ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

୨୦୨୭ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪: ଚନ୍ଦ୍ରପୃଷ୍ଠରୁ ମାଟି ଓ ଶିଳା ନମୁନା ଆଣିବ, ୨୦୨୮ରେ ସ୍ପେଶ ଷ୍ଟେସନ କାମ ଆରମ୍ଭ

ନୂଆଦିଲ୍ଲୀ,୨୫/୮: ଭାରତର ତୃତୀୟ ମୁନ୍‌ ମିଶନ୍‌  ଚନ୍ଦ୍ରଯାନ-୩ ପ୍ରକ୍ଷେପଣ ସଫଳ ହେବା ପରେ ଇସ୍ରୋ  ବୈଜ୍ଞାନିକମାନେ ଏବେ ଚତୁର୍ଥ ମିଶନ୍‌ ଲାଗି ଜୋରଦାର  ଉଦ୍ୟମ ଚଳାଇଛନ୍ତି । ୨୦୨୭ରେ ଚନ୍ଦ୍ରଯାନ-୪ର ପ୍ରକ୍ଷେପଣ  ହେବା ନେଇ ଶନିବାର ଇସ୍ରୋ ମୁଖ୍ୟ ଡ. ଏସ୍‌ ସୋମନାଥ  ଏକ ବୟାନରେ କହିଛନ୍ତି । ଭାରତୀୟ ମହାକାଶ ଗବେଷଣା  ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଶୁକ୍ରବାର ଜାତୀୟ ମହାକାଶ  ଦିବସ ପାଳନ କରାଯାଇଛି । ଏ ନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଯୋଗଦେଇ ଡ. ସୋମନାଥ ଚନ୍ଦ୍ରଯାନ-୪ ଲଞ୍ଚିଙ୍ଗ୍‌ ବାବଦରେ  ଘୋଷଣା କରିବା ସହ ଏହାକୁ ଆହୁରି ସଫଳ ବନାଇବା ଲାଗି  ଯଥାସାଧ୍ୟ ଉଦ୍ୟମ ହେଉଥିବା କହିଛନ୍ତି । 

ଚତୁର୍ଥ ମୁନ୍‌ ମିଶନ୍‌ ବାବଦରେ ଅଧିକ ସୂଚନା ଦେଇ  ଡ. ସୋମନାଥ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହାର ଡିଜାଇନ୍‌  ଚୂଡ଼ାନ୍ତ ହୋଇଯାଇଛି । ଏଥିପାଇଁ କେବଳ ସରକାରଙ୍କ ମଞ୍ଜୁରିକୁ  ଅପେକ୍ଷା । ମଞ୍ଜୁରି ମିଳିବା ପରେ ଚନ୍ଦ୍ରଯାନ-୪ର ବିଭିନ୍ନ କାର୍ଯ୍ୟ  ତ୍ୱରାନ୍ୱିତ ହେବ । ଏହି ମିଶନ୍‌ ଜରିଆରେ ଚନ୍ଦ୍ରପୃଷ୍ଠରୁ ୩ରୁ ୫  କିଲୋଗ୍ରାମ ମାଟି ଓ ଶିଳା ନମୁନା ପୃଥିବୀକୁ ଆଣିବା ଲାଗି ଲକ୍ଷ୍ୟ  ରହିଛି । ଏଥର ଚନ୍ଦ୍ରଯାନ ପାଇଁ ଉଦ୍ଦିଷ୍ଟ ମହାକାଶ ଯାନରେ ୫ଟି  ପୃଥକ୍‌ ମଡ୍ୟୁଲ୍‌ ରହିବ । ୨୦୨୩ରେ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା  ଚନ୍ଦ୍ରଯାନ-୩ରେ ପ୍ରପଲ୍‌ସନ ମଡ୍ୟୁଲ୍‌ (ଇଞ୍ଜିନ୍‌), ଲ୍ୟାଣ୍ଡର୍‌ ଓ  ରୋଭର୍‌କୁ ମିଶାଇ ମୋଟ ୩ଟି ମଡ୍ୟୁଲ୍‌ ରହିଥିଲା । 

ଇସ୍ରୋ ମୁଖ୍ୟ କହିଛନ୍ତି, ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ ୨୦୨୭  ପ୍ରକୃଷ୍ଟ ସମୟ ହେବ । ପୃଥିବୀ ଓ ଚନ୍ଦ୍ରର ପରିସ୍ଥିତି ସବୁବେଳେ  ଗୋଟିଏ ପ୍ରକାର ରହି ନ ଥାଏ । ଗୋଟିଏ ସମୟରେ ଉଭୟଙ୍କ  ମଧ୍ୟରେ ଦୂରତା ଅତ୍ୟନ୍ତ କମ୍‌ ହୋଇଯାଏ । ଆମେ ଏହାର  ଫାଇଦା ଉଠାଇବୁ । ଅନ୍ୟପକ୍ଷରେ ଭାରତୀୟ ସ୍ପେଶ୍‌ ଷ୍ଟେସନ  କାର୍ଯ୍ୟ ୨୦୨୮ରେ ଆରମ୍ଭ ହେବ । ଏହାର ମଡ୍ୟୁଲ୍‌ ୨୦୨୮ରେ  ଲଞ୍ଚ୍‌ ହେବ । ଏଥିରେ କେବଳ ରୋବୋ ପଠାଯିବ । ଏହି  ଷ୍ଟେସନରେ ଗୋଟିଏ ପରେ ଗୋଟିଏ ମୋଟ ୫ଟି ମଡ୍ୟୁଲ୍‌କୁ  ମହାକାଶକୁ ପଠାଯିବ ବୋଲି ଡ. ସୋମନାଥ କହିଛନ୍ତି । 

ଚନ୍ଦ୍ରଯାନ-୪ ମିଶନ ଅନେକ ପର୍ଯ୍ୟାୟର ହେବ । ଚନ୍ଦ୍ରର  କକ୍ଷପଥରେ ପହଞ୍ଚିବା ପରେ ମୁଖ୍ୟ ମହାକାଶ ଯାନରୁ ୨ଟି  ମଡ୍ୟୁଲ୍‌ ପୃଥକ୍‌ ହୋଇ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଉଭୟ  ମଡ୍ୟୁଲ୍‌ ହିଁ ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରିବ । ଏହାପରେ ଆଉ  ଏକ ମଡ୍ୟୁଲ୍‌ ଚନ୍ଦ୍ରପୃଷ୍ଠରୁ ଲଞ୍ଚ୍‌ ହୋଇ ଚନ୍ଦ୍ରର କକ୍ଷରେ ମୁଖ୍ୟ  ମହାକାଶ ଯାନ (ସ୍ପେଶ୍‌କ୍ରାଫ୍ଟ) ସହ ଯୋଡ଼ିହେବ । ନମୁନାଗୁଡ଼ିକୁ  ପୃଥିବୀକୁ ଫେରିଆସିବାକୁ ଥିବା ଯାନରେ ସ୍ଥାନିତ କରାଯାଇ  ପଠାଯିବ । ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରିବା କାମ  ରୋବୋ କରିବ । ଇସ୍ରୋ ବୈଜ୍ଞାନିକମାନେ ବର୍ତ୍ତମାନ  ଏହି ରୋବୋ ନିର୍ମାଣ କରୁଛନ୍ତି । ଚନ୍ଦ୍ରପୃଷ୍ଠର ଗଭୀର  ଅଂଶକୁ ଖୋଳିବା ପାଇଁ ଯେଉଁ କୌଶଳ ଆବଶ୍ୟକ  ହେବ, ବର୍ତ୍ତମାନ ତାହା ଉପରେ ବି କାମ କରାଯାଉଛି । ନମୁନା ସଂଗ୍ରହ ନିମନ୍ତେ କଣ୍ଟେନର ଏବଂ ଡକିଙ୍ଗ୍‌  ବ୍ୟବସ୍ଥାର କୌଶଳ ମଧ୍ୟ ବିକଶିତ କରାଯାଉଛି । 

ଅନ୍ୟ ଏକ ଘଟଣାକ୍ରମେ ଇସ୍ରୋ ବର୍ତ୍ତମାନ  ବିକ୍ରମ ଲ୍ୟାଣ୍ଡରର ୧୨ ଶହ ପ୍ରତିକୃତି ମଡେଲ୍‌  ପ୍ରସ୍ତୁତ କରିଛି । ଭାରତକୁ ଆସୁଥିବା ବିଦେଶୀ ବୈଜ୍ଞାନିକ ତଥା ସ୍ୱତନ୍ତ୍ର ଅତିଥିଙ୍କୁ ଏହି ମଡେଲ୍‌କୁ  ଉପହାର ସଦୃଶ ପ୍ରଦାନ କରାଯାଉଛି । ଗୁଜରାଟର  ଭଦୋଦରାର ଉଦ୍ୟୋଗୀ ଧବଲ୍‌ ଏବଂ ଆଦିତ୍ୟ  ଡାମର୍‌ ଏହି କାଠ ନିର୍ମିତ ମଡେଲ୍‌ ପ୍ରସ୍ତୁତ  କରିଛନ୍ତି । ଆଦିତ୍ୟ ଡାମର୍‌ଙ୍କ ମୁତାବକ  ବିକ୍ରମ ଲ୍ୟାଣ୍ଡର ସହିତ ପ୍ରଜ୍ଞାନ ରୋଭର  ମଡେଲ୍‌ ମଧ୍ୟ ପ୍ରସ୍ତୁତ କରାଯାଉଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.