ମୁମ୍ୱାଇ : ହ୍ରିତିକ୍ ରୋଶନ ଓ ଦୀପିକା ପାଦୁକୋଣଙ୍କର ଫିଲ୍ମ ଫାଇଟର ରିଲିଜ୍ର ୧୩ ଦିନ ପରେ ଏବେ ବିବାଦରେ ଫସିବା ନଜର ଆସିଛି। ଫିଲ୍ମର କାହାଣୀ ଏୟାର ଫୋର୍ସ ଫାଇଟର ପାଇଲଟ୍ଙ୍କ ଉପରେ ରହିଛି ଏବଂ ଆସାମରେ ମୁତୟନ ୱିଙ୍ଗ କମାଣ୍ଡର ସୌମ୍ୟଦୀପ ଦାସ ମେକର୍ସଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି। ବାୟୁସେନା ଅଧିକାରୀ ଫିଲ୍ମର ସେହି ସିନ୍ ଉପରେ ଅଭିଯୋଗ କରିଛନ୍ତି, ଯେଉଁଥିରେ ହ୍ରିତିକ୍ ରୋଶନ ଓ ଦୀପିକା ପାଦୁକୋଣ ଏୟାର ଫୋର୍ସର ବର୍ଦ୍ଦିରେ ପରସ୍ପରକୁ କିସ୍ କରୁଛନ୍ତି। ୱିଙ୍ଗ କମାଣ୍ଡର ଫିଲ୍ମର ଡାଇରେକ୍ଟର ସିଦ୍ଧାର୍ଥ ଆନନ୍ଦଙ୍କ ସହ ହ୍ରିତିକ୍ ଓ ଦୀପିକାଙ୍କୁ ମଧ୍ୟ ମାନହାନିର ଆଇନଗତ ନୋଟିସ ପଠାଇଛନ୍ତି।
ୱିଙ୍ଗ୍ କମାଣ୍ଡର ସୌମ୍ୟଦୀପ ଦାସଙ୍କ ଅଭିଯୋଗ କି, ବାୟୁସେନାର ବର୍ଦ୍ଦିରେ କିସିଂ ସିନ୍, ୟୁନିଫର୍ମର ଅପମାନ ଭଳି। ଗୋଟେପଟେ ଯେଉଁଠି ଏହି ଫିଲ୍ମ ବକ୍ସ ଅଫିସରେ ୧୨ ଦିନରେ ୱାର୍ଲ୍ଡୱାଇଡ୍ ୩୦୦ କୋଟି ଟଙ୍କା କମାଇଛି, ସେପଟେ ଏହି ଲିଗାଲ ନୋଟିସ୍ରେ ଫିଲ୍ମ ଉପରେ ବିବାଦ ସୃଷ୍ଟି ହୋଇପାରେ। ୱିଙ୍ଗ କମାଣ୍ଡର ସୌମ୍ୟଦୀପ ଦାସ ନିଜର ଲିଗାଲ ନୋଟିସରେ କହିଛନ୍ତି କି, ଏୟାର ଫୋର୍ସର ୟୁନିଫର୍ମ କେବଳ କପଡ଼ା ଖଣ୍ଡେ ନୁହେଁ। ଏହା ଦେଶର ପ୍ରତିରକ୍ଷା ପାଇଁ ତ୍ୟାଗ , ଅନୁଶାସନ ଓ ଅତୁଟ ସମର୍ପଣର ଚିହ୍ନ।
ମାନହାନି ନୋଟିସ୍ରେ ସେ ଆହୁରି କହିଛନ୍ତି, ଏହି ୟୁନିଫର୍ମ ଏକ ପବିତ୍ରର ପ୍ରତୀକ , ଏହାର ବ୍ୟବହାର ରୋମାଣ୍ଟିକ୍ ଦିଗରେ ଦେଖାଇବା ଭୁଲ। ଏହା କେବଳ ପୋଷାକ ହଳେ ନୁହେଁ। ଫିଲ୍ମରେ ଏହାସହ କିସିଂ ସିନ୍ ଦେଖାଇବା , ଦେଶର ସେବାରେ ଅଗଣିତ ଯବାନଙ୍କ ବଳିଦାନ , ତାଙ୍କର ପ୍ରତିଷ୍ଠା ପ୍ରତି ଆଘାତ ପହଞ୍ଚାଇବା ସଦୃଶ ।