ନୂଆଦିଲ୍ଲୀ : ଭାରତରେ ରୋଡ୍ ସେଫ୍ଟି ଏକ ଗୁରୁତର ଚିନ୍ତାର ବିଷୟ। ସରକାର ଅଟୋ ନିର୍ମାତା ଓ ନାଗରିକ ଉଭୟଙ୍କ ପାଇଁ ଲଗାତାର ଦୃଢ ସେଫ୍ଟି ଆଦେଶ ଲାଗୁ କରି ଚାଲିଛନ୍ତି। କିନ୍ତୁ , ଯଦି କେଉଁ ଟ୍ରାଫିକ୍ ପୁଲିସ ଫଟୋ କ୍ଲିକ୍ କରି ଆପଣଙ୍କର ଗାଡ଼ିର ଚାଲାଣ କାଟି ଦେଇଛନ୍ତି , ବା ପୁଣି ହାଇୱେରେ ଓଭର-ସ୍ପିଡିଂ କରିବା ଦ୍ୱାରା ଆପଣଙ୍କର ଗାଡ଼ିର ଚାଲାଣ କଟିଯାଇଛି, ତ ଏହି ଖବର ଆପଣ ଜାଣିବା ପାଇଁ ନିଶ୍ଚିତ। କାହିଁକି ନା ଆଜି ଆମେ ଏଠାରେ ଆପଣଙ୍କୁ ଘରେ ବସି ଅନଲାଇନ୍ ଚାଲାଣ ଚେକ୍ କରିବାର ପ୍ରକ୍ରିୟା ବିଷୟରେ କହିବାକୁ ଯାଉଛୁ , ତ ଆସନ୍ତୁ ଏହାର ଷ୍ଟେପ୍-ବାୟ-ଷ୍ଟେପ୍ ପ୍ରୋସେସ୍ ଜାଣିବା ।
ଫାଷ୍ଟ ସ୍ପିଡ୍ରେ ଗାଡ଼ି ଚଲାଇବା , ରେଡ୍ ଲାଇଟ୍ ଭାଙ୍ଗିବା , ଇମପ୍ରପର ପାର୍କିଂ , ଭାଲିଡ୍ ଲାଇସେନ୍ସରେ ବିନା ଗାଡ଼ି ଚଲାଉଥିବା ଲୋକଙ୍କୁ ଏକ ଇ- ଚାଲାଣ ପ୍ରାପ୍ତ ହୋଇଥାଏ ଏବଂ ଏହାର ସୂଚନା ତାଙ୍କୁ ଏସଏମଏସ ମାଧ୍ୟମରେ ସୂଚିତ କରାଯାଇ ଥାଏ। ଉଚ୍ଚ ଜୋରିମନା ଓ ଜେଲଦଣ୍ଡ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଭଳି ଗୁରୁତର ଦଣ୍ଡରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ନିୟମିତ ଭାବେ ନିଜର ଗାଡ଼ିରେ ଜାରି ଚାଲାଣର ଯାଞ୍ଚ କରିବା ଉଚିତ , ତ ଆସନ୍ତୁ ଏହାର ପ୍ରକ୍ରିୟା ବିଷୟରେ ଜାଣିବା –
https :// echallan.parivahan.gov.in/ରେ ଲଗ୍-ଇନ୍ କରନ୍ତୁ। ଚାଲାଣ ଡେଟେଲ୍ସ ପ୍ରାପ୍ତ କରନ୍ତୁ , ଉପରେ କ୍ଲିକ୍ କରନ୍ତୁ। ଗାଡ଼ିର ରେଜିଷ୍ଟ୍ରେସନ ନମ୍ୱର , ଚେସିସ ନମ୍ୱର ବା ଇଞ୍ଜନ ନମ୍ୱର ଦାଖଲ କରନ୍ତୁ। ଭେରିଫିକେସନ କୋଡ୍ ଦାଖଲ କରିବା ପରେ ଡିଟେଲ୍ସ ପ୍ରାପ୍ତ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।
ଇ-ଚାଲାଣ ଡିଟେଲ୍ସ ଦେଖନ୍ତୁ –
ଏହି ୪ ଷ୍ଟେପ୍କୁ ଫଲୋ କରିବା ପରେ ଗାଡ଼ିର ପେଣ୍ଡିଂ ଇ-ଚାଲାଣ ଶୋ କରିବ। ଏବେ ଆପଣ ଚେକ୍ କରିପାରିବେ କି କୌଣସି ଚାଲାଣ ପେଣ୍ଡିଂ ନାହିଁ ତ । ଯଦି କୌଣସି ଚାଲାଣ ପେଣ୍ଡିଂ ଅଛି, ତ ପୋର୍ଟାଲରେ ଆପଣ ଫଟୋ ପ୍ରୁଫ୍ ସହ ଘଟଣାର ସମୟ ଓ ସ୍ଥାନ ସମେତ ସବୁ ସୂଚନା ପାଇ ପାରିବେ ।
ଜୋରିମନା ରାଶି କେମିତି ପୈଠ କରିବେ ?
ପୋର୍ଟାଲ ଅନଲାଇ୍ ଚାଲାଣ ଭରିବାର ସୁବିଧା ମଧ୍ୟ ପ୍ରଦାନ କରିଥାଏ। ଅନଲାଇନ୍ ନେଣଦେଣ ଆରମ୍ଭ କରିବା ପାଇଁ କେବଳ ଏବେ ପେମେଣ୍ଟ କର ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କୁ ଏକ ସୁରକ୍ଷିତ ପେମେଣ୍ଟ ଗେଟୱେ ଉପରେ ନିର୍ଦ୍ଦେଶିତ କରାଯିବ , ଯାହା ବିଭିନ୍ନ ପେମେଣ୍ଟ ଅପସନ ପ୍ରଦାନ କରିଥାଏ । ପେମେଣ୍ଟ ପୂରା କରିବା ପରେ ନେଣଦେଣ ସଫଳତାପୂର୍ବକ ହେବାରେ ଆପଣଙ୍କୁ ପେମେଣ୍ଟ ରସିଦ ପ୍ରାପ୍ତ ହେବ।