ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଜିଲ୍ଲାସ୍ତରୀୟ ବିଶ୍ୱ ମଧୁମେହ ଦିବସ : ମଧୁମେହ ରୋଗକୁ ଅବହେଳା କଲେ ଅନେକ ରୋଗରେ ହୋଇପାରନ୍ତି ଆକ୍ରାନ୍ତ

ପୁରୀ ୧୬/୧୧ : ଜିଲ୍ଲା ସ୍ତରୀୟ ବିଶ୍ୱ ମଧୁମେହ ଦିବସ ପେଣ୍ଠକଟା କମ୍ୟୁନିଟି ହଲରେ ମଙ୍ଗଳବାର  ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜା ଶଙ୍କର ରଥ   ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମଧୁମେହ ଦିବସ ପାଳନର ପ୍ରକୃତ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ | 

ଥରେ ମଧୁମେହ ହେଲେ ଏବଂ ଅବହେଳା କଲେ ଅନେକ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନା ଥାଏ | ଡାକ୍ତରଙ୍କ ପରାମର୍ଶରେ ବଟିକା ସେବନ ଅବା ଇନ୍ସୁଲିନ ନେବା ଦ୍ୱାରା ଜଣେ ସୁସ୍ଥ ରହିବା ସହ ଅନେକ ଦିନ ବଂଚି ପାରିବ | ତେବେ ବେଳହୁଁ ସାବଧାନତା   ଆପଣେଇବା, ଜୀବନଶୈଳୀର ପରିବର୍ତ୍ତନ କରିବା, ବ୍ୟାୟାମ କରିବା, ମିଠା ଓ ତୈଳ ଜାତୀୟ ଖାଦ୍ୟକୁ ବର୍ଜନ କରିବାକୁ  ଅଧିକାରୀ ମାନେ ପରାମର୍ଶ ଦେଇଥିଲେ | ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀମାନଙ୍କର ରକ୍ତ ଶର୍କରା ପରୀକ୍ଷା କରାଯାଇଥିଲା | ଏହି ଅବସରରେ ଏକ ବକ୍ତୃତା ପ୍ରତିଯୋଗିତା ମଧ୍ୟ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା | ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ାକ୍ତର ମନୋଜ କୁମାର ମହାନ୍ତି ମଧ୍ୟ ଉପସ୍ଥିତରହି ମଧୁମେହ ରୋଗର କାରଣ, ପ୍ରତିକାର ସମନ୍ଧରେ ପୁଙ୍ଖ|ନୁପୁଙ୍ଖ ଆଲୋଚନା ମଧ୍ୟ କରିଥିଲେ | ଉପସ୍ଥିତ ସମସ୍ତ ପ୍ରତିଯୋଗୀ ମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ | ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ଡଃ ସୁଶାନ୍ତ କୁମାର ବିଶ୍ୱାଳ ସହକାରୀ ପରିଚାଳକ (ଅଣସଂକ୍ରମକ ରୋଗ), ଡାକ୍ତର ଆଶୁତୋଷ ପତି , ଲକ୍ଷ୍ମୀଧର ଦାସ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ମନୋଜ କୁମାର ପଣ୍ଡା ସହକାରୀ ପରିଚାଳକ (ତାଲିମ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Copyright © 2022 - Summa Real Media Private Limited. All Rights Reserved.