ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ସୁପରଭାଇଜରଙ୍କୁ ହାଣି ଲୁଟ୍‌ ମାମଲା: ସାଢ଼େ ୪ ବର୍ଷ ପରେ ବନ୍ଧା ହେଲା ପୁଲିସ ପୁଅ ବୁବୁ, ସହଯୋଗୀ ସନାତନ ବି ଧରାପଡିଲା

ଭୁବନେଶ୍ୱର,୧୭/୦୯: ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜଣେ  ସୁପରଭାଇଜରଙ୍କୁ ଖଣ୍ଡାରେ ହାଣି ଲୁଟ୍‌ପାଟ ମାମଲାରେ ଖଣ୍ଡଗିରି ଥାନା  ପୁଲିସ ସାଢ଼େ ୪ ବର୍ଷ ପରେ ଅଭିଯୁକ୍ତ ପୁଲିସ ପୁଅ ବୁବୁକୁ ଗିରଫ କରିଛି । ଗଣ୍ଡମୁଣ୍ଡା ତାଳବଣିଆରେ ରହୁଥିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ବୁବୁ ଓରଫ  ଦେବୀପ୍ରସାଦ ଜେନା ଓ ତା’ ସହଯୋଗୀ ପୋଖରୀପୁଟର ସନିଆ ଓରଫ ସନାତନ ବେହେରାକୁ ମଧ୍ୟ ପୁଲିସ ଗିରଫ କରିଛି । 

ସୂଚନା ଅନୁଯାୟୀ,  ୨୦୧୯ ଫେବ୍ରୁଆରୀ ୧୨ ବିଳମ୍ବିତ ରାତିରେ ବରମୁଣ୍ଡା  ବସ୍‌ଷ୍ଟାଣ୍ଡ୍‌ ଟିକେଟ କାଉଣ୍ଟରରେ ସୁପରଭାଇଜର  ଥିବା ବରମୁଣ୍ଡାର ସହଦେବ ରାଉତରାୟଙ୍କୁ ବୁବୁ ଓ  ସନିଆ ଅଟକାଇ ଖଣ୍ଡା ଓ ଲୁହା ରଡ୍‌ରେ ଆକ୍ରମଣ କରି ୧୨ ହଜାର ୫୦୦ ଟଙ୍କା ଓ ସୁନାଚେନ୍‌ ଲୁଟି ନେଇଥିଲେ । ସହଦେବ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ  କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ତେବେ ବୁବୁ ଓ  ସହଯୋଗୀ ଫେରାର ହୋଇଯାଇଥିଲେ । ଶୁକ୍ରବାର ରାତିରେ ଜାଗମରା ରାସ୍ତାରେ  ବୁବୁ ଓ ସନିଆ ଖଣ୍ଡାଧରି ବୁଲୁଥିବା ବେଳେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା ।  

ବୁବୁ ନାମରେ କମିଶନରେଟ୍‌ ପୁଲିସରେ ଦେଢ଼ ଡଜନ ମାମଲା ଥିବା ଜଣାପଡ଼ିଛି ।  ତା’ ନାମରେ ଖଣ୍ଡଗିରି ଥାନାରେ ୮ଟି ମାମଲା ଥିବାବେଳେ ନୂଆପଲ୍ଲୀରେ ୪ଟି,  ଖାରବେଳନଗର, ଚନ୍ଦ୍ରଶେଖରପୁର ଓ ଅନ୍ୟାନ୍ୟ ଥାନା ମିଶାଇ ସମୁଦାୟ  ୧୮ଟି ମାମଲା ଅଛି । ବୁବୁ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବାରୁ  ତା’ ବିରୋଧରେ ସିଆରପିସି ଧାରା-୧୧୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ  ନିଆଯାଉଥିବା ପୁଲିସ କୁହିଛି । ଶନିବାର ଉଭୟଙ୍କୁ କୋର୍ଟ ଚାଲାଣ କରା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.