ସୋର, ୨୧/୧୧ : ସୋର ବଳରାମପୁର ଗାଁରେ ପାଗଳ ମାଙ୍କଡ଼ ଆତଙ୍କ l ମାଙ୍କଡ଼ କାମୁଡ଼ାରେ ୬ ଆହତ। ଲୋକମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳ ମାଙ୍କଡ଼। ମଙ୍ଗଳବାର ସକାଳ ୯ ଟାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ମାଙ୍କଡ଼ କାମୁଡ଼ାରେ ଜଣେ ଗୁରୁତରଙ୍କୁ ସୋର ଡାକ୍ତରଖାନାରୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି l ତେବେ ମାଙ୍କଡ଼ କାମୁଡ଼ାରେ ଶିଶୁ, ମହିଳା ଓ ଫେରିବlଲl ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଖୁବ୍ ଶୀଘ୍ର ଏହି ପାଗଳ ମାଙ୍କଡ଼କୁ କାବୁ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।