ନୂଆଦିଲ୍ଲୀ : ନୋକିଆର ସ୍ମାର୍ଟଫୋନ୍ ଓ ଫିଚର ଫୋନ୍ ନିର୍ମାତା ଏଚଏମଡି ଗ୍ଲୋବାଲ ଏକ ବଡ଼ ଘୋଷଣା କରିଛି। ଏଚଏମଡି ଗ୍ଲୋବାଲ ଏବେ ନିଜର ଓରିଜିନାଲ ବ୍ରାଣ୍ଡ ଅର୍ଥାତ୍ ଏଚଏମଡିର ବ୍ରାଣ୍ଡିଂ ଥିବା ସ୍ମାର୍ଟଫୋନ୍ ଲଞ୍ଚ କରିବ। କମ୍ପାନୀ ଗତ କିଛି ଦିନରୁ ଲଗାତାର ଏହି ଡିଭାଇସେସ୍କୁ ଟିଜ୍ କରୁଛି। ଏଚଏମଡି ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ନୋକିଆ ବ୍ରାଣ୍ଡକୁ ହଟେଇ ଦେଇଛି।
ନିର୍ମାତା କମ୍ପାନୀ ଖୁବ୍ ଶୀଘ୍ର ନିଜର ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବ, ଯାହା ଏଚଏମଡି ବ୍ରାଣ୍ଡିଂ ସହ ଆସିବ। ଏହି ସ୍ମାର୍ଟଫୋନ୍ ଖୁବ୍ ଶୀଘ୍ର ଆରମ୍ଭ ହେବା ଥିବା ମୋବାଇଲ ୱାର୍ଲଡ କଂଗ୍ରେସ (ଏମଡବ୍ଲୁସି ୨୦୨୪ )ରେ ଲଞ୍ଚ ହୋଇପାରେ । ବ୍ରାଣ୍ଡର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଥିବା ଆକାଉଣ୍ଟରେ ଏବେ ନୋକିଆ ଡଟ୍ କମ୍ ନୁହେଁ ଏଚଏମଡି ଡଟ୍ କମ୍ ମିଳିବ।
ହଜିଯିବ କି ନୋକିଆ କାହାଣୀ ?
ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି କି , ସତରେ କଣ ପୁଣି ନୋକିଆର କାହାଣୀ ସରିଯିବ। ଏହା ପୂର୍ବରୁ ମାଇକ୍ରୋଫୋନ୍ ମଧ୍ୟ ନୋକିଆର ଫୋନ୍ ବିକ୍ରି କରିସାରିଛି। କିନ୍ତୁ ପରେ କମ୍ପାନୀ ନୋକିଆ ବ୍ରାଣ୍ଡସରୁ ରାଇଟ୍ସ ଏଚଏମଡି ଗ୍ଲାବାଲକୁ ବିକ୍ରି କରିଦେଇ ଥିଲା।
ହେଲେ , ଏମିତି ନୁହେଁ କି ଏବେ ନୋକିଆର ସ୍ମାର୍ଟଫୋନ ମିଳିବ ନାହିଁ , କମ୍ପାନୀ ସ୍ପଷ୍ଟ କରିଛି କି ସେ ନୋକିଆର ଫୋନକୁ ମଧ୍ୟ ତିଆରି କରିବ , ଏହାସହ ନୂଆ ବ୍ରାଣ୍ଡସ ସହ ମିଶ୍ରଣରେ ମଧ୍ୟ କମ୍ପାନୀ ଡିଭାଇସ ଲଞ୍ଚ କରିବ। କମ୍ପାନୀର ନୂଆ ୱେବସାଇଟ୍ hmd.com, ଯାହା ଉପରେ ଆପଣଙ୍କୁ ନୋକିଆର ଫୋନ୍ସ ଲିଷ୍ଟ ମିଳିବ।