ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଦନପୁର- ରାମପୁରକୁ ରାଜସ୍ବ ଉପଖଣ୍ଡ ଓ ବିଜ୍ଞାପିତ ପରିଷଦ ଘୋଷଣା ଦାବିରେ ବ୍ୟବସାୟିକ ସଂଘର ବନ୍ଦ ପାଳନ

ମ.ରାମପୁର,୨୭/୨: ଆଜି ଏନ୍‌ଏସ୍‌ସି ଦାବିରେ ମ.ରାମପୁର  ବ୍ୟବସାୟିକ ସଂଘ ର ଆହ୍ଵାନରେ ମ.ରାମପୁର ବନ୍ଦ  ପାଳନ କରାଯାଇଛି। ଏହି ବନ୍ଦ ସକାଳ ୬ ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ଯାଏଁ ସମସ୍ତ ଦୋକାନ ବଜାର ବନ୍ଦ ରହି ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଥିଲା ।ଏକ ଦାବି ପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓ ସବ୍ୟସାଚୀ ବେହେରାଙ୍କୁ ପ୍ରଦାନ କରାଯାଇଛି  । ଏହି  ବନ୍ଦ ପାଳନର ନେତୃତ୍ୱ ବ୍ୟବସାୟିକ ସଂଘ ର ସମ୍ପାଦକ ପ୍ରଶାନ୍ତ ସାମନ୍ତରା ନେଇଥିବା ବେଳେ ଏଥିରେ ସଂଘର ସଦସ୍ୟ ପପୁ ଅଗ୍ରୱାଲ,ନବୀନ ଅଗ୍ରୱାଲ, ଦୀନେଶ ଜୈନ୍ ଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ। ଏଥିରେ  ବରିଷ୍ଠ ନାଗରିକ ଚମରା ବଗର୍ତ୍ତି, ବରିଷ୍ଠ ଆଇନଜୀବୀ ସତ୍ୟଜିତ ଚାଟାର୍ଜୀ, ପୂର୍ବତନ ସରପଂଚ ବିଭୁତି ଭୁଷଣ  ମହାଖୁଡ, ପୂର୍ବତନ ସରପଂଚ ଚିତ୍ତରଞ୍ଜନ ବାଗ ପ୍ରମୁଖ ସାମିଲ ରହିଥିଲେ ।

ସୂଚନା ମୁତାବିକ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍‌କୁ  ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବିରେ ବିଭିନ୍ନ ସଂଗଠନ ତରଫରୁ ପ୍ରାୟ ୩୦ ବର୍ଷ ଧରି ଆନ୍ଦୋଳନ ଚାଲିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ମାଳ ମାଳ ଯୋଜନା ସବୁ ଘୋଷଣା କରୁଛନ୍ତି । ସରକାର ଦୁଇ ଦିନ ତଳେ ୩୫ ଗୋଟି ବିଜ୍ଞପିତ ପରିଷଦ ଘୋଷଣା କରିଛନ୍ତି। କିନ୍ତୁ ଏଥିରୁ ମ.ରାମପୁର ବାଦ୍ ପଡ଼ିଛି । ଏହି ଖବର ପ୍ରଚାରିତ ହେବା ପରେ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ  ଅଞ୍ଚଳବାସୀ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଜି ମ.ରାମପ‌ୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏଥି ସହିତ ଏକ ଦାବି ପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓ ସବ୍ୟସାଚୀ ବେହେରାଙ୍କୁ ପ୍ରଦାନ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ମ.ରାମପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଥିଲା ।  ସେତେବେଳେ ସେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହି ଦାବିକୁ ଆଜି ୩୦ ବର୍ଷ  ହୋଇଗଲାଣି। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବିରେ ବିଭିନ୍ନ ସଂଗଠନ ତରଫରୁ ଦାବୀ ଏବଂ ଆନ୍ଦୋଳନ ହୋଇ ଆସୁଛି l ତଥାପି ସରକାର କର୍ଣ୍ଣପାତ କରୁନାହାନ୍ତି । ଏବେ ଅଞ୍ଚଳବାସୀ ଖୁବ୍ ଆଶା ରଖିଥିଲେ ସରକାର ମ.ରାମପୁର କୁ ରାଜସ୍ବ ଉପଖଣ୍ଡ କି ବିଜ୍ଞାପିତ ପରିଷଦ ଘୋଷଣା କରିବେ ବୋଲି । କିନ୍ତୁ ଘୋଷିତ ତାଲିକାରେ ମ.ରାମପୁର ବାଦ୍ ପଡ଼ିବାରୁ ସାଧାରଣ ଜନତାଙ୍କୁ ନିରାଶ କରିଛି। ଏଥି ଯୋଗୁଁ ସରକାରଙ୍କ ବିରୋଧରେ ଅସନ୍ତୋଷ ଦାନା ବାନ୍ଧୁଛି l ଏହାର ପ୍ରଭାବ ଆସନ୍ତା ସାଧାରଣ ନିର୍ବାଚନରେ ସରକାରଙ୍କ ବିରୋଧରେ ଯିବ ବୋଲି ଚର୍ଚ୍ଚ ହେଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.