ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଟ୍ରିକ ପରୀକ୍ଷାରେ ଅବହେଳା ଘଟଣାରେ ୮ ଶିକ୍ଷକ ନିଲମ୍ବିତ ! ପରୀକ୍ଷା ଦାୟିତ୍ୱରୁ ବିଦା ହେଲେ ୨୦ ଶିକ୍ଷକ

କଟକ ୨୩/୦୨: ମାଟ୍ରିକ୍‌ ପରୀକ୍ଷା ପ୍ରଥମ  ଦିନରେ ବିଭିନ୍ନ କେନ୍ଦ୍ରରେ ହୋଇଥିବା ଅନିୟମିତତା  ଘଟଣାରେ ସେଣ୍ଟର୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଏବଂ  ପରୀକ୍ଷା ନିରୀକ୍ଷକ ମିଶି ପ୍ରାୟ ୮ ଜଣ ଶିକ୍ଷକ  ନିଲମ୍ବନ ହେବେ । ମାଧ୍ୟମିକ ଶିକ୍ଷା ପରିଷଦ  (ବୋର୍ଡ)ର ସୁପାରିସ ଆଧାରରେ ମାଧ୍ୟମିକ  ଶିକ୍ଷା ନିର୍ଦ୍ଦେଶକ ଏହି ଶିକ୍ଷକମାନଙ୍କୁ ନିଲମ୍ବନ  କରିବା ପାଇଁ ଫାଇଲ୍‌ରେ ମୋହର ମାରିଥିବା  ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏନେଇ ଖୁବ୍‌ଶୀଘ୍ର  ଡିଇଓମାନଙ୍କ ପାଖରେ ନିର୍ଦ୍ଦେଶନାମା ପହଞ୍ଚିଯିବ  ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର  ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସେହିପରି  ପ୍ରାୟ ୨୦ ଜଣ ନିରୀକ୍ଷକଙ୍କୁ ପରୀକ୍ଷା ପରିଚାଳନା  ଦାୟିତ୍ୱରୁ ବିଦା କରାଯାଇଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ଶୁକ୍ରବାର ଇଂରାଜୀ ବିଷୟ ପରୀକ୍ଷା ଚାଲିଛି । ଇଂରାଜୀ ବିଷୟରେ ଅଧିକ କପି ହେବାର  ଆଶଙ୍କା ରହିଛି । ପ୍ରଥମ ଦିନର ପରୀକ୍ଷା ପରି ଇଂରାଜୀ ବିଷୟ ପରୀକ୍ଷାରେ ଯେପରି କୌଣସି ଅନିୟମିତତା  କିମ୍ବା ବିଭ୍ରାଟର ପୁନରାବୃତ୍ତି ନହୁଏ ସେଥିଲାଗି  ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ  ଗୁରୁତ୍ୱ ଦେଇଛନ୍ତି । ପରୀକ୍ଷା ନିୟମ କଡ଼ାକଡ଼ି ପାଳନ ନହେଲେ  ଏଥିପାଇଁ ସରକାର କଠୋର ପଦକ୍ଷେପ ନେବେ  ବୋଲି ସୁପରିଣ୍ଟେଣ୍ଡେଣ୍ଟ୍‌ମାନଙ୍କୁ ଚେତାଇ ଦିଆଯାଇଛି ।  

ସେହିପରି ସମ୍ବେଦନଶୀଳ ଏବଂ ଅତି  ସମ୍ବେଦଶୀଳ ପରୀକ୍ଷା କେନ୍ଦ୍ର ଉପରେ ଅଧିକ ସତର୍କ  ରହିବା ପାଇଁ ଡିଇଓମାନଙ୍କୁ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦେଶ  ଦେଇଛନ୍ତି । ଏମିତିକି କେତେକ ସେଣ୍ଟର୍‌ରେ ସିଟିଂ  ଆରେଞ୍ଜମେଣ୍ଟ୍‌ରେ ଦୂରତା ରଖିବା ପାଇଁ କୁହାଯାଇଛି ।  ଏସବୁ ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଡ୍ୟୁଟିରେ ସାମାନ୍ୟ  ଅବହେଳା ଦେଖିଲେ ଡିଇଓମାନେ ତୁରନ୍ତ ରିପୋର୍ଟ  ଦେବାକୁ ସମୀକ୍ଷା ବୈଠକରେ ପରାମର୍ଶ ଦିଆଯାଇଛି ।  

ସୂଚନାଥାଉକି, କେତେକ ପରୀକ୍ଷା କେନ୍ଦ୍ରରେ  ଆର୍ଟିଫିସିଆଲ୍‌ ଇଣ୍ଟିଲିଜେସନ୍‌ (ଏଆଇ) କ୍ୟାମେରା  ସହ ଲାଇଭ୍‌ ଭିଡିଓ ଏବଂ ସିସିଟିଭି ଫୁଟେଜ୍‌  ଯୋଗୁଁ ଏବେ ସେଣ୍ଟର୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଏବଂ  ନିରୀକ୍ଷକମାନେ ଅକଳରେ ପଡ଼ିଛନ୍ତି । କଟକ  ଜିଲ୍ଲାରେ ନରସିଂହପୁରର ଅନନ୍ତ ନାରାୟଣ ସ୍କୁଲ୍‌ର  ପରୀକ୍ଷା ହଲ୍‌ରେ ମହିଳା ହୋମଗାର୍ଡ ପଶି କପି  ଦେବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.