ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୁନିୟର ହକି ବିଶ୍ୱକପ୍‌: କାନାଡ଼ାକୁ ୧୦-୧ରେ ହରାଇ କ୍ୱାର୍ଟରଫାଇନାଲ୍‌ରେ ଭାରତ

କ୍ୱାଲାଲୁମ୍ପୁର,୧୦/୧୨: ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ହକି  ବିଶ୍ୱକପ୍‌ରେ କାନାଡ଼ାକୁ ୧୦-୧  ଗୋଲ୍‌ରେ ହରାଇ ଭାରତ କ୍ୱାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି । ଏହି  ବିଜୟ ସହ ଦଳ ପୁଲ୍‌-ସି’ର ଦ୍ୱିତୀୟ  ସ୍ଥାନରେ ରହି ନକ୍‌ ଆଉଟ୍‌ରେ ସ୍ଥାନ ପକ୍କା କରିଥିଲା । ଭାରତ ୩ଟି ମ୍ୟାଚ୍‌ରୁ  ୨ ବିଜୟ, ୧ ପରାଜୟ ସହ ୬ପଏଣ୍ଟ  ପାଇଛି । ଏହି ପୁଲ୍‌ରେ ସ୍ପେନ ହ୍ୟାଟ୍ରିକ୍‌  ବିଜୟ ସହ ୯ପଏଣ୍ଟ ପାଇ କ୍ୱାର୍ଟରରେ  ପ୍ରବେଶ କରିଥିଲା । 

ଭାରତୀୟ ଦଳ କ୍ୱାର୍ଟର  ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ  କାନାଡ଼ାକୁ ବଡ଼ ବ୍ୟବଧାନରେ ହରାଇବା  ଜରୁରି ଥିଲା । ଦଳ ୪ଟି ଯାକ କ୍ୱାର୍ଟରରେ  ଆଧିପତ୍ୟ ବିସ୍ତାର କରି ଖେଳି ୧୦ଟି  ଗୋଲ୍‌ କରିଥିବାବେଳେ କାନାଡ଼ା  ମାତ୍ର ଗୋଟିଏ ଗୋଲ୍‌ ପରିଶୋଧ  କରିପାରିଥିଲା । ଭାରତ ପକ୍ଷରୁ ଆଦିତ୍ୟ  ଅର୍ଜୁନ ୨ଟି (ଅଷ୍ଟମ, ୪୩ମିନିଟ୍‌),  ରୋହିତ ୨ଟି (୧୨, ୫୫ମିନିଟ୍‌),  ଓଡ଼ିଆ ଖେଳାଳି ଅମନଦୀପ ଲାକ୍ରା  ୨ଟି (୨୩, ୫୨ମିନିଟ୍‌), ବିଷ୍ଣୁକାନ୍ତ  (୪୨ମିନିଟ୍‌), ରାଜିନ୍ଦର (୪୨ମିନିଟ୍‌),  ସୌରଭ ଆନନ୍ଦ (୫୧ମିନିଟ୍‌) ଓ ଉତ୍ତମ  ସିଂହ (୫୮ମିନିଟ୍‌) ଗୋଲ୍‌ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.