ଭୁବନେଶ୍ୱର, ୧୩/୦୯ : ଏସିଆନ ଗେମ୍ସ ୧୩ ଓଡ଼ିଆ ଆଥଲେଟ୍ଙ୍କୁ ସହାୟତା ଘୋଷଣା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ଘୋଷଣା କରିଛନ୍ତି। ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଆସନ୍ତା ୨୩ରୁ ଅକ୍ଟୋବର ୮ ଯାଏଁ ଚାଲିବ ଏସିଆନ୍ସ ଗେମ୍ସ । ଏଥିପାଇଁ ୧୩ ଜଣ ଓଡ଼ିଆ ଖେଳାଳି ଚୟନ ହୋଇଛନ୍ତି । ଏହି ୧୩ ଓଡ଼ିଆ ଖେଳାଳିଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ମିଳିବ। ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ଏହି ରାଶି ମିଳିବ ବୋଲି ଜଣାପଡିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଥଲେଟ୍ମାନେ ଖେଳରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ ଏବଂ ଏହି ଉତ୍ସାହ ସେମାନଙ୍କୁ କେବଳ ତାଲିମ ଏବଂ ପ୍ରଦର୍ଶନ ଉପରେ ଧ୍ୟାନ ଦେବା ପାଇଁ ସଶକ୍ତ କରିବ ବୋଲି ଆଶା ପ୍ରକଟ କରିଛନ୍ତି ।