ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ପିସିଆର୍ ଭ୍ୟାନକୁ ନେଇ ଚିନ୍ତାରେ ପୋଲିସ, ହୋଇ ପାରୁନି ପାଟ୍ରୋଲିଂ, ଚୋର ଧରିବ କେମିତି ?

ଚନ୍ଦାହାଣ୍ଡି, ୦୨/୦୨: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପୋଲିସକୁ ପିସିଆର୍ ଭ୍ୟାନ୍ ଚିନ୍ତା । ଚନ୍ଦାହାଣ୍ଡି ପୋଲିସ ଥାନାକୁ ପ୍ରାୟ ୧୩ ବର୍ଷ ତଳେ ଗୋଟିଏ ବୋଲେରୋ ଯାଗାଇ ଦିଆ ଯାଇଥିଲା । ଯାହା ଏବେ ମରାମତି ଆବଶ୍ୟକ କରୁଛି । ଥାନା ପାଇଁ ଗୋଟିଏ ମାତ୍ର ବୋଲେରୋ ରହିଥିବାରୁ ପାଟ୍ରୋଲିଂ ଓ ଅନ୍ୟ ଜରୁରୀକାଳୀନ ସ୍ଥିତିରେ ଅସୁବିଧାର ସମ୍ମୁଖୀନ ହେଉଛି ପୋଲିସ ।

ସୂଚନା ଅନୁସାରେ, ପ୍ରାୟ ୧୩ ବର୍ଷ ତଳେ ୨୦୨୧୧ ମସିହାରେ ଚନ୍ଦାହାଣ୍ଡି ଥାନାକୁ ଏକ ବୋଲେରୋ ଯୋଗାଇ ଦିଆ ଯାଇଥିଲା । ଯାହା ଏବେ ମରାମତି ଆବଶ୍ୟକ କରୁଛି । ଟାଙ୍କିରୁ ତେଲ ଝରିବା ସହ ପାର୍ଶ୍ୱ ଡୋରର୍ ଅବସ୍ଥା ଠିକ୍ ନାହିଁ । ଏପରିକି ପୋଲିସ ଭ୍ୟାନଟି ଅଧା ରାସ୍ତାରେ ଆପେ ଆପେ ଷ୍ଟାର୍ଟ ବନ୍ଦ ହୋଇ ଯାଉଛି । ବଡ଼ କଷ୍ଟରେ ପୁଣି ଷ୍ଟାର୍ଟ ହେଉଥିବା ଜଣାପଡ଼ିଛି ।

ପାଟ୍ରୋଲିଂ ସହ ଅଞ୍ଚଳରେ ଆଇନ୍ ଶୃଙ୍ଖଳା ରକ୍ଷା ଏବଂ ଅନ୍ୟ ଜରୁରୀକାଳୀନ ସ୍ଥିତିରେ ପୋଲିସ ବୋଲେରୋକୁ ବ୍ୟବହାର କରୁଛି । ତେବେ ମରାମତି ଆବଶ୍ୟକ କରୁଥିବା ବୋଲେରୋକୁ ନେଇ ଚନ୍ଦାହାଣ୍ଡି ପୋଲିସ ଚିନ୍ତିତ ରହିଛି । ଗାଡ଼ି ଅସୁବିଧାରୁ ତଦନ୍ତରେ ସମସ୍ୟା ଓ ଅଭିଯୁକ୍ତଙ୍କୁ ଠାବ କରିବାକୁ ପୋଲିସ ସମସ୍ୟାରେ ପଡ଼ୁଥିବା କହିଛନ୍ତି ଚନ୍ଦାହାଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୋଲର୍ସ ।

ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଅଞ୍ଚଳର ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସକୁ ଆଉ ଏକ ଗାଡ଼ି ଆବଶ୍ୟକ ହେଉଛି । ଏ ଦିଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.