ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ କମିଶନଙ୍କୁ ଏସ୍‌ବିଆଇ ଦେଲା ନିର୍ବାଚନୀ ବଣ୍ଡ ସମ୍ପର୍କିତ ସବୁ ଡାଟା, ୟୁନିକ ନମ୍ବର ମଧ୍ୟ ରହିଛି: କଡ଼ା ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୩: ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା ପରେ ଶେଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଗୁରୁବାର ଇଲୋକ୍ଟୋରାଲ ବଣ୍ଡ ବିଷୟରେ ସବୁ ସୂଚନା ନିର୍ବାଚନ କମିଶନ୍‌ଙ୍କୁ ପ୍ରଦାନ କରିଛନ୍ତି। ଏହି ଡାଟାରେ ୟୁନିକ ନମ୍ବର ମଧ୍ୟ ରହିଛି, ଯେଉଁଥିରୁ ଜାଣିବାକୁ ସହଜ ହେବ କିଏ କେଉଁ ରାଜନୈତିକ ଦଳକୁ ନିର୍ବାଚନୀ ଚାନ୍ଦା ଦେଇଛି। ଏସବିଆଇ   ଅନୁପାଳନ ସତ୍ୟପାଠ ମଧ୍ୟ ଦାଖଲ କରିଛି। ସତ୍ୟପାଠରେ ଗୋଟିଏ ପଏଣ୍ଟରେ ଲେଖା ଅଛି ଏସବିଆଇ ସମ୍ମାନଜନକ ଭାବରେ ସବୁ ଡିଟେଲ୍ସର ଖୁଲାସା କରିଛି ଓ ଏବେ (ଆକାଉଣ୍ଟ ନମ୍ବର ଓ କେଓ୍ବାଇସି ଡିଟେଲ୍ସ)କୁ ଛାଡି କୌଣସି ଅନ୍ୟ ସୂଚନା ରୋକା ଯାଇ ନାହିଁ। କୁହାଯାଉଛି ଯେ, କିଛି ସମୟ ପରେ ଏବେ ୟୁନିକ୍ ନମ୍ବର ସହିତ ଇଲୋକ୍ଟୋରାଲ ବଣ୍ଡର ସୂଚନା ନିର୍ବାଚନ କମିଶନଙ୍କ ଓ୍ବେବସାଇଟ୍‌ରେ ମଧ୍ୟ ପ୍ରକାଶିତ କରି ଦିଆଯିବ।

ଲୋକଙ୍କୁ ହ୍ବାଟସଆପ୍‌ରେ ‘ବିକଶିତ ଭାରତ’ ମେସେଜ୍ ପଠାଇବା ତୁରନ୍ତ ବନ୍ଦ କର, ସରକାରଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ସୁପ୍ରିମକୋର୍ଟ ସୋମବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)କୁ ଇଲୋକ୍ଟୋରାଲ ବଣ୍ଡ ସମ୍ପର୍କିତ ଡିଟେଲ୍ସର ଖୁଲାସା କରିବାର ନିର୍ଦେଶ ଦେଇଥିଲେ, ଯେଉଁଥିରେ କିଣା ଯାଇଥିବା ତାରିଖ, କିଣାବିକା ଓ ପ୍ରାପ୍ତକର୍ତ୍ତା, ମୂଲ୍ୟବର୍ଗ ଓ ରାଜନୈତିକ ଦାନ କରିବା ପାଇଁ ବ୍ୟବହାର କରାଯାଉଥିବା ଆଲଫାନ୍ୟୁମରିକ୍‌ ସିରିୟଲ କୋଡ୍‌ ରହିଛି। ସୁପ୍ରିମକୋର୍ଟ ଏସବିଆଇର ଚେୟାରମ୍ୟାନ୍‌ ଦିନେଶ କୁମାର ଖାରାଙ୍କୁ ଗୁରୁବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସତ୍ୟପାଠ ଦାଖଲ କରିବାର ନିର୍ଦେଶ ଦେଇଥିଲେ, ଯେଉଁଥିରେ କୁହାଯାଇଛି ଯେ, ସବୁ ସୂଚନାର ଖୁଲାସା କରାଯାଇଛି ଓ କୌଣସି ତଥ୍ୟ ଲୁଚା ଯାଇ ନାହିଁ।

କୋର୍ଟ, ମିଡିଆ ଓ ନିର୍ବାଚନ କମିଶନ୍ ସମସ୍ତେ ଚୁପ୍, ଦୁନିଆର ସବୁଠୁ ବଡ ଗଣତନ୍ତ୍ର ଦେଶ କଥା ମିଛ: କଂଗ୍ରେସର ଆକାଉଣ୍ଟ ଫ୍ରିଜ୍ ହେବା ପରେ ବର୍ଷିଲେ ରାହୁଲ

କୋର୍ଟ ୧୫ ଫେବୃଆରୀରେ ଇଲୋକ୍ଟୋରାଲ ବଣ୍ଡ ଯୋଜନାକୁ ଅଣ ସମ୍ବିଧାନିକ ଘୋଷଣା କରି ଏହାକୁ ରଦ୍ଦ କରିଦେଇଥିଲେ। ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଏସବିଆଇକୁ ସବୁ ଉପଲବ୍ଧ ସୂଚନା ଏକାଠି କରିବା ଜରୁରୀ, ଯେଉଁଥିରେ କିଣାଯାଇଥିବା ବଣ୍ଡର ଆଲଫାନ୍ୟୁମରିକ୍ ସଂଖ୍ୟା ଓ ସିରିୟଲ ନମ୍ବର , ଯଦି କିଛି ସାମିଲ ରହିଛି। ଉଲ୍ଲେଖନୀୟ ଯେ, ଆଲଫାନ୍ୟୁମରିକ୍ କୋଡ୍‌ରୁ ହିଁ ବଣ୍ଡ କିଣିବା ଓ ପ୍ରାପ୍ତକର୍ତ୍ତା ରାଜନୈତିକ ଦଳ ଭିତରେ ସମ୍ପର୍କ ବିଷୟରେ ଜଣାପଡିବ। 

  • PrameyaOdia
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.