ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ପଣି ସମନ୍ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପୁଣି ସମନ କରିଛି ପ୍ରବର୍ତ୍ତନ ନର୍ଦ୍ଦେଶାଳୟ (ଇଡି) । ଅବକାରୀ ଦୁର୍ନୀତି ମାମଲାର କେଜ୍ରିଓ୍ବାଲଙ୍କୁ ଇଡି ଅଷ୍ଟମ ଥର ଲାଗି ସମନ୍‌ କରିଛି । ମାର୍ଚ୍ଚ ୪ରେ କେଜ୍ରିଓ୍ବାଲଙ୍କୁ ହାଜର ହେବାକୁ ତଦନ୍ତ ଏଜେନ୍ସି ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସପ୍ତମ ସମନ ପଠାଇଥିଲା ଇଡି। ହେଲେ ଏହାକୁ ଅବୈଧ ବୋଲି କହିବା ସହ ହଜାର ହୋଇନଥିଲେ କେଜ୍ରିଓ୍ବାଲ । ଏହାରି ମଧ୍ୟରେ ଆଜି ପୁଣି ଥରେ ତାଙ୍କୁ ଇଡି ସମନ କରିଛି । 

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ କରୁଛି । ଏହି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ବାବଦରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ଇଡି ଆପ୍‌ର ଦୁଇ ଜଣ ବଡ଼ ନେତା ମନୀଷ ସିସୋଦିଆ ଏବଂ ସଂଜୟ ସିଂହଙ୍କୁ ଗିରଫ କରିସାରିଛି । ଏହା ପୂର୍ବରୁ ଇଡି ଫେବୃଆରୀ ୨୨ରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସପ୍ତମ ଥର ଲାଗି ସମନ ପଠାଇଥିଲା । ଏହା ସହ ଫେବୃଆରୀ ୨୬ରେ ହାଜର ହେବାକୁ କହିଥିଲା ତଦନ୍ତ ଏଜେନ୍ସି । ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ । 

ସେପଟେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ମାମଲାରେ କୋର୍ଟରେ ଚାଲିଛି ଏବଂ ଏହାର ଶୁଣାଣି ମାର୍ଚ୍ଚ ୧୬ରେ ହେବ । ତେଣୁ ପ୍ରତିଦିନ ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟଙ୍କ ନିଷ୍ପତ୍ତି ଆସିବା ଯାଏଁ ଅପେକ୍ଷା କରିବା ଦରକାର ବୋଲି ସେ କହିଛନ୍ତି । 

 

  • prameyanews
  • PrameyaOdia
  • prameya
  • Arvind Kejriwal
  • delhi
  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.