ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : କାର୍-ବାଇକ୍ ମୁହାଁମୁହିଁ ଧକ୍କା, ବାଇକରେ ଥିବା ୩ଜଣଙ୍କ ମୃତ୍ୟୁ

ନୟାଗଡ଼,୨୫/୧୧ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାର୍-ବାଇକ୍ ମୁହାଁମୁହିଁ ଧକ୍କା। ଫଳରେ ୩ଜଣଙ୍କ ମୃତ୍ୟୁ ଘଟିଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସୁବଳୟା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ସୁବଳୟା ନିକଟରେ କାର୍ ସହ ବାଇକ୍ ଧକ୍କା ହୋଇଛି । ବାଇକ୍‌ରେ ଥିବା ୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ଦଶପଲ୍ଲା ଅଞ୍ଚଳର ସିତୁ ଖାଁ, ଦୀପକ ମେଦିନିରା ଏବଂ ଗୋକୁଳ ନାୟକ ବୋଲି ଜଣାପଡ଼ିଛି। ଛତିଶଗଡ଼ ଅଞ୍ଚଳର ଗୋଟିଏ ପରିବାରର ୫ଜଣ ସିଜି୦୭ବିପି୨୯୭୧ ନମ୍ବର ବିଶିଷ୍ଟ କାର୍‌ରେ ପୁରୀ ଅଭିମୁଖେ ଯାଉଥିଲେ । ବାଇକ୍‌ରେ ୩ଜଣ ଯୁବକ ଦ୍ରୁତଗତିରେ ଆସି ହମ୍ପସ୍ ପାରି ହେଉଥିବାବେଳେ ଭାରସାମ୍ୟ ହରାଇ କାରର ଡାହାଣ ପଟେ ପିଟି ହୋଇଥିଲେ । ସ୍ଥାନୀୟ ଲୋକମାନେ ମୃତାହତଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନାକୁ ପଠାଇଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଦଶପଲ୍ଲା ଡାକ୍ତରଖାନାରେ ମୃତ୍ୟୁ ହୋଇଛି । 

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଖବରପାଇ ପୋଲିସ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିବା ସହ କାର୍ ଡ୍ରାଇଭରକୁ ଅଟକ ରଖି ଏବଂ ତଦନ୍ତ ଆରମ୍ଭ କରିଛି।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.