ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ସିରିଆ ରାଷ୍ଟ୍ରପତିଙ୍କୁ ଗିରଫ ପାଇଁ ଆରେଷ୍ଟ ୱାରେଣ୍ଟ ଜାରି କଲା ଫ୍ରାନ୍ସ, ଜାଣନ୍ତୁ କାହିଁକି ?

ପ୍ୟାରିସ୍, ୧୬/୧୧: ସିରିଆ ରାଷ୍ଟ୍ରପତିଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ । ରାଷ୍ଟ୍ରପତି ବଶର ଅଲ୍-ଅସଦ, ତାଙ୍କ ଭାଇ ମହେର୍ ଅଲ୍-ଅସଦ ଓ ୨ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଫ୍ରାନ୍ସ ଅଦାଲତ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ପ୍ରତିବନ୍ଧିତ ରସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ଏହି ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି ।

ଏହି ୱାରେଣ୍ଟରେ ୨୦୧୩ ଅଗଷ୍ଟରେ ପୂର୍ବ ଘଉଟାର ଡଉମାରେ ରସାୟନିକ ଅସ୍ତ୍ରଶସ୍ତ୍ର ଆକ୍ରମଣର ଅପରାଧିକ ତଦନ୍ତ କଥା କୁହାଯାଇଛି । ଉକ୍ତ ଆକ୍ରମଣରେ ସିରିଆର ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଆରେଷ୍ଟ ୱାରେଣ୍ଟ, ଯାହା କି ସିରିଆ ରାଷ୍ଟ୍ରମୁଖ୍ୟଙ୍କ ବିରୋଧରେ ଜାରି ହୋଇଛି । 

ଓଡ଼ିଶାର ସବୁ ବନ୍ଦରରେ ୧ ନମ୍ବର ବିପଦ ସଂକେତ, ୧୬ରୁ ୧୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଡଉମାରେ ଆକ୍ରମଣ ନେଇ ଏସସିଏମର ସଂସ୍ଥାପକ ଫ୍ରାନ୍ସରେ ମାମଲା କରିଥିଲେ । ଉକ୍ତ ମାମଲା ଆଧାରରେ କୋର୍ଟ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ତେବେ ରସାୟନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କଥାକୁ ସିରିଆ ଅଗ୍ରାହ୍ୟ କରି ଆସୁଛି । ତେବେ ପୂର୍ବରୁ ଜାତିସଂଘ ଏବଂ ଅନ୍ୟ ସଂସ୍ଥାର ତଦନ୍ତ ବେଳେ ୨୦୧୭ ଏପ୍ରିଲରେ ନର୍ଭ ଏଜେଣ୍ଟ ସରିନଙ୍କ କ୍ଷେତ୍ରରେ ସିରିଆ ରସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିବା ଜଣାପଡ଼ିଥିଲା ।

ତେବେ ଅନ୍ତର୍ଜାତୀୟ କ୍ରିମିନାଲ୍ କୋର୍ଟ ୨ ରାଷ୍ଟ୍ର ମୁଖ୍ୟଙ୍କୁ ଗିରଫ ପାଇଁ ପୂର୍ବରୁ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ସୁଦାନର ପୂର୍ବତନ ରାଷ୍ଟ୍ରପତି ଓମାର୍ ଅଲ୍-ବାଶିରଙ୍କୁ ଗିରଫ ପାଇଁ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । 

ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଜିତିବ କିଏ ? ୪% ଭୋଟର୍‌ ନେବେ ନିର୍ଣ୍ଣାୟକ ଭୂମିକା

Copyright © 2022 - Summa Real Media Private Limited. All Rights Reserved.