ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁର୍ଘଟଣାଗସ୍ତ ପିକଅପ ଭ୍ୟାନରୁ ୨୪୦ କେଜି ଜବତ

ସାନଖେମୁଣ୍ଡି,୩୦।୫ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଲାଭଣଜା-ଗୁମ୍ମା ମୁଖ୍ୟ ରାସ୍ତାର ମୌଲାଭଣଜା ଛକରେ ଦୁର୍ଘଟଣାଗସ୍ତ ହୋଇଥିବା ପିକଅପ ଭ୍ୟାନରୁ ପୋଲିସ ୨୪୦ କେଜି ଗଞ୍ଜେଇ ଜବତ କରିଛି। 

ଗୁରୁବାର  ସକାଳେ ଏକ ପିକଅପ ଭ୍ୟାନ ( ନଂ. ଓଆାର ୦୭ଓ୍ବାଇ୦୮୮୫) ଦ୍ରୁତ ଗତିରେ ଆସି ମୌଲାଭଣଜା ଗୁମ୍ମା ମୁଖ୍ୟ ରାସ୍ତା ମୌଲାଭଣଜା ଛକ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ ରାସ୍ତା କଡ଼ କୁ ଓଲଟି ପଡିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସ ପହଞ୍ଚି ଦେଖିଲା ବେଳକୁ ସେଥିରେ ଗଂଜେଇ ଥିବା ସୂଚନା ପାଇଥିଲା। ପରେ ସାନଖେମୁଣ୍ଡି ମାଜିଷ୍ଟ୍ରେଟ ଏବଂ ଦିଗପହଣ୍ଡି ଆଇଆଇସି ଙ୍କ ଉପସ୍ଥିତି ରେ ଏହାକୁ ଓଜନ କରାଯିବାରୁ ଏଥିରୁ ୨୪୦ କେଜି ଜବତ  ହୋଇ ଥିଲା । ଯାହାର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ କହିଥିବା ବେଳେ ଗାଡି ଟିର ଡ୍ରାଇଭର ଫେରାର ଥିବା ଜଣା ପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.