା ଗହୀର, ଅନିକେତ୍‌ କେଡ଼ିଆ,  ପ୍ରଣବ ମିଶ୍ର ଦୁର୍ଗାପାଲି ତଳିପଡ଼ାସ୍ଥିତ କନ୍ୟା  ଘରକୁ ଶୋଭାଯାତ୍ରାରେ ଆସିଥିଲେ । ପୂଜକ  ରାଜକୁମାର ମହାପାତ୍ର ଓ ବିନିତ୍‌ ପାଣ୍ଡେ  ପତରପେଣ୍ଡି ନୀତି ସମ୍ପନ୍ନ କରିଥିଲେ । ସାଳିଆ ବଗିଚା କୁମ୍ଭାରପଡା ରାମେଶ୍ୱର  ବାବାଙ୍କ ପତରପେଣ୍ଡି କନ୍ୟା ପିତାମାତା ସୁରେଶ କୁମାର ଡାଲମିଆ ଓ ବିମଳା  ଡାଲମିଆଙ୍କ ଘରେ ସମ୍ପନ୍ନ ହୋଇଛି । ବରପିତା ସିଦ୍ଧାରତ ସିଂ କୃଷ୍ଣ ଚନ୍ଦ୍ର ବାଗ,  ଯାତ୍ରା କମିଟି ସଭାପତି ପ୍ରଦୀପ ବେହେରା,  ଅଶ୍ୱିନୀ ପାଢ଼ୀ, ସଞ୍ଜୟ ବେହେରା, ମନୋଜ  ସିଂଘାଣିଆ ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ଫାଟକ ମହାମାୟା ମନ୍ଦିରସ୍ଥିତ ଶ୍ରୀ ମହାକାଳେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା  କମିଟି ପକ୍ଷରୁ ପତରପେଣ୍ଡି ନୀତି ସମ୍ପନ୍ନ ହୋଇଛି।

  • PrameyaOdia
  • prameya
  • sambalpur
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.