ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଜୋମାଟୋର ବଡ଼ ନିଷ୍ପତ୍ତି, ସାରାଦେଶରେ ବନ୍ଦ କଲା ନିଜର ଏହି ସର୍ଭିସ

ନୂଆଦିଲ୍ଲୀ,୪।୭: ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ ଜୋମାଟୋ ନିଜର ହାଇପର ଲୋକାଲ ପ୍ରଡକ୍ଟ ଡେଲିଭରି ସର୍ଭିସ ‘ଏକ୍ସଟ୍ରିମ୍’କୁ ବନ୍ଦ କରିଛି। କମ୍ପାନୀ ‘ଏକ୍ସଟ୍ରିମ୍’ ଆପ୍‌କୁ ଗୁଗୁଲ ପ୍ଲେ ଷ୍ଟୋରରୁ ମଧ୍ୟ ହଟାଇ ଦେଇଛି। ଉଲ୍ଲେଖନୀୟ ଯେ, ଗତ ବର୍ଷ ଅକ୍ଟୋବରରେ ଜୋମାଟୋ ଏହି ସର୍ଭିସ ଆରମ୍ଭ କରିଥିଲା। ‘ଏକ୍ସଟ୍ରିମ୍’କୁ ପ୍ରାୟ ସେହି ସବୁ ୭୫୦-୮୦୦ ସହରରେ ଲଞ୍ଚ କରିଥାଏ ଯେଉଁଠି ଜୋମାଟୋ ଫୁଡ୍ ଡେଲିଭରି ପ୍ରୋଭାଇଡ୍ କରିଥାଏ। ଏଥିରେ ସ୍ୟାଡୋପକ୍ସ, ପୋର୍ଟର, ଲୋଡଶେୟର ଦ୍ବାରା ପ୍ରୋଭାଇଡ୍ କରାଯାଇଥିବା ସବୁ ସର୍ଭିସେଜ୍‌ ଆଧାରରେ ଛୋଟ ଇନଟ୍ରାସିଟି ପ୍ୟାକେଜ୍‌ ଦେବା ପାଇଁ ଛୋଟ ଓ ବଡ ଉଭୟ ବେପାରୀଙ୍କୁ ଟାର୍ଗେଟ କରିଛନ୍ତି। ତେବେ ବର୍ଷକ ଭିତରେ ଏହି ସର୍ଭିସ ବନ୍ଦ ହେଉଛି। ତେବେ ଜୋମାଟୋ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ।

ଇକୋନୋମିକ୍ସ ଟାଇମ୍ସର ଖବର ଅନୁସାରେ, କମ୍ପାନୀର ଜଣେ ଅଧିକାରୀ କହିଛନ୍ତି, ଏହା ଏକ ପ୍ରୟୋଗ ଥିଲା ଓ କୌଣସି ଦିଗକୁ ମଧ୍ୟ ଯାଇ ପାରିଥାନ୍ତା। ଉଲ୍ଲେଖନୀୟ ଯେ, ‘ଏକ୍ସଟ୍ରିମ୍’ ଲଜିଷ୍ଟିକ୍ ସର୍ଭିସ ଅଟୋ, ଯାହାକି ବ୍ୟବସାୟୀଙ୍କୁ ପାର୍ସଲ ପଠାଇବା ଓ ପ୍ରାପ୍ତ କରିବାର ଅନୁମତି ଦେଇଥିଲା। ଏହି ସର୍ଭିସ କେବଳ ଇନଟ୍ରାସିଟି ପ୍ୟାକେଜ ପାଇଁ ଥିଲା, ଯାହାର ସର୍ବାଧିକ ଓଜନ ୧୦ କିଲୋଗ୍ରାମ ଥିଲା। ପ୍ୟାକେଜ୍‌ର ପ୍ରାରମ୍ଭିକ ମୂଲ୍ୟ ୩୫ ଟଙ୍କା ଥିଲା।

ଜୋମାଟେର ହାଇପର ଲୋକାଲ ଡେଲିଭରିରେ ପ୍ରବେଶ ଏଭଳି ସମୟରେ ହୋଇଥିଲା ଯେତେବେଳେ ଏହି ସେକ୍ଟରରେ ପପୁଲାର କମ୍ପାନୀ ଡଞ୍ଜୋର କାରବାର ମାନ୍ଦାବସ୍ଥାରେ ଗତି କରୁଥଲା। ଉଲ୍ଲେଖନୀୟ ଯେ, ଡଞ୍ଜୋ ରିଲାୟନ୍ସ ରିଟେଲ ସମର୍ଥିତ କମ୍ପାନୀ ଅଟେ। ଡଞ୍ଜୋର ସଞ୍ଚାଳନରେ ମାନ୍ଦାବସ୍ଥା କାରଣରୁ ସଫ୍ଟବକ୍ସ ସମର୍ଥିତ ଓଲା ହାଇପର ଲୋକାଲ ଡେଲିଭରି ସେଗମେଣ୍ଟରେ ପ୍ରବେଶ କରିଥିଲା। ଜୋମାଟୋ ପକ୍ଷରୁ ଏକ୍ସଟ୍ରୀମ୍ ଲଞ୍ଚ କରିବାର କିଛି ସମୟ ପୂର୍ବରୁ ଓଲା ପାର୍ସଲ ପିକ୍ ଅପ୍ ଓ ଡ୍ରପ୍ ସେବା ବେଙ୍ଗାଲୁରରେ ଲଞ୍ଚ କରାଯାଇଥିଲା।। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.