ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ସ୍ଵପ୍ନାଦେଶ ପରେ ରାମପୋଖରୀ ନିକଟରୁ ପ୍ରାଚୀନ ଯୁଗର ପଥର ଗଣେଶ ମୂର୍ତ୍ତି ଉଦ୍ଧାର

ମାଲକାନଗିରି,୧୯।୯(ଆପ୍ର): ମାଲକାନଗିରି ଜିଲ୍ଲାର ଜଣେ ଆଦିବାସୀ ଙ୍କ ଚାଷ ଜମିରୁ ପ୍ରାଚୀନ ଯୁଗର ଗଣେଶ ମୂର୍ତ୍ତି ଉଦ୍ଧାର କରାଯାଇଛି।  ଆଡ଼ମ୍ବର ପୂର୍ଣ୍ଣଭାବେ ଏହାକୁ ପ୍ରତିଷ୍ଠା କରାଯାଇ ଗ୍ରାମ ବାସୀ ମାନେ ପୂଜା କରିଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଲାଭରମ ପଞ୍ଚାୟତ ଟିଙ୍ଗ ରାଜପାଲି ବଡାନଗୁଡା ଆଦିବାସୀ ଗ୍ରାମରେ।

  ଟିଙ୍ଗରାଜ ଗ୍ରାମର ମିଛୁ ଭୀମା (୫୫)ଙ୍କୁ ଗତ କିଛି ଦିନ ତଳେ ସ୍ଵପ୍ନାଦେଶ ହୋଇଥିଲା।  ତାଙ୍କର ଗ୍ରାମ ମୁଣ୍ଡରେ ଥିବା ରାମ ପୋଖରୀ ନିକଟ ତାଙ୍କ ଚାଷ ଜମିରେ ଗଣେଶ ପୋତି ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ପୂଜା କଲେ ଗ୍ରାମବାସୀଙ୍କ ମଙ୍ଗଳ ହେବ । ସେ ଏଥି ପ୍ରତି ଗୁରୁତ୍ୱ ଦେଇ ନଥିଲେ।ପୁଣି ସୋମବାର ରାତ୍ରରେ ମିଛୁ ଭିମାଙ୍କୁ ଆଉଥରେ ସ୍ୱପ୍ନ ହୋଇଥିଲା  । ସେ ରାତ୍ର ରେ ଗାଁ ଲୋକଙ୍କୁଡାକି  ରାତ୍ର ପ୍ରାୟ ୪ ଟା ସମୟରେ ଗାଁ ନିକଟସ୍ଥ ରାମ ପୋଖରୀ ପାଖକୁ ଯାଇ ଜମିରୁ ମାଟି ଖୋଳି ଦେଖିଲେ ଯେ ତାଙ୍କର ସ୍ୱପ୍ନ ମୁତାବକ  ମାଟିରେ ମୂର୍ତ୍ତିଟି ରହିଛି lଗ୍ରାମ ଲୋକଙ୍କ ସାହାଯ୍ୟରେ ମୂର୍ତ୍ତିଟିକୁ ଉଦ୍ଧାର କରି ଶୋଇଥିବା ମୂର୍ତ୍ତିକୁ ସେହି ସ୍ଥାନରେ ଠିଆକରି ନିକଟରେ ଥିବା ତାଳଗଛ ମୂଳରେ ରଖିଥିଲେ l

 ସକାଳେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ର ଅଧ୍ୟକ୍ଷ ଲଳିତ ନାରାୟଣ ମାଡକାମୀ ଏହା ଜାଣିପାରି ସେହି ଗ୍ରାମରେ ପହଞ୍ଚି ଗଣେଶ ଙ୍କ ମୂର୍ତ୍ତିକୁ ପ୍ରତିଷ୍ଠା କରିଥିଲେ। ଆଜି ଶ୍ରୀ ଗଣେଷଙ୍କ ପୂଜା ପାଳନ ଅବସରରେ ସେହି ସ୍ଥାନରେ ବିଭିନ୍ନ ଆଦିବାସୀ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ରୁଣ୍ଡ ହୋଇ ପୁଜାଅର୍ଚ୍ଚନା ଆରମ୍ଭ କରିଛନ୍ତି।ଶ୍ରୀ ମାଡକାମୀ ମିଛୁ ଭୀମ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି। ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମନ୍ଦିର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମ ବାସୀଙ୍କ ପକ୍ଷରୁ ଦରଖାସ୍ତ ଦିଆଯିବ ବୋଲି ଶ୍ରୀ ମାଡକାମୀ କହି ଛନ୍ତି।

 ସେଠାରେ ଶିବ,ପାର୍ବତୀ ଓ ଲକ୍ଷ୍ମୀ ଙ୍କ ମୂର୍ତ୍ତି ମଧ୍ୟ ପୋତି ହୋଇ ରହିଥିବାର ସ୍ୱପ୍ନା ଆଦେଶ ହୋଇ ଥିବା  ଭିମା କହି ଛନ୍ତି। ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ଦଣ୍ଡକାରଣ୍ୟ ବନବାସ ସମୟରେ ସେହି ଗ୍ରାମରେ କିଛି ଦିନ ରହିଥିଲେ। ତାର ପ୍ରତୀକ ଭାବେ ଏବେ ବି ସେହି ଗ୍ରାମ ରେ ରାମପୋଖରୀ ଅଛି  ପୋଖରୀ ହୁଡା ରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କର ପାଦଚିହ୍ନ ରହିଛି,ଏହାର ଅଧିକ ଅନ୍ୱେଷଣ ପ୍ରତ୍ନତତ୍ୱ ବିଭାଗ ଦ୍ୱାରା କରିବା ଦରକାର ବୋଲି ମାଲାଭରମ ପଞ୍ଚାୟତ ର ପୁର୍ବତନ ସରପଞ୍ଚ ଜଗା ମାଢି କହିଛନ୍ତି l 

ଆହୁରି ପଢନ୍ତୁ : ପୁଅକୁ ଆକ୍ରମଣ କଲା ମଦ୍ୟପ ବାପା : ଦେଶୀ ମଦ ବିକ୍ରି ବନ୍ଦ ଦାବିରେ ତାତିଲେ ମହିଳା, କଲେ ରାସ୍ତା ଅବରୋଧ

Copyright © 2022 - Summa Real Media Private Limited. All Rights Reserved.