ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁବକଙ୍କୁ ଲିଫ୍ଟ ମାଗି ବାଇକରେ ଯାଉଥିଲେ, ଦୁର୍ଘଟଣାରେ ଚାଲିଗଲା ଯୁବତୀଙ୍କ ଜୀବନ

ଭଂଜନଗର,୨୭/୨ –  ଜଣେ ଯୁବକଙ୍କ ବାଇକରେ ଲିଫ୍ଟ ମାଗି ଆସୁଥିବା ବେଳେ ରାସ୍ତାରେ ଦୁର୍ଘଟଣା ଘଟି ଯୁବତୀଙ୍କ ମୃତ୍ୟୁ ଘଟିଛି । ଭଂଜନଗର ଥାନା ଅନ୍ତର୍ଗତ ବେଡିଗୋବା ଗାଁ ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ମୃତ ଯୁବତୀ ଜଣକ ହେଲେ କନ୍ଧମାଳ ଅଞ୍ଚଳର ସୁନିତା ପ୍ରଧାନ । ଆହତ ବାଇକ୍ ଚାଳକ ଯୁବକକୁ ପ୍ରାଥମିକ ଚିକତ୍ସା ପରେ  ଥାନାରେ ଅଟକ ରଖି ଭଂଜନଗର ଥାନା ପୋଲିସ ପଚରାଉଚରା କରୁଛି । ଆହତ ହୋଇଥିବା ଯୁବକ ଜଣକ ସାରଙ୍ଗଡ ଅଞ୍ଚଳର ବିକ୍ରମ ବେହେରା ।

ପୋଲିସକୁ ବିକ୍ରମ ଦେଇଥିବା ବୟାନ ଅନୁଯାୟୀ , ସେ ଫୁଲବାଣୀ ରୁ ବାଇକ୍ ଯୋଗେ  ଗଂଜାମ ଜିଲ୍ଲାର ଆସିକା ଅଭିମୁଖେ ଯାଉଥିଲା । କନ୍ଧମାଳ ଜିଲ୍ଲା କଳିଙ୍ଗା ନିକଟରେ ରାସ୍ତାରେ ଅପେକ୍ଷା କରିଥିବା କନ୍ଧମାଳ ଅଞ୍ଚଳର ସୁନିତା ପ୍ରଧାନ  ଲିଫ୍ଟ୍ ମାଗି ବାଇକ୍ ରେ ବସି ଆସିକା ଅଭିମୁଖେ ଯାଉଥିଲେ । ତେବେ ଭଂଜନଗର ଥାନା ଅନ୍ତର୍ଗତ ବେଡିଗୋବା ଗାଁ ନିକଟରେ  ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।  । ଗୁରୁତର ଅବସ୍ଥାରେ ଉଭୟ ଯୁବକ ଓ ଯୁବତୀଙ୍କୁ ଉଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ  ସୁନିତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। 

ଆହୁରି ପଢନ୍ତୁ : ପୁରୀ ମେନ୍ କେନାଲକୁ ଖସିଲା କାର, ଚାଳକ ସହ ପାଣିରେ ବୁଡିଗଲା ଗାଡି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.