ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତେଲେଙ୍ଗାନାରେ ବିଜ୍ଞାପନ ଦେଇ ଅଡ଼ୁଆରେ କର୍ଣ୍ଣାଟକ ସରକାର, ନୋଟିସ୍‌ ପଠାଇଲେ EC

Image Courtesy: hindustantimes

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ବାଧୀନ କର୍ଣ୍ଣାଟକ ସରକାରଙ୍କୁ ନିର୍ବାଚନ ଆୟୋଗ ନୋଟିସ୍ ପଠାଇଛନ୍ତି । ତେଲେଙ୍ଗାନାରେ ସରକାରୀ ବିଜ୍ଞାପନ ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ସୋମବାର ନିର୍ବାଚନ ଆୟୋଗ ସିଦ୍ଧରମେୟା ସରକାରଙ୍କୁ ଏହି ନୋଟିସ୍ ଜାରି ହୋଇଛି ।

ନିର୍ବାଚନ ଆୟୋଗଙ୍କ ଅନୁସାରେ, ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ତେଲେଙ୍ଗାନାର ଶାସକ ଦଳ ଭାରତୀୟ ରାଷ୍ଟ୍ର ସମିତି (ବିଆରଏସ)ର ଅଭଯୋଗ କ୍ରମେ କର୍ଣ୍ଣାଟକ ସରକାରଙ୍କୁ ନୋଟିସ ହୋଇଛି । କର୍ଣ୍ଣାଟକ ସରକାର ତେଲେଙ୍ଗାନାର ହାଇଦ୍ରାବାଦ ଖବରକାଗଜ ସଂସ୍କରଣରେ ବିଜ୍ଞାପନ ପ୍ରକାଶ କରିଛନ୍ତି ବୋଲି ଉଭୟ ଦଳ ଇସିଙ୍କ ନିକଟରେ ଅଭିଯୋଗ କରିଥିଲେ ।

ସେପଟେ ନିର୍ବାଚନ ହେବାକୁ ଥିବା ତେଲେଙ୍ଗାନାରେ କର୍ଣ୍ଣାଟକ ସରକାର ନିଜର ଲୋକଭିମୁଖୀ ଯୋଜନା ସଂପର୍କରେ ବିଜ୍ଞାପନ ଦେଇଛନ୍ତି । କଂଗ୍ରସ ନେତୃତ୍ବାଧୀନ କର୍ଣ୍ଣାଟକ ସରକାରଙ୍କ ଏଭଳି ପଦକ୍ଷେପ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି । ତେବେ ନିୟମ ଉଲ୍ଲଂଘନ କାହିଁକି କଲେ ବୋଲି କର୍ଣ୍ଣାଟକ ସରକାର ମଙ୍ଗଳବାର କାରଣ ଦର୍ଶାଇବେ । ଏନେଇ ଇସି ପକ୍ଷରୁ ସିଦ୍ଧରମେୟା ସରକାରଙ୍କୁ ନୋଟିସ ଦିଆଯାଇଛି ।

 ଅନ୍ୟପଟେ ତଦନ୍ତରୁ ଜଣାପଡ଼ିଛି ଯେ, ବିଜ୍ଞାପନ ଦେବାକୁ କର୍ଣ୍ଣାଟକ କଂଗ୍ରେସ ସରକାରଙ୍କୁ କୌଣସି ଅନୁମତି ଦିଆଯାଇନଥିଲା କିମ୍ବା ଏଭଳି କୌଣସି ଆେବଦନ ହୋଇନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ସେପଟେ ତେଲେଙ୍ଗାନାରେ ଆଗକୁ କୌଣସି ଯୋଜନାର ପ୍ରଚାର ପ୍ରସାର ନକରିବାକୁ କର୍ଣ୍ଣାଟକ ସରକାରଙ୍କୁ ଇସି ନିର୍ଦ୍ଦେଶ ଦେଇଛନ୍ତି । 

 

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.