ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

କଏଦୀଙ୍କ ଗୋଡ଼ରେ ଜିପିଏସ୍‌: ଯୋଜନା କଲା ଓଡ଼ିଶା, ବାହାଦୁରି ନେଲା ଜମ୍ମୁ-କାଶ୍ମୀର

ଭୁବନେଶ୍ୱର,୧୨/୧୧: ଅଭ୍ୟାସଗତ ଅପରାଧୀଙ୍କ ପାଇଁ ଜେଲ୍‌ରେ ନାହିଁ ନଥିବା ଭିଡ଼ ହେଉଛି । ସେମାନଙ୍କ ପାଇଁ ରାଜ୍ୟ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଖର୍ଚ୍ଚକାଟ୍‌ ପାଇଁ ବିଚାରଧୀନ କଏଦୀ (ଅଭ୍ୟାସଗତ ଅପରାଧୀ)ଙ୍କ ଗୋଡ଼ରେ ଜିପିଏସ୍‌ ଟ୍ରାକର (ଆଙ୍କଲେଟ୍‌) ଲଗାଇବାକୁ କିଛି ମାସ ତଳେ ସଂସଦୀୟ ବ୍ୟାପାର କମିଟିକୁ ପ୍ରସ୍ତାବ ଦେଇଥିଲା ଓଡ଼ିଶା ଜେଲ୍‌ ବିଭାଗ । ଯାହା ସାରା ଦେଶରେ ଚର୍ଚ୍ଚର ବିଷୟ ପାଲଟିଥିଲା । ମାତ୍ର ଏହା ଓଡ଼ିଶାରେ ତ କାର୍ଯ୍ୟକାରୀ ହେଲା ନାହିଁ, ଏବେ ଜମ୍ମୁ-କାଶ୍ମୀର ଜେଲ୍‌ ବିଭାଗ ଏହାକୁ ନେଇ ବାହାଦୁରି ନେଉଛି । ଦେଶରେ ପ୍ରଥମ କରି ଜଣେ ଆତଙ୍କବାଦୀ ଗୋଡ଼ରେ ଜିପିଏସ୍‌ ଟ୍ରାକର ଲଗାଇ ସଫଳତା ପାଇଛି ।

ଓଡ଼ିଶାର ପୂର୍ବତନ ଜେଲ୍‌ ଡିଜି ମନୋଜ ଛାବ୍ରା ସଂସଦୀୟ ବ୍ୟାପାର କମିଟିକୁ ଜିପିଏସ୍‌ ଟ୍ରାକର ଲଗାଇବକୁ ଏକ ନୂଆ ପ୍ରସ୍ତାବ ଦେଇଥିଲେ । ସେତେବେଳ ଏହି ପ୍ରସ୍ତାବକୁ ବେସ ପ୍ରଶଂସା କରିଥିଲା କମିଟି । ଓଡ଼ିଶାରୁ ଏହି ପ୍ରୋଜେକ୍ଟ ଆରମ୍ଭ ପାଇଁ ପରାମର୍ଶ ଦେଇଥିଲା ସଂସଦୀୟ ବ୍ୟାପାର କମିଟି । ହେଲେ ମନୋବଳ ଅଭାବରୁ ଓଡ଼ିଶାରେ ଏହି ଯୋଜନା ଖାଲି ଯୋଜନାରେ ରହିଗଲା । ଯଦି ଏହାକୁ ଗୁରୁତ୍ୱ ଦିଆଯାଇଥାନ୍ତା ତା’ହେଲେ ଜିପିଏସ୍‌ ଟ୍ରାକର ଲଗାଇବାରେ ଦେଶରେ ପ୍ରଥମ ହୋଇଥାନ୍ତା ଓଡ଼ିଶା । ଜମ୍ମୁ-କାଶ୍ମୀରରେ ଏହି ବ୍ୟବସ୍ଥା ଆରମ୍ଭ ହେବାପରେ ଅନ୍ୟ ରାଜ୍ୟ ଏହାକୁ ଆପଣାଇବାକୁ ତତ୍ପର ହେଲେଣି । ହେଲେ ଓଡ଼ିଶା ଏନେଇ କିଛି ଯୋଜନା ନାହିଁ ।

ଚୋରି, ଲୁଟ୍‌ ଡକାୟତି ଭଳି ଘଟଣାରେ ଏକାଧୀକ ଥର ଜେଲ୍‌ ଯାଇ ସେଠାରେ ଭିଡ଼ କରୁଥିବା ଅପରାଧୀଙ୍କ ପାଇଁ ଆମେରିକା, ୟୁରୋପ, ଲଣ୍ଡନ ଭଳି ଦେଶ କଏଦୀଙ୍କ ଗୋଡ଼ରେ ଜିପିଏସ୍‌ ଲଗାଇଛନ୍ତି । ଏହାଦ୍ୱାରା ଜାମିନରେ ଆସିଥିବା ଅପରାଧୀଙ୍କ ଗତିବିଧି ସହଜରେ ଜାଣିହେବ । ଜିପିଏସ୍‌କୁ ନଷ୍ଟ ବା ଟ୍ୟାମ୍ପରିଂ କରିବାକୁ ଚେଷ୍ଟା କଲେ ପୁଲିସକୁ ସୂଚନା ମିଳିବ ।ଫଳରେ ସେମାନଙ୍କୁ ଗିରଫ କରାଯାଇପାରିବ। ଜିପିଏସ୍‌ ଭୟରେ ଅପରାଧ କରିବାକୁ ଭୟ କରିବେ ଅପରାଧୀ । ଯେଉଁ ଅପରାଧୀ ବେଲ୍‌ ପାଇଁ ଆବେଦନ କରିବେ କୋର୍ଟ ତାଙ୍କୁ ବେଲ୍‌ କଣ୍ଡିସନରେ ଏହି ଟ୍ରାକିଙ୍ଗ ମେସିନ ଲଗାଇବାକୁ ନିର୍ଦ୍ଦେଶ ଦେବେ । ମେସିନ୍‌ ବାବଦ ଖର୍ଚ୍ଚ ୧୦ରୁ ୧୫ହଜାର ପର୍ଯ୍ୟନ୍ତ କଏଦୀ ବହନ କରିବେ। ତେବେ କ’ଣ ପାଇଁ ଓଡ଼ିଶା ଫେଲ୍‌ ମାରିଲା ସେ ବିଷୟରେ ଜେଲ୍‌ ବିଭାଗରୁ ଉତ୍ତର ମିଳୁନି ।

Copyright © 2022 - Summa Real Media Private Limited. All Rights Reserved.