ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜମି ଅଧିଗ୍ରହଣ କ୍ଷତିପୂରଣ ଦାବି, ବିଜୁ ଏକ୍ସପ୍ରେସ ୱେ ଅବରୋଧ କଲେ ହିତାଧିକାରୀ

କୋକସରା(ଆପ୍ର)୦୭/୦୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ରୁ ଧର୍ମଗଡ଼ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ର ଭୁର୍ଷାଗୁଡା ନିକଟରେ ବିଜୁ ଏକ୍ସପ୍ରେସ ପାଇଁ ଜମି  ଅଧିଗ୍ରହଣ  ହୋଇଥିଲା।  ଦୀର୍ଘବର୍ଷ ପରେ ମଧ୍ୟ କ୍ଷତିପୂରଣ ରାଶି ନ ପାଇବାରୁ ବୁଧବାର ସକାଳେ ଭୁର୍ଷାଗୁଡା ଗ୍ରାମର ଲୋକେ ରାସ୍ତା ଅବରୋଧ କରିଥିଲେ।

  କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ପରିବାର ଲୋକଙ୍କ ପକ୍ଷରୁ ସୋନୁ ମାଝୀ, ପରକ୍ଷୀତ ମାଝୀ, ଔରତ ମାଝୀ, ସାଧୁ ମାଝୀ ବନମାଳୀ ମାଝୀ,ରିକ ମାଝୀ, ସୋମନାଥ ମାଝୀ, ପୁରୁଷୋତ୍ତମ ମାଝୀ ସମେତ ତାଙ୍କ ପରିବାର ର ମହିଳା ପିଲାଛୁଆ ମାନେ ରାସ୍ତା ରେ କାଠ ପକାଇ ବସିରହି ରାସ୍ତା ଅବରୋଧ କରି ରଖିଥିଲେ। ଫଳରେ ବିଜୁ ଏକ୍ସପ୍ରେସ ୱେ ଦେଇ ଆମପାଣି ରୁ ଧର୍ମଗଡ଼ ଦେଇ ଗାଡିମୋଟର ଚଳାଚଳ ବ୍ୟାହତ ହୋଇଥିଲା ।ଖବର ପାଇ ଘଟଣାସ୍ଥଳରେ ଆମପାଣି ଥାନା ଅଧିକାରୀ ଗଙ୍ଗାଧର ମେହେର, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ପହଞ୍ଚି ଅବରୋଧକାରୀ ଙ୍କ ସହ ଆଲୋଚନା କରିଥିଲେ। ଜମି ଅଧିଗ୍ରହଣ ସମ୍ପର୍କିତ ସମସ୍ତ କାଗଜପତ୍ର ନେଇ ତହସିଲ କାର୍ଯ୍ୟାଳୟ କୁ ଆସିବାକୁ କହିବା ସହ ବିଭାଗୀୟ ତଦନ୍ତ ପରେ କ୍ଷତିପୂରଣ ଅର୍ଥ ଦେବାକୁ ପ୍ରତିଶ୍ରୁତି ଦେବାପରେ  ହିତାଧିକାରୀ ମାନେ ରାସ୍ତା ଅବରୋଧ ପ୍ରତ୍ୟାହୃତ କରିଥିଲେ। ରାସ୍ତା ଅବରୋଧ ଫଳରେ ବିଜୁ ଏକ୍ସପ୍ରେସ ୱେ ରେ ଦୀର୍ଘ ୩ ଘଣ୍ଟା ଧରି ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଆହୁରି ପଢନ୍ତୁ : ପତ୍ରପୁର ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକର ଆତ୍ମହତ୍ୟା ଉଦ୍ୟମ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.