ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ବିଶ୍ୱର ଦ୍ରୁତତମ ଇଣ୍ଟରନେଟ୍‌ ଆଣିଲା ଚୀନ, ସେକେଣ୍ଡରେ ଡାଉନ୍‌ଲୋଡ୍‌ ହେବ ୧୫୦ ଫିଲ୍ମ

ନୂଆଦିଲ୍ଲୀ,୧୬/୧୧:  ଇଣ୍ଟରନେଟ କ୍ଷେତ୍ରରେ ଚୀନ୍‌ ଏକ ବଡ଼  ଉପଲବ୍ଧି ହାସଲ କରିଛି । ଚାଇନିଜ୍‌ କମ୍ପାନୀ ଦୁନିଆର ସବୁଠୁ ଦ୍ରୁତତମ ଇଣ୍ଟରନେଟ ଲଞ୍ଚ୍‌ କରିଛି । ସିଂଘୁଆ ୟୁନିଭର୍ସିଟି, ଚୀନ୍‌  ମୋବାଇଲ, ହୁୱେଇ ଟେକ୍ନୋଲୋଜି ଏବଂ କର୍ନେଟ କୋଅପେରସନ ସହଯୋଗରେ  ଏହା ହୋଇପାରିଛି । 

ଏମାନଙ୍କ ଦାବି  ଅନୁସାରେ, ଏହି ଇଣ୍ଟରନେଟ୍‌ ବ୍ୟବହାର  ଦ୍ୱାରା ପ୍ରତି ସେକେଣ୍ଡରେ ୧.୨ ଟେରାବାଇଟ୍‌  ଡାଟା ଟ୍ରାନ୍ସମିଶନ ହୋଇପାରିବ। ଅର୍ଥାତ  ଗୋଟିଏ ସେକେଣ୍ଡରେ ପ୍ରାୟ ୧୫୦ ଏଚ୍‌ଡି  ଫିଲ୍ମ ଡାଉନଲୋଡ ହୋଇପାରିବ । ସମ୍ପ୍ରତି ମହଜୁଦ ଥିବା ଇଣ୍ଟରନେଟ୍‌ ତୁଳନାରେ ଏହାର ସ୍ପିଡ୍‌ ୧୦ ଗୁଣ ଅଧିକ । ଦୁନିଆର  ଅଧିକାଂଶ ଇଣ୍ଟରନେଟ୍‌ ବ୍ୟାକ୍‌ବୋନ୍‌  ନେଟୱର୍କ ପ୍ରତି ସେକେଣ୍ଡରେ କେବଳ  ୧୦୦ ଗିଗାବାଇଟ୍‌ ଡାଟା ଟ୍ରାନ୍ସମିଶନ କରିଥାଏ ।

 ନିକଟରେ ଆମେରିକା ପ୍ରତି  ସେକେଣ୍ଡରେ ୪୦୦ ଗିଗାବାଇଟ୍‌ ଡାଟା  ଟ୍ରାନ୍ସମିଶନ କରିପାରୁଥିବା ୫ମ ପିଢ଼ିର  ଇଣ୍ଟରନେଟ ଉପରେ କାମ ପୂରା  କରିଛି । କିନ୍ତୁ ଚୀନ୍‌ର ସଦ୍ୟ ଉଦ୍ଭାବନ  ଆମେରିକାରୁ ବହୁ ଗୁଣରେ ଆଗରେ। ଏତେ ସ୍ପିଡ୍‌ ଇଣ୍ଟରନେଟ ୩ ହଜାର  କିଲୋମିଟର ପର୍ଯ୍ୟନ୍ତ ଚୀନ୍‌ର ବେଜିଂ,  ଉହାନ୍‌ ଏବଂ ଗୁଆନ୍‌ଝୌ ଆଦି ପ୍ରମୁଖ  ସହରରେ ଅପ୍ଟିକାଲ ଫାଇବର କେବଲ  ସିଷ୍ଟମ ମାଧ୍ୟମରେ ବିସ୍ତାର କରାଯାଇଛି ।  ଚୀନ୍‌ର ବଡ଼ ସହର, ବେଜିଂ-ଉହାନ- ଗୁଆଙ୍ଗଝୌ କନେକ୍ସନ ଏହାର  ଫ୍ୟୁଚର ଇଣ୍ଟରନେଟ ଟେକ୍ନୋଲୋଜି ଇନ୍‌ଫ୍ରାଷ୍ଟ୍ରକଚରର ଅଂଶବିଶେଷ ।  

ଗତ ଜୁଲାଇରେ ଏହାକୁ ସକ୍ରିୟ  କରାଯାଇଥିଲା । ସୋମବାର ବିଧିବଦ୍ଧ  ଭାବେ ଏହାର ଲଞ୍ଚ୍‌ କରାଯାଇଛି ।  ନେଟ୍‌ୱର୍କ ସମସ୍ତ ପରିଚାଳନାଗତ  ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଛି । ଚାଇନିଜ୍‌ ଏକାଡେମୀ ଅଫ୍‌ ଇଞ୍ଜିନିୟରିଂର  ଏଫ୍‌ଆଇଟିଆଇ ପ୍ରୋଜେକ୍ଟ ଲିଡର ଉ ଜିଆନାପିଙ୍ଗ୍‌ କହିଛନ୍ତି, ସୁପରଫାଷ୍ଟ  ଲାଇନ କେବଳ ଏକ ସଫଳ ଅପରେସନ  ନୁହେଁ ଏହା ଚୀନ୍‌କୁ ଦ୍ରୁତ ଇଣ୍ଟରନେଟ  ବନାଇବାରେ ଉନ୍ନତ ପ୍ରଯୁକ୍ତି ମଧ୍ୟ  ଯୋଗାଇବ ।

Copyright © 2022 - Summa Real Media Private Limited. All Rights Reserved.