ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ୍ଦେ ଭାରତ ପାଇଁ ୪୧ ହଜାର ଡବା, ୪ କୋଟି କୃଷକଙ୍କୁ ମିଳିବ ପିଏମ୍‌ ଫସଲ ଯୋଜନାର ଲାଭ: ସୀତାରମଣ

ନୂଆଦିଲ୍ଲୀ,୧।୨: ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ ହୋଇଛି । ପର୍ଯ୍ୟଟନ କ୍ଷେତ୍ର, ବିମାନ ବନ୍ଦର ଏବଂ ରେଳ ଷ୍ଟେସନ ଉପରେ ଫୋକସ୍ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଛନ୍ତି ବନ୍ଦେ ଭାରତର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏକ ମାଲ ପରିବହନ କରିଡର ମଧ୍ୟ ନିର୍ମାଣ କରାଯାଉଛି। ବନ୍ଦେ ଭାରତ ପାଇଁ ୪୦ ହଜାର କୋଚ୍ ପ୍ରସ୍ତୁତ କରାଯାଉଛି। ଏହା ସହ ବିମାନ ପଥ ବଢାଇବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି। 

ବଜେଟ୍-୨୦୨୪ : ୮୦ କୋଟି ପରିବାରକୁ ମିଳୁଛି ମାଗଣା ରାସନ

ସୀତାରମଣ କହିଛନ୍ତି, ୩ଟି ନୂତନ ରେଳ କରିଡର ନିର୍ମାଣ କରାଯିବ। ଏହି କରିଡର ଶକ୍ତି, ଖଣିଜ ପଦାର୍ଥ ଏବଂ ସିମେଣ୍ଟ ପାଇଁ ହେବ । ପିଏମ୍ ଗତିଶକ୍ତି ଯୋଜନାରେ ପ୍ରକଳ୍ପ ଚିହ୍ନଟ କରାଯାଇଛି। ଏହା ଦ୍ୱାରା ଯାତ୍ରୀବାହୀ ଟ୍ରେନ୍ ଚଳାଚଳରେ ଉନ୍ନତି ଆସିବ ଏବଂ ଟ୍ରେନ୍ ରେ ଯାତ୍ରା କରିବା ନିରାପଦ ହେବ। ଏହାଦ୍ୱାରା ଅର୍ଥନୈତିକ ବିକାଶ ହେବ, ଯାତ୍ରୀମାନଙ୍କ ପାଇଁ ସୁବିଧା ଆହୁରି ବୃଦ୍ଧି ପାଇବ। ଏହା ସହିତ ସେ କହିଛନ୍ତି, ଦେଶରେ ୫୧୭ ବିମାନବନ୍ଦର ବିକଶିତ ହୋଇଛି। ଏହାଛଡା ଅର୍ଥମନ୍ତ୍ରୀ ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷଣୀୟ କରାଯିବ ବୋଲି କହିଛନ୍ତି। ଲାକ୍ଷାଦ୍ୱୀପକୁ କିପରି ଅଧିକ ପର୍ଯ୍ୟଟକ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। 

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି,୪ କୋଟି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ଯୋଜନାର ଲାଭ ମିଳିଛି। ଆମେ ପବନ ଶକ୍ତିର ବିକାଶ ଦିଗରେ ଦ୍ରୁତ ଗତିରେ କାମ କରୁଛୁ। ଆଜି ସାଧାରଣ ପରିବହନରେ ଇ-ଯାନଗୁଡ଼ିକ ଅଧିକରୁ ଅଧିକ ବ୍ୟବହୃତ ହେଉଛି। ମେଟ୍ରୋ ବିସ୍ତାର ଉପରେ ମଧ୍ୟ କାର୍ଯ୍ୟ ଚାଲିଛି। ବଡ଼ ସହରରେ ଆଧୁନିକ ପରିବହନ ବ୍ୟବସ୍ଥା କରାଯାଉଛି।

  • prameyanews
  • PrameyaOdia
  • prameya
  • Union Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.