ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ: ପ୍ରଥମ ବ୍ୟାଚ୍‌ରେ ଗଲେ ସାଢ଼େ ୪ ହଜାରରୁ ଅଧିକ ଶ୍ରଦ୍ଧାଳୁ

ଶ୍ରୀନଗର,୨୯/୦୬:  ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ସେଥିଲାଗି ଶୁକ୍ରବାର ୪୬୦୩ଜଣ  ଶ୍ରଦ୍ଧାଳୁ କାଶ୍ମୀରର ବାଲଟାଲ ଓ ଅନନ୍ତନାଗସ୍ଥିତ ବେସ୍‌କ୍ୟାମ୍ପ  ଅଭିମୁଖେ ଯାତ୍ରା କରିଛନ୍ତି । ଜମ୍ମୁର ଭଗବତୀନଗର ଯାତ୍ରୀ ନିବାସରୁ  ଶ୍ରଦ୍ଧାଳୁମାନଙ୍କୁ ୨୩୧ଟି ଗାଡ଼ିରେ ସିଆରପିଏଫ୍‌ର ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ବେସ୍‌କ୍ୟାମ୍ପକୁ ବିଦା କରାଯାଇଛି । ଜମ୍ମୁ-କାଶ୍ମୀର  ଉପରାଜ୍ୟପାଳ ମନୋଜ ସିହ୍ନା ସକାଳେ ସବୁଜ ପତାକା ଦେଖାଇ  ତୀର୍ଥଯାତ୍ରୀମାନଙ୍କର ଏହି ପ୍ରଥମ ବ୍ୟାଚ୍‌କୁ ବିଦା କରିଥିଲେ । ଏହି  ସମୟରେ ସେ ବାବା ଅମରନାଥଜୀଙ୍କର ଆଶୀର୍ବାଦରୁ ସମସ୍ତଙ୍କ  ଜୀବନରେ ସୁଖ, ଶାନ୍ତି ଆସୁ ବୋଲି ପ୍ରାର୍ଥନା କରିଥିଲେ । ଜୁନ୍‌ ୨୯ରୁ  ଅଗଷ୍ଟ ୧୯ ଯାଏ ୫୨ ଦିନ ଧରି ଏହି ଯାତ୍ରା ଚାଲିବ । 

ଅଧିକାରୀମାନଙ୍କ  ଅନୁସାରେ, ଆଜିଠାରୁ ଅଗଷ୍ଟ ୧୯ ତାରିଖ ଯାଏ ଭିନ୍ନ ଭିନ୍ନ ରାସ୍ତାରେ  ଟ୍ରାଫିକ୍‌ କଟକଣା ରହିବ । ଲୋକଙ୍କୁ ସମସ୍ୟା ନ ହେବା ଲାଗି  ପ୍ରତିଦିନ ପରାମର୍ଶନାମା ଜାରି ହେବ ।ଏଥରକ ଅମରନାଥ ଯାତ୍ରା  ଲାଗି ଅଦ୍ୟାବଧି ୩.୫୦ ଲକ୍ଷରୁ ଅଧିକ ପଞ୍ଜୀକରଣ କରାଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.