ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

୨ କୁଇଣ୍ଟାଲ ଗଞ୍ଜେଇ ଜବତ

ଫିରିଙ୍ଗିଆ,୨୭।୩  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ଗଞ୍ଜେଇ କାରବାର ଥମିବାର ନା ଧରୁନାହିଁ। ପୁଣି ଫିରିଙ୍ଗିଆ ଥାନାର ଦୁଇଟି ଟିମ ଦୁଇଟି ପୃଥକ ଜାଗାରେ ଚଢ଼ାଉ କରି ସମୁଦାୟ ଦୁଇ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି।  ତେବେ  ଏହି ଘଟଣାରେ ମଧ୍ୟ୍ୟ କୌଣସି ଗଞ୍ଜେଇ ବ୍ୟବସାୟୀ ଗିରଫ ହୋଇନଥିବା ପୋଲିସ ସୂଚନା ଦେଇଛି I 

ଏସଆଇ ଅଜୟ କୁମାର ସାହୁ ଙ୍କ ନେତୃତ୍ୱ ରେ ମଙ୍ଗଳବାର ଏକ ଟିମ ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ପଂଚାୟତ ଲାଇନପାଲିଗାଁ ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲ ରେ ଚଢ଼ାଉ କରିଥିଲେ। ସେଠାରେ  ଚଲାଣ ପାଇଁ ଗଛିତ ରଖାଯାଇଥିବା ଦେଢ଼ କୁଇଣ୍ଟାଲ ଗଞ୍ଜେଇ କୁ ଜବତ  କରିଥିଲେ। ସେହିପରି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ ନିର୍ଦେଶ ରେ ଏସଆଇ ଦୀପକ କୁମାର ରାଉତ ଙ୍କ ନେତୃତ୍ୱ ରେ ଏକ ଟିମ ଫିରିଙ୍ଗିଆ ଥାନା କେଳପଡା ପଂଚାୟତ ତିଳକପଡି ଗାଁ ପାଖରେ ଥିବା ଗ୍ରାମ୍ୟ ଜଙ୍ଗଲ ରେ ଚଢ଼ାଉ କରି ଚାଲାଣ ପାଇଁ ରଖାଯାଇଥିବା ପଚାଶ କିଲୋ ଗଞ୍ଜେଇ କୁ ଜବତ କରିବାରେ ସଫଳ ହୋଇଛନ୍ତି I ତେବେ ଏହି ଘଟଣାରେ ବୁଧବାର ଫିରିଙ୍ଗିଆ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇ ଜବତ ଗଞ୍ଜେଇ କୁ କୋର୍ଟ ଚାଲାଣ କରାଯିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ କହିଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.