ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ବ୍ୟାରିକେଡ୍‌ରେ ପିଟି ହୋଇ ଜଳିଗଲା ବାଇକ୍‌: ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର/ଯାଁଳା,୧୮/୦୯: ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ୍‌ରେ ଟ୍ରିପଲ ରାଇଡିଂ ଓ ଦ୍ରୁତଗତି  ଯୋଗୁ ଜଣେ ଯୁବକଙ୍କ ଜୀବନ ଯାଇଥିବା  ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି ।  ମୃତ ଯୁବକଙ୍କ ଘର ବାଟଭୁଆଶୁଣି ମନ୍ଦିର  ନିକଟ ଓଗାଳପଡ଼ାରେ ବୋଲି ଜଣାପଡ଼ିଛି । ତମାଣ୍ଡୋ ଥାନା ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି  ଆହତ ଯୁବକଙ୍କୁ ଏମ୍‌ସ ହସ୍ପିଟାଲ ପଠାଇଛି ।  

ଘଟଣାସ୍ଥଳରୁ ପ୍ରକାଶ, ୩ଜଣ ଯୁବକ ଏକ  ସିବିଜେଡ୍‌ ବାଇକ୍‌(ଓଡି୩୩ଏଲ୍‌ ୧୩୮୦)ରେ  ତମାଣ୍ଡୋ ବଜାରରୁ ଖୋର୍ଦ୍ଧା ଆଡ଼େ ଦ୍ରୁତଗତିରେ ଯାଉଥିଲେ । ଆଦିତ୍ୟ ହୁଣ୍ଡାଇ ସାମନା ରାସ୍ତା କାମ  ଚାଲିଛି । ରାସ୍ତା ଅଧାକୁ ସିମେଣ୍ଟ ବ୍ୟାରିକେଡ୍‌  ଦ୍ୱାରା ବନ୍ଦ କରାଯାଇଛି । ଚାଳକ ଜାଣିନପାରି  ସିଧାସଳଖ ଉକ୍ତ ବ୍ୟାରିକେଡ୍‌ରେ ବାଇକ୍‌କୁ ପିଟି  ଦେଇଥିଲେ । ଦ୍ରୁତଗତିରେ ଯାଉଥିବାରୁ ଦୁର୍ଘଟଣା  ଏତେ ଭୟଙ୍କର ଥିଲା ଯେ ବାଇକ୍‌ରେ ନିଆଁ ଲାଗି  ଯାଇଥିଲା । ୩ ବାଇକ୍‌ ଆରୋହୀ ବ୍ୟାରିକେଡ୍‌ରେ  ପିଟି ହୋଇଯାଇଥିଲେ। ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର  ଆହତଙ୍କ ମଧ୍ୟରୁ ଜଣେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ । ଅନ୍ୟ ଜଣଙ୍କ ଛୋଟେଇ ଛୋଟେଇ  ଅନ୍ଧାରରେ କୁଆଡ଼େ ପଳାଇଥିଲେ । ପୁଲିସ ପହଞ୍ଚି ମୃତଦେହ ଓ ରାସ୍ତାରେ ଛଟପଟ ହେଉଥିବା ଯୁବକଙ୍କୁ ଏମ୍‌ସ ହସ୍ପିଟାଲ  ପଠାଇଥିଲା । ଅନ୍ୟ ଆହତ ଯୁବକଙ୍କୁ ପୁଲିସ ଖୋଜିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.