ବାରିପଦା, ୩୦।୧୧ ଭିଜିଲାନ୍ସ ଜାଲରେ ରାସଗୋବିନ୍ଦପୁର ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ। ଏକ ବୋରୱେଲ କାର୍ଯ୍ୟର ସର୍ଭେ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ଏକ ବୋରୱେଲ କାର୍ଯ୍ୟର ସର୍ଭେ କରିବା ପାଇଁ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ ଧ୍ରୁବ ପ୍ରସାଦ ବେହେରାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବାରମାଇଲ ଛକ ନିକଟରେ ଧ୍ରୁବ ପ୍ରସାଦଙ୍କ ଠାରୁ ଗୁରା ସିଂ ୫ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା।
ଆହୁରି ପଢନ୍ତୁ : ମାତିଛନ୍ତି ବାଇକ ଲୁଟେରା : ଭଦ୍ର ବେଶରେ ଆସିଲେ, ଘର ମୁହଁରୁ ଚୋରି କରି ନେଇଗଲେ ବାଇକ୍