ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ପଟିଫାଏର ତୃତୀୟ ପର୍ଯ୍ୟାୟ ଛଟେଇ ନେଇ ଘୋଷଣା ପରେ ଚାକିରି ଛାଡ଼ିବେ କମ୍ପାନିର ସିଏଫଓ

Image Courtesy: ndtv

ନୂଆଦିଲ୍ଲୀ: ମ୍ୟୁଜିକ୍‌ ଷ୍ଟ୍ରିମିଂ ଜ୍ୟାଣ୍ଟ ସ୍ପଟିଫାଏ ତୃତୀୟ ପର୍ଯ୍ୟାୟ ଛଟେଇ ନେଇ ଘୋଷଣା କରିଥିଲା । କମ୍ପାନିରେ କାର୍ଯ୍ୟ କରୁଥିବା ୧୭ ପ୍ରତିଶତ ବା ପ୍ରାୟ ୧୫ ଶହ କର୍ମଚାରୀଙ୍କୁ ବିଦା କରିବ ସ୍ପଟିଫାଏ । ଇତିମଧ୍ୟରେ କମ୍ପାନିର ଚିଫ ଫାଇନନ୍ସିଆଲ ଅଫିସର (ସିଏଫଓ) ପଲ୍‌ ବୋଗେଲ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ୨୦୧୬ରେ ସ୍ପଟିଫାଏରେ ଯୋଗ ଦେଇଥିବା ବେଳେ ୨୦୨୦ରେ ସିଏଫଓ ହୋଇଥିଲେ ପଲ୍‌ । ସେ ତାଙ୍କର ଇସ୍ତଫା ନେଇ ଘୋଷଣା କରିଥିବା ବେଳେ କମ୍ପାନି ପକ୍ଷରୁ କୁହାଯାଇଛି ଯେ, ପଲ୍‌ ବୋଗେଲ ୨୦୨୪ ମାର୍ଚ୍ଚ ୩୧ରେ ଚାକିରି ଛାଡ଼ିବେ । 

ସ୍ପଟିଫାଏ ୟୁଜରଙ୍କୁ ଆକୃଷ୍ଟ କରିବା ଲାଗି ଉପାୟ କରୁଛି । ଏଭଳି ସ୍ଥିତିରେ ବଜାରର ଚାହିଦାକୁ ନଜରରେ ରଖି କମ୍ପାନି କାର୍ଯ୍ୟ କରୁଛି । ତେଣୁ ନୂଆ ଆହ୍ବାନକୁ ନଜରରେ ରଖି କାର୍ଯ୍ୟ କରିବାକୁ ହେଲେ ସେମିତି ଜଣେ ଅଭିଜ୍ଞ ସିଏଫଓଙ୍କ ଦରକାର ଅଛି ବୋଲି କମ୍ପାନି  ସିଇଓ ଡାନିଏଲ ଏକ୍‌ କହିଛନ୍ତି । ତେଣୁ ଆମେ ପଲଙ୍କୁ ଛାଡ଼ିବାକୁ ନିଷ୍ପତ୍ତି କଲୁ ବୋଲି ସେ କହିଛନ୍ତି । ଏହା ସହ ପଲଙ୍କ କାର୍ଯ୍ୟଶୈଳୀ ପ୍ରଶଂସନୀୟ ଥିଲା ବୋଲି କହିବା ସହ କରୋନା ସମୟରେ ସେ କିଭଳି କମ୍ପାନିକୁ ପରିଚାଳନା କରିଥିଲେ ସେନେଇ କହିଛନ୍ତି ଡାନିଏଲ । ତେବେ ସ୍ପଟିଫାଏର ଆର୍ଥିକ ଯୋଜନା ଏବଂ ବିଶ୍ଳେଷଣ ବିଭାଗର ଉପସଭାପତି ବେନ କଙ୍ଗଙ୍କୁ ସିଏଫଓି ଦାୟିତ୍ବ ମିଳିପାରେ ।

୨୦୨୩ ଆରମ୍ଭରୁ ଅନେକ ବଡ଼ ବଡ଼ ଟେକ କମ୍ପାନୀ ଛଟେଇ କରିସାରିଛନ୍ତି । ହଜାର ହଜାର କର୍ମଚାରୀ ଚାକିରି ହରାଇଛନ୍ତି । ସ୍ପଟିଫାଏ ମଧ୍ୟ ଦୁଇଟି ପର୍ଯ୍ୟାୟରେ ଛଟେଇ କରିସାରିଛି । ତୃତୀୟ ପର୍ଯ୍ୟାୟ ଛଟେଇ ନେଇ କମ୍ପାନି ଘୋଷଣା କରିଥିବା ବେଳେ ପ୍ରଥମେ ଏହାର ଶିକାର ହୋଇଛନ୍ତି ସିଏଫଓ । ସେପଟେ କମ୍ପାନିର ଆର୍ଥିକ କ୍ଷତି ଲଗାତାର ବୃଦ୍ଧି ପାଇଥିବାରୁ କମ୍ପାନି କର୍ମଚାରୀଙ୍କ ସଂଖ୍ୟା କମ୍‌ କରିବାକୁ ନିଷ୍ପତ୍ତି ନେଇଥିବା ନେଇ ସିଇଓ ଡାନିଏଲ ଏକ୍‌ କହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.