ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ମହାଦେବ ବେଟିଂ ଆପ୍‌ ଘୋଟାଲା: ଇଡ଼ି ସ୍କାନରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ

ନୂଆଦିଲ୍ଲୀ, ୦୪/୧୧: ମହାଦେବ ଅନ୍‌ଲାଇନ ବେଟିଂ ଆପ୍‌ ସିଣ୍ଡିକେଟର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼  ଦାବି କରିଛି। ଆପ୍‌ ପ୍ରମୋଟର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ୫୦୮ କୋଟି ଟଙ୍କା ଦେଇଥିବା ଇଡି କହିଛି । ଗୁରୁବାର ଇଡି ଏକ ସର୍ଚ୍ଚ ଅପରେଶନରେ କ୍ୟାଶ୍‌ କୋରିୟର ଅସୀମ ଦାସଙ୍କୁ ଗିରଫ କରିବା  ସହ ୫.୩୯ କୋଟି ନଗଦ ଟଙ୍କା ଜବତ  କରିବା ପରେ ଏହି ଦାବି କରିଛି । 

ଗତ ୨ ତାରିଖରେ ଇଡିକୁ ସୂଚନା ମିଳିଥିଲା ଯେ,  ନଭେମ୍ବର ୭ ଏବଂ ୧୭ରେ ରାଜ୍ୟରେ  ହେବାକୁ ଥିବା ବିଧାନସଭା ନିର୍ବାଚନକୁ  ଦୃଷ୍ଟିରେ ରଖି ମହାଦେବ ଆପ୍‌ ପ୍ରମୋଟରଙ୍କ  ଦ୍ୱାରା ବିପୁଳ ନଗଦ ଟଙ୍କା ଅଣାଯାଉଛି ।  ଇଡି ହୋଟେଲ ଟାଇଟନ ଏବଂ ଅନ୍ୟ  ଏକ ଜାଗାରେ ଚଢ଼ାଉ କରିଥିଲା । ଶାସକ କଂଗ୍ରେସ ପାର୍ଟିକୁ ନିର୍ବାଚନୀ ଖର୍ଚ୍ଚ ପାଇଁ ବିପୁଳ  ନଗଦ ରାଶି ପହଞ୍ଚାଇବା ଲାଗି ବିଶେଷ କରି ୟୁଏଇରୁ ପଠାଯାଇଥିବା କ୍ୟାଶ କୋରିୟର ଅସୀମ ଦାସଙ୍କୁ ଗିରଫ କରାଯାଇଥିଲା । ଜବତ ଟଙ୍କା ନିର୍ବାଚନୀ ଖର୍ଚ୍ଚ ପାଇଁ ବଘେଲଙ୍କୁ  ମହାଦେବ ପ୍ରମୋଟରଙ୍କ ଦ୍ୱାରା ଦିଆଯିବାକୁ  ଥିବା ବୋଲି ଅସୀମ ସ୍ୱୀକାର କରିଥିବା ଇଡି  କହିଛି । ଏହି ମାମଲାରେ ଅସୀମ ଏବଂ  କନଷ୍ଟେବଳ ଭୀମ ସିଂ ଯାଦବଙ୍କୁ ଏକ ସ୍ୱତନ୍ତ୍ର  ପିଏମ୍‌ଏଲ୍‌ଏ ଅଦାଲତ ୭ ଦିନିଆ ଇଡି  ରିମାଣ୍ଡକୁ ପଠାଇଛନ୍ତି । ଅସୀମଙ୍କ ଫୋନ୍‌ରୁ  ଇଡି ଏକ ଅଡିଓ ହାସଲ କରିଛି । ଏଥିରେ  ଜଣେ ଶୁଭମ ସୋନି ଏବଂ ଅସୀମଙ୍କ  ମଧ୍ୟରେ କଥାବାର୍ତ୍ତା ହୋଇଛି । ଶୁଭମଙ୍କୁ  ଅସୀମ ଶୀଘ୍ର ଛତିଶଗଡ଼ ଆସି ବଘେଲଙ୍କ ନିକଟରେ ନିର୍ବାଚନ ଟଙ୍କା ପହଞ୍ଚାଇଦେବାକୁ  କହୁଥିବା ଏଥିରେ ଶୁଣିବାକୁ ମିଳିଛି । 

ଏ  ନେଇ ବଘେଲ କହିଛନ୍ତି, ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ  ମିଶି ଛତିଶଗଡ଼ରେ କଂଗ୍ରେସର ସାମ୍‌ନା  କରିପାରୁନାହାନ୍ତି । ସେଥିପାଇଁ ସେମାନେ  ତଦନ୍ତକାରୀ ଏଜେନ୍ସିକୁ ଲଗାଇଦେଇଛନ୍ତି ।  ଆମକୁ ଡରାଇବାକୁ ଉଦ୍ୟମ ହେଉଛି । କିନ୍ତୁ  କଂଗ୍ରେସର ପ୍ରତ୍ୟେକ କର୍ମୀ ଏହାର ମୁକାବିଲା  କରିବାକୁ ପ୍ରସ୍ତୁତ । ଆମେ ଲଢ଼ିବୁ ଏବଂ  ଜିତିବୁ । 

ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି.ଏସ୍‌  ସିଂଦେଓ କହିଛନ୍ତି, ବିଜେପି ନିର୍ବାଚନ ପୂର୍ବରୁ  ଏପରି କିଛି କରିବ ବୋଲି ଆଗରୁ ଜଣାଥିଲା ।  କାରଣ ମୋଦି ସରକାର ଇଡିକୁ ନିଜ  ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ବ୍ୟବହାର  କରୁଛନ୍ତି । ତେଣୁ ଏବେ କାହା ବିରୋଧରେ  ବି ମାମଲା ରୁଜୁ କରାଯାଇପାରିବ । ଏହା  କେବଳ ଅଭିଯୋଗ । ଯଦି ବଘେଲ ଏହି  ଟଙ୍କା ଆଣିଛନ୍ତି ତେବେ ବିଜେପି ଲୋକଙ୍କୁ  କହୁ ଯେ, ସେହି ୫୦୦ କୋଟି ଟଙ୍କା  ନଗଦ କୁଆଡ଼େ ଗଲା ।

Copyright © 2022 - Summa Real Media Private Limited. All Rights Reserved.