ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ବିଶ୍ୱ ଜୁନୋସିସ୍‌ ଦିବସ, ଏ ବର୍ଷରେ ଥିମ୍‌ 'ଜୁନୋଟିକ୍‌ ରୋଗ ନିୟନ୍ତ୍ରଣରେ ପ୍ରଗତି ଉପରେ ଆଲୋକପାତ'

ନୂଆଦିଲ୍ଲୀ ୦୬/୦୭: ଆଭିଆନ୍‌ ଇନ୍‌ଫ୍ଲୁଏନ୍‌ଜା, ୱେଷ୍ଟ ନାଇଲ୍‌ ଭାଇରସ୍‌ ବା ଇବୋଲା  ଭଳି ଜୁନୋଟିକ୍‌ ରୋଗ ବିରୋଧରେ ପ୍ରଥମ ଟିକାକରଣକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜୁଲାଇ ୬ ତାରିଖରେ ପାଳିତ ହୁଏ ବିଶ୍ୱ ଜୁନୋସିସ୍‌  ଦିବସ । 

୧୮୮୫  ମସିହା, ଜୁଲାଇ ୬ ତାରିଖରେ ଫ୍ରାନ୍ସ  ଜୀବବିଜ୍ଞାନୀ ଲୁଇସ ପାଶ୍ଚର ଜୁନୋଟିକ୍‌ ରୋଗ ଜଳାତଙ୍କ ବିରୋଧରେ ଟିକାକରଣର ପ୍ରଥମ ଡୋଜ୍‌ ଦେଇଥିଲେ । ତା’ରି ସ୍ମୃତିରେ ପ୍ରତିବର୍ଷ ଏହି ଦିବସ  ପାଳିତ ହେଉଛି । ଜନ୍ତୁଙ୍କଠାରୁ ମଣିଷକୁ ବ୍ୟାପୁଥିବା ଜୁନୋଟିକ୍‌ ରୋଗ ବିଷୟରେ ଲୋକଙ୍କ ଜ୍ଞାନ ବଢ଼ାଇବା ଓ ସଚେତନତା ସୃଷ୍ଟି ଲାଗି ଏହି  ଦିବସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଜୁନୋଟିକ୍‌ ରୋଗକୁ ସାଧାରଣତଃ ଜୁନୋସିସ୍‌ ବୋଲି କୁହାଯାଏ । ଏହା ଏକ ସଂକ୍ରାମକ ରୋଗ, ଯାହା ଜୀବାଣୁ ଦ୍ୱାରା ପଶୁଙ୍କଠାରୁ ମଣିଷକୁ ବ୍ୟାପିଥାଏ । ଏହି ଜୀବାଣୁ ଜନ୍ତୁ ଓ ମଣିଷ ମଧ୍ୟରେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ସଂସ୍ପର୍ଶ ଜରିଆରେ ବ୍ୟାପିଥାଏ । ଏହା ବ୍ୟାକ୍ଟେରିଆ ଜନିତ, ଭାଇରାଲ୍‌ ଓ  ପରଜୀବୀ ହୋଇପାରେ । ଚଳିତ ବର୍ଷ ଏହି ଦିବସ ଜୁନୋଟିକ୍‌ ରୋଗ  ନିୟନ୍ତ୍ରଣରେ ପ୍ରଗତି ଉପରେ ଆଲୋକପାତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.