ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୋର୍ଡାନରେ ଡ୍ରୋନ୍ ଆଟାକ୍, ଆମେରିକାର ୩ ଯବାନ ନିହତ, ଇରାନକୁ ଚେତାବନୀ ଦେଲେ ବାଇଡେନ୍

ୱାଶିଂଟନ୍, ୨୯/୦୧: ମଧ୍ୟପୂର୍ବ ରାଷ୍ଟ୍ର ଜୋର୍ଡାନରେ ଆମେରିକାର ଯବାନଙ୍କ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି । ଆକ୍ରମଣରେ ୩ ଆମେରିକୀୟ ଯବାନ ନିହତ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ଡ୍ରୋନ୍ ଆଟାକରେ ଯବାନ ମୃତାହତ ହେବା ପରେ ପ୍ରତିଶୋଧ କଥା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସେ କହିଛନ୍ତି, ଆକ୍ରମଣକାରୀଙ୍କୁ ଦୃଢ଼ ଜବାବ ଦିଆଯିବ ।

ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଜୋ ବାଇଡେନ୍ ସିଧା ସଳଖ ଇରାନ୍ ସମର୍ଥିତ ଆତଙ୍କବାଦୀ ସଂଗଠନଙ୍କୁ ଦାୟୀ କରିଛନ୍ତି । ଆମେରିକା ରାଷ୍ଟ୍ରପତି କହିଛନ୍ତି, ଡ୍ରୋନ୍ ଆକ୍ରମଣରେ ଆମେରିକା ୩ ଜଣ ବାହାଦୂର ସୈନିକଙ୍କୁ ହରାଇଛି । ଏହି ଆକ୍ରମଣ ଇରାନ ସମର୍ଥିତ ଆତଙ୍କବାଦୀ କରିଛନ୍ତି ।

ସୂଚନାଯୋଗ୍ୟ, ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଜାରି ଯୁଦ୍ଧ ଭିତରେ ପ୍ରଥମଥର ମଧ୍ୟପୂର୍ବରେ କୌଣସି ଆମେରିକୀୟ ଯବାନଙ୍କୁ ହତ୍ୟା କରାଯାଇଛି । ନିହତ ଯବାନଙ୍କୁ ରବିବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଜୋ ବାଇଡେନ୍ । କହିଛନ୍ତି, ଗତ ରାତିରେ ଆମର ଏକ ବେସ୍ ଉପରେ ଆକ୍ରମଣ ହୋଇଛି । 

କୁହାଯାଉଛି, ଜୋର୍ଡାନରେ ୟୁଏସ୍ ଆଉଟପୋଷ୍ଟରେ ଆକ୍ରମଣ ହୋଇଛି । ଯାହାକି ସିରିଆର ସୀମାକୁ ଲାଗି ରହିଛି । ସୀମାକୁ ଲାଗି ରହିଥିବା ଟାୱାର-୨୨ ଉପରେ ହୋଇଛି ଡ୍ରୋନ୍ ଆକ୍ରମଣ । ଯେଉଁଥିରେ ୩ ଆମେରିକୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । 

ଅଧିକାରୀଙ୍କ ଦାବି ଅନୁସାରେ, ସିରିଆ ପଟୁ ଡ୍ରୋନ୍ ଆକ୍ରମଣ କରିଛନ୍ତି ଇରାନ୍ ସମର୍ଥିତ ଆତଙ୍କବାଦୀ । ଉତ୍ତର-ପୂର୍ବ ଜୋର୍ଡାନରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ଏୟାରବେସରେ ବେଶ କ୍ଷୟକ୍ଷତି ହୋଇଛି । ତେବେ ଏୟାରବେସରେ ମୁତୟନ ଏୟାର ଡିଫେନ୍ସ ସିଷ୍ଟମ ଡ୍ରୋନକୁ ରୋକିବାରେ କିଭଳି ବିଫଳ ହେଲା ସେ ନେଇ ଆମେରିକା ପକ୍ଷରୁ କିଛି ପ୍ରତିକ୍ରିୟା ଦିଆଯାଇ ନାହିଁ । 

ଆମେରିକା ମିଡିଆ ରିପୋର୍ଟ ଅନୁସାରେ, ଆମେରିକୀ ଓ ତାର ସହଯୋଗୀ ଦେଶର ସୈନ୍ୟ ବେସ୍ ଉପରେ ଇରାକ୍-ସିରିଆ ପଟୁ ପ୍ରାୟ ୧୫୮ଟି ଆକ୍ରମଣ ହୋଇଛି । ମିସାଇଲ୍, ରକେଟ୍ ଓ ଡ୍ରୋନରେ ଆକ୍ରମଣ କରାଯାଇଛି । ଆକ୍ରମଣରେ ସୈନ୍ୟ ଭିତ୍ତିଭୂମି ନଷ୍ଟ ହେବା ସହ ଅନେକ ଆମେରିକୀୟ ଯବାନ ଆହତ ହୋଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.