ପ୍ରମୂଖ ଖବର
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ହାଇଦ୍ରାବାଦରୁ ନନ୍ଦନକାନନଙ୍କୁ ଆସିଲେ ୪ ଜୀବଜନ୍ତୁ, ଆହୁରି ଆସିବେ ୨୨ ପ୍ରଜାତିର ବିଦେଶୀ ଜୀବଜନ୍ତୁ

ବାରଙ୍ଗ,୦୧/୦୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ପାଇଁ କର୍ତ୍ତୃପକ୍ଷ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରାଣୀ ଉଦ୍ୟାନରେ କିଛି ଜୀବଜନ୍ତୁ ଏକାକୀ ଜୀବନ ବିତାଉଛନ୍ତି । ସେମାନଙ୍କ ପାଇଁ କର୍ତ୍ତୃପକ୍ଷ ସାଥୀ ଯୋଗାଡରେ ଲାଗିପଡିଛନ୍ତି । ତେଣୁ ପ୍ରଥମ ପର୍ଯ୍ୟାୟରେ ଗୁରୁବାର ସନ୍ଧ୍ୟାରେ  ହାଇଦ୍ରାବାଦର ଏକ ଫାର୍ମରୁ ଦୁଇ ପ୍ରଜାତିର ୪ଟି ଜୀବଜନ୍ତୁ ଆସି  ପହଞ୍ଚିଛନ୍ତି । ତେଲେଙ୍ଗାନାର ଜୋନ ଗ୍ରୀଭ୍‌  ଫାର୍ମକୁ ଏହି ଜନ୍ତୁ ଆଣିବାର ଦାୟିତ୍ୱ ଦିଆଯାଇଥିଲା ।  ସେଥିରେ ହଳେ (ଅଣ୍ଡିରା, ମାଈ) ସୁନେଲି ତାମୋରିନ ମାଙ୍କଡ଼ ଓ ହଳେ (ଅଣ୍ଡିରା ମାଈ) ଗୁଣ୍ଡୁଚି ମାଙ୍କଡ଼ ଅଛନ୍ତି । ସେମାନଙ୍କୁ ନୂତନ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ସେଠାରେ ପ୍ରାଣୀ ଚିକିତ୍ସକ ମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି । ପ୍ରାୟ ୩୦  ଦିନ ସେଠାରେ ରଖାଯିବା ପରେ ସେମାନଙ୍କୁ ଖୁଆଡକୁ ଅଣାଯିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ଠାରୁ ସୂଚନା ମିଳିଛି । 

ନନ୍ଦନକାନନ ଚିଡ଼ିଆ ଖାନା କେବଳ ପର୍ଯ୍ୟଟକଙ୍କ ମନୋରଞ୍ଜନ ମଧ୍ୟରେ ସୀମିତ ହୋଇରହିନାହିଁ । ଏଠାରେ ବିଭିନ୍ନ ଜୀବଜନ୍ତୁ ମାନଙ୍କର ବଂଶ ବୃଦ୍ଧି କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ତେଣୁ ପୂର୍ବରୁ ପ୍ରାଣୀ ଉଦ୍ୟାନର ବିଦେଶୀ ମାଙ୍କଡ଼ ଖୁଆଡରେ ଗୋଟିଏ ମାଈ ନାଲି ତାମୋରିନ ମାଙ୍କଡ଼ ଥିଲା । ଏବେ ହଳେ ତାମୋରିନ ମାଙ୍କଡ଼ ଅଣାଯାଇଛି । ସେମାନଙ୍କ ମଧ୍ୟରେ ମିଳନ କରାଯାଇ ବଂଶ ବୃଦ୍ଧି କରାଯିବ । 

ସେହିପରି ଏହାର ପାଖ ଖୁଆଡରେ ହଳେ ଗୁଣ୍ଡୁଚି ମାଙ୍କଡ଼ ବହୁଦିନ ଧରି ଥିବା ବେଳେ ସେମାନଙ୍କର ବଂଶ ବୃଦ୍ଧି ସମ୍ଭବ ହୋଇପାରିନଥିଲା । ତେଣୁ ପୁଣି ହଳେ ଗୁଣ୍ଡୁଚି ମାଙ୍କଡ଼ ଅଣାଯାଇଛି  । ସେମାନଙ୍କ ମଧ୍ୟରେ ମିଳନ କରାଯାଇ ବଂଶ ବୃଦ୍ଧି ପାଇଁ ପ୍ରୟାସ କରାଯିବ ।  ପ୍ରାଣୀ ଉଦ୍ୟାନରେ ପ୍ରାୟ ଆଉ ୨୪ ପ୍ରଜାତିର ଜୀବଜନ୍ତୁ ମାନଙ୍କର ବଂଶ ବୃଦ୍ଧି ପାଇଁ ପ୍ରାୟସ ଆରମ୍ଭ କରାଯାଇଛି । ଏଥିପାଇଁ  କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଠାରୁ ଅନୁମୋଦନ ମଧ୍ୟ ମିଳିସାରିଛି । ଚଳିତ ବର୍ଷ ୨୪ଟି ଜୀବଜନ୍ତୁ ଆଣିବା ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି । 

ଏଥିରେ ଆଉ କାଶ୍ୱୱାରି,ଓଟପକ୍ଷୀ,ହଳଦୀଆ ପିଠିଆ ଲୋରି, ଆମେରିକାନ ଏଣ୍ଡୁଅ , ସାଧାରଣ ମାର୍ମୋସେଟ, ଟୁଫଟେଡ଼ ମାରମୋସେଟ୍‌, ମିର୍‌କ୍ୟାଟ୍‌, ଅମ୍ବ୍ରେଲା କୁକାଟୋ , ଲେସର ସଲଫର କ୍ରଷ୍ଟେଡ  କୁକାଟୋ, ବାରବାରି ଡୋଭ, ଷ୍ଟାର ପିଞ୍ଚ୍‌,ଡାଇମଣ୍ଡ ଡୋଭ,ଲଙ୍ଗ ଟେଲ୍ଡ ପିଞ୍ଚ୍‌, ରିଙ୍ଗ ନେକେଡ ଫିଜାଣ୍ଟ, ବ୍ଲାକ କ୍ରୋନଡ଼ କ୍ରେନ,ଭାଉଲେଟ ଟୋରାକୋ, ବେଙ୍ଗାଲିସ ପିଞ୍ଚ୍‌, ଗ୍ରିନ ଇଉଗେଡ ମାଙ୍କଡ଼, ଜିରାଫ,ଲିଭିଙ୍ଗ୍‌ ଷ୍ଟୋନ ଟୁରାକୋ ଓ ନେକେଡ ୱାଲାବି ଆସିବ ବୋଲି କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.