ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାବୁ ହେଲା ପାଗଳ ମାଙ୍କଡ଼, ୨ ମାସ ହେଲା ଖେଳାଇଥିଲା ଆତଙ୍କ

ସାଲେପୁର, ୦୮/୧୨ : କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ ଅରିଲୋ ପଞ୍ଚାୟତ କୋଟୁଆଁ ଗ୍ରାମରୁ କାବୁ ହେଲା ପାଗଳ ମାଙ୍କଡ଼। ଦୁଇ ମାସରୁ ଉର୍ଦ୍ଧ୍ଵ ଦିନ ହେଲା ଏହି ପାଗଳ ମାଙ୍କଡ଼ ଆତଙ୍କ ଖେଳାଇ ଥିଲା। ମାଙ୍କଡ଼କୁ ଧରିବା ପାଇଁ କଟକ ବନବିଭାଗ ଅଧିନସ୍ଥ ଓଡ଼ପଡ଼ା ବିଟ୍ ହାଉସ୍ ର କର୍ମଚାରୀମାନେ ଯନ୍ତା ବସାଇ ମାଙ୍କଡକୁ ଧରିଥିବା ଜଣାପଡିଛି। 

ପ୍ରକାଶ ଯେ, ଏହି ପାଗଳ ମାଙ୍କଡ଼ର ଦୌରାତ୍ମ୍ୟରେ ଲୋକେ ଆତଙ୍କିତ ହୋଇପଡିଥିଲେ। ଏପରିକି ଏହି ମାଙ୍କଡ଼ର ଆକ୍ରମଣରେ ଅନେକ ଲୋକ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମାଙ୍କଡ଼ର ଉତ୍ପାତ ଏତେ ବଢି ଯାଇଥିଲା ଯେ ଲୋକେ ପଦାକୁ ବାହାରିବାକୁ ନିରାପଦ ମଣୁ ନଥିଲେ। ସ୍ଥାନୀୟ ଲୋକେ ଏନେଇ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଆସି ଯନ୍ତା ବସାଇଥିଲେ। ତେବେ ମାଙ୍କଡ଼ଟିକୁ ଧରି ବନବିଭାଗ ନେଇଥିବା ଜଣାପଡ଼ିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.