ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ବଟେଶ୍ୱର ସମୁଦ୍ର କୂଳରେ ଭାସୁଛି ନୂଆ ପ୍ରଜାତି ମଲା ମାଛ

ରମ୍ଭା,୨୬/୦୨: ଗଞ୍ଜାମ ଜିଲ୍ଲା ବଟେଶ୍ୱର ସମୁଦ୍ର କୂଳରେ ନୂତନ ପ୍ରଜାତିର ସାମୁଦ୍ରିକ ମଲା ମାଛ ଭାସୁଛି । ବଟେଶ୍ୱର ସମୁଦ୍ର କୂଳରୁ ଗୋପାଳପୁର ପର୍ଯ୍ୟନ୍ତ ଏହି  ପ୍ରଜାତିର ମଲା ମାଛ ଭାସୁଥିବା କିଛି ମତ୍ସ୍ୟଜୀବୀ କହିଛନ୍ତି । କିଛି ମତ୍ସ୍ୟଜୀବୀ ଏହା  ରେଡ୍‌ ଲାଏନ ଫିସ ଓ ସ୍ଫାଏରଓଇଡ୍‌ସ ପ୍ରଜାତିର ବୋଲି କହିଛନ୍ତି । ଧର୍ମଶରଣପୁର  ଗ୍ରାମର ଜଣେ ଯୁବକ ଶ୍ରବଣ ନାହାକ ମଲା ସାମୁଦ୍ରିକ ମାଛ ଦେଖିଥିଲେ । ସେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । କୌଣସି କାରଣରୁ ସାମୁଦ୍ରିକ ମାଛ ମରି ଭାସୁଥିବା ମତ୍ସ୍ୟଜୀବୀମାନେ ସନ୍ଦେହ କରୁଛନ୍ତି । 

ସମୁଦ୍ର କୂଳରେ ବନ୍ୟ ବିଭାଗ, ୱାଇଲ୍ଡ  ଲାଇଫ୍‌ ଏବଂ ମତ୍ସ୍ୟ ସମ୍ପଦ ବିଭାଗର କୌଣସି ପାଟ୍ରୋଲିଂ ନାହିଁ । ସେଥିପାଇଁ ମତ୍ସ୍ୟ  ସୁରକ୍ଷା ପ୍ରତି ଅବହେଳା ହେଉଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା  ମତ୍ସ୍ୟ ଅଧିକାରୀ ନିମାଇଁ ଚରଣ ବସ୍ତିଆ କହିଛନ୍ତି, ମତ୍ସ୍ୟଜୀବୀ ମାନେ ମାଛ ଧରିବାକୁ  ସମୁଦ୍ରକୁ ଯାଉଛନ୍ତି । ଯେଉଁ ମାଛ ବିକ୍ରି ହେବ ନାହିଁ, ତାହା ଉପକୂଳରେ ଫୋପାଡି  ଦେଉଛନ୍ତି । 

ସେପଟେ ଆଡିସନାଲ ଫିସେରି ଅଫିସର (ମେରାଇନ୍‌) ସୁବ୍ରତ  ପଟ୍ଟନାୟକ କହିଛନ୍ତି, ମଲା ମାଛ ଗୁଡ଼ିକ ଖାଦ୍ୟ ଉପଯୋଗୀ ନୁହଁ । ଅଲିଭ୍‌ ରିଡ୍‌ଲେ  କଇଁଚ୍ଛ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସମୁଦ୍ରରେ ମାଛ ଧରିବା ବାରଣ  କରଯାଇଛି । ଶତାôଦକ ମତ୍ସ୍ୟଜୀବୀ ବିଭିନ୍ନ ଅଞ୍ଚଳରେ ମାଛ ଧରିବା ପରେ ବଯେଶ୍ୱର ସମୁଦ୍ର ତଟରେଜାଲ ଝାଡ଼ୁଛନ୍ତି । ଫଳରେ ସେହି ମାଛଗୁଡ଼ିକ ଉପକୂରେ ପଡ଼ିରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.