ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

କ୍ରୀଡ଼ା ମାନଚ୍ଚିତ୍ରରେ ସମ୍ବଲପୁରକୁ ଆଗକୁ ନେବା ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଲେ ​‌ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ୪ । ୨୪ –  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁରରେ  ‘ଡିଷ୍ଟ୍ରିକ୍ଟ ମାଷ୍ଟର ଆଥଲେଟିକ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ “ପଶ୍ଚିମ ଓଡ଼ିଶା ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ”ର ଉଦଯାପନୀ ସମାରୋହରେ ଯୋଗଦେଇ କ୍ରୀଡ଼ା ମାନଚ୍ଚିତ୍ରରେ ସମ୍ବଲପୁରକୁ ଆଗକୁ ନେବା ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଇଛନ୍ତି । 

 ଶ୍ରୀ ପ୍ରଧାନ କହିଛନ୍ତି ଯେ ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଯୁବଶକ୍ତିଙ୍କ ମଧ୍ୟରେ ଫୁଟବଲ ଖେଳ ପ୍ରତି ଥିବା ଆସକ୍ତିକୁ ବଢାଇବା ଲକ୍ଷ୍ୟରେ ‘ଡିଷ୍ଟ୍ରିକ୍ଟ ମାଷ୍ଟର ଆଥଲେଟିକ୍ ଆସୋସିଏସନ’ର ଉଦ୍ୟମ ପ୍ରଶଂସନୀୟ ।  ଏହିଭଳି ପ୍ରତିଯୋଗିତା ଦେଖିଲେ ଲାଗୁଛି, ଓଡ଼ିଶାରେ ଖେଳ ବିଶେଷ ଭାବରେ ଫୁଟବଲ ପ୍ରତି ଆଗ୍ରହ ଓ ସମର୍ଥନ ବଢୁଛି । ଆଗାମୀ ଦିନରେ “ପଶ୍ଚିମ ଓଡ଼ିଶା ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ” ଅଧିକ ବ୍ୟାପକ ଆକାରରେ ଆୟୋଜନ ହେଉ । ରାଜ୍ୟର ସବୁ ଜିଲ୍ଲାର ଯୁବ ଖେଳାଳୀମାନଙ୍କୁ ନେଇ ଫୁଟବଲ ପ୍ରତିଯୋଗିତା କରାଯାଉ । ଏହା ଦ୍ୱାରା ଯୁବକ ଯୁବତୀଙ୍କ ମଧ୍ୟରେ ଖେଳୁଆଡ ମନୋଭାବ ତିଆରି ହେଉଛି ବୋଲି ସେ କହିଥିଲେ । 

 ବରଗଡ଼ ଓ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବରଗଡ ବିଜୟୀ ହୋଇଥିଲା । ଦୁଇ ଦଳର ଖେଳାଳୀ ମାନଙ୍କୁ ପୁରସ୍କୃତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ଖୁବ ଆକର୍ଷଣୀୟ ଥିଲା । ଉଭୟ ଦଳ ବହୁତ ଭଲ ଖେଳିଲେ । ଫୁଟବଲ ଖେଳକୁ ଆହୁରି ବ୍ୟାପକ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ ।

ଆହୁରି ପଢନ୍ତୁ : ସମ୍ବଲପୁରରରେ ଆଇଆଇଏମ ଲୋକାର୍ପିତ , ଓଡ଼ିଶାର ବିକାଶ ଅଭିବୃଦ୍ଧିରେ ନୂଆ ଅଧ୍ୟାୟ ଯୋଡିହେଲା : ଧର୍ମେନ୍ଦ୍ର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.