ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବିଏମ୍‌ସିର ସ୍ୱତନ୍ତ୍ର ବର୍ଜ୍ୟ ଗାଡ଼ି ଲୋକାର୍ପିତ, ମନ୍ଦିରରୁ ଛଡ଼ା ଫୁଲ, ତୁଳସୀ ନେବ ‘ଅର୍ପଣ’

ଭୁବନେଶ୍ୱର,୧୦/୧୧: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଛଡାଫୁଲ, ବେଲପତ୍ର, ତୁଳସୀ ଆଦି ପରିବହନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏକ ସ୍ୱତନ୍ତ୍ର ଗାଡ଼ି ପ୍ରଦାନ କରାଯାଇଛି । ଗାଡିର ନାମ ରଖାଯାଇଛି ଅର୍ପଣ । ମେୟର ସୁଲୋଚନା ଦାସ ଏହି ସ୍ୱତନ୍ତ୍ର ଗାଡ଼ିକୁ ଲୋକାର୍ପଣ କରିଛନ୍ତି ।

ଲିଙ୍ଗରାଜଙ୍କ ମନ୍ଦିରରୁ ଦୈନିକ ବାହାରୁ ଥିବା ଛଡାଫୁଲ, ଲାଗି ହୋଇଥିବା ବେଲ ଓ ତୁଳସୀ ପତ୍ର, ନଡିଆ କତା, କଦଳୀ ଚୋପା, ଧୂପ ଓ ଦୀପ ଆଦି ବର୍ଜ୍ୟକୁ ସ୍ୱତନ୍ତ୍ର ଗାଡ଼ିରେ ପରିବହନ କରିବା ପାଇଁ ପୂଜକମାନଙ୍କ ପକ୍ଷରୁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା । ପୂଜକମାନଙ୍କର ଏହି ଦାବିକୁ ପୂରଣ କରିଛି ବିଏମ୍‌ସି । ବିଏମ୍‌ସି ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ଗାଡି କେବଳ ମନ୍ଦିରରୁ ବାହାରୁଥିବା ବର୍ଜ୍ୟ ପରିବହନ କରିବ । ବୁଧବାର ପୂର୍ବାହ୍ନରେ ମେୟରଙ୍କ ସହ ଟିମ୍‌ ବିଏମ୍‌ସି ଲିଙ୍ଗରାଜଙ୍କ ମନ୍ଦିର ଭିତର ଓ ବାହାର ବୁଲି ଦେଖିବା ସହ ପରିମଳ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ । 

ସଂପ୍ରତି ଧର୍ମ ମାସ କାର୍ତ୍ତିକ ଚାଲିଥିବାରୁ, ଦୈନିକ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଭୁବନେଶ୍ୱର ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ବହୁ ଶ୍ରଦ୍ଧାଳୁ ପୂଜା ସାମଗ୍ରୀ ଆଣୁଥିବା ପତ୍ର, ଠୁଙ୍ଗା ଆଦି ବାହାରେ ଫିଙ୍ଗିଦେଉଥିବା ବେଳେ ଠାକୁରଙ୍କ ନିକଟରେ ଲାଗି କରାଯାଉଥିବା ଭୋଗ, ଫୁଲ, ବେଲ ଓ ତୁଳସୀ ପତ୍ର ସହ କଦଳୀ ଚୋପା, ଛଡା ଫୁଲ, ଆଦି ବହୁ ପରିମାଣର ବାହାରୁଛି । ମନ୍ଦିର ଭିତରୁ ବାହାରୁ ଥିବା ବର୍ଜ୍ୟକୁ ଅନ୍ୟ ବର୍ଜ୍ୟ ପରିବହନ ଗାଡିରେ ନ ଦେବାକୁ ପୂଜକମାନେ ବହୁ ଦିନରୁ ଦାବି କରିଆସୁଥିଲେ । ଲିଙ୍ଗରାଜଙ୍କ ପାଇଁ ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା କରାଯିବ ବୋଲି ପୂର୍ବରୁ ବିଏମ୍‌ସି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ସେହି ପ୍ରତିଶୃତି ବିଏମ୍‌ସି ପାଳନ କରିଥିବାରୁ ପୂଜକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି  । 

Copyright © 2022 - Summa Real Media Private Limited. All Rights Reserved.