ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଇସ୍ରାଏଲ ସହ ଅସ୍ତ୍ରବିରତି ଚୁକ୍ତି ପାଇଁ ହମାସ ମୁଖ୍ୟଙ୍କ ପ୍ରୟାସ, ବାଇଡେନ୍‌ ବି ଦେଇଥିଲେ ସଂକେତ

Image Courtesy: ndtv

ଦୋହା: ଅକ୍ଟୋବର ୭ରୁ ହମାସ ଆତଙ୍କବାଦୀ ସଂଗଠନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ଯୁଦ୍ଧ ଆରମ୍ଭ ହୋଇଛି ତାହା ଶେଷ ହେବାର ନାଁ ଧରୁନାହିଁ । ହମାସ ଆତଙ୍କବାଦୀ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ କରିବା ଏବଂ ଏହାର ନାଗରିକଙ୍କୁ ବନ୍ଧକ କରିବାକୁ ନେଇ ଉତକ୍ଷିପ୍ତ ହୋଇଉଠିଛି ଇସ୍ରାଏଲ । ଆତଙ୍କବାଦୀଙ୍କ ସ୍ଥାନ ଗାଜାରେ ପଶି ଚାରିଆଡ଼ୁ ଆକ୍ରମଣ କରୁଛି ଇସ୍ରାଏଲ ସେନା । ଏଭଳି ସ୍ଥିତିରେ ହାଜର ହଜାର ଶିଶୁଙ୍କ ସମେତ ବହୁ ନିରୀହ ଲୋକଙ୍କ ଜୀବନ ଯାଇଛି।  ଆଉ ଏବେ ଯୁଦ୍ଧ ବିରତି ନେଇ ତତ୍ପରତା ପ୍ରକାଶ କରିଛି ହମାସ ସଂଗଠନ ।

କତାରର ମଧ୍ୟସ୍ଥତାରେ ହମାସ ଯୁଦ୍ଧ ବନ୍ଦ କରିବା ଲାଗି ପ୍ରୟାସ ଆରମ୍ଭ କରିଛି । ଏନେଇ ହମାସ ମୁଖ୍ୟ ଇସମାଇଲ ହନିହେ ସୂଚନା ଦେଇଛନ୍ତି । ଅସ୍ତ୍ରବିରତି ନେଇ ହେବାକୁ ଥିବା ନିଷ୍ପତ୍ତି ଆଡ଼କୁ ଆମେ ଅଗ୍ରସର ହେଉଛୁ ବୋଲି ସେ କହିଛନ୍ତି । ବନ୍ଧକ ଥିବା ୨୪୦ ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରିବା ସହ ଯୁଦ୍ଧ ବିରାମ ଲାଗି ଆଲୋଚନା ଜାରି ରହିଛି ବୋଲି ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଇସମାଇଲ ହନିହେ ଜଣାଇଛନ୍ତି ।

ଇସ୍ରାଏଲରେ ହଠାତ ରକେଟ ମାଡ଼ କରି ଏହାର ପ୍ରାୟ ୧୨୦୦ ଲୋକଙ୍କୁ ମାରିଥିଲା ହମାସ ଆତଙ୍କବାଦୀ ସଂଗଠନ । ଏହା ସହ ପ୍ରାୟ ୨୪୦ ଇସ୍ରାଏଲ ନାଗରିକଙ୍କୁ ବନ୍ଧକ କରି ରଖିଥିଲା । ଏହାର ଜବାବରେ ଇସ୍ରାଏଲ ହମାସ ସମେତ ସମ୍ପୂର୍ଣ୍ଣ ଗାଜାକୁ ଧ୍ବଂସ କରିବାକୁ ପଣ କରିଛି।  ଗାଜାର ଅବସ୍ଥା ବେହାଲ ହୋଇପଡ଼ିଥିବା ବେଳେ ଇସ୍ରାଏଲ ସେନା ଘରେ ପଶି ଆତଙ୍କବାଦୀଙ୍କୁ ନିପାତ କରିବାରେ ଲାଗିଛି । ଉଭୟ ପକ୍ଷର ଏହି ଯୁଦ୍ଧ ମଧ୍ୟରେ ଗାଜାରେ ୧୩ ହଜାର ଲୋକଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ହଜାର ହଜାର ଶିଶୁ ରହିଛନ୍ତି ।

ସେପଟେ ଅସ୍ତ୍ରବିରତି ନେଇ ବାରମ୍ବାର ପ୍ରୟାସ କରାଯାଉଛି । ଏସବୁ ଭିତରେ ଗତ ରବିବାର କତାର ପ୍ରଧାନମନ୍ତ୍ରୀ ବନ୍ଧକଙ୍କୁ ମୁକ୍ତ କରି ଯୁଦ୍ଧ ବିରାମ କଥା କହିଥିଲେ । ଏହା ପରଦିନ ଅର୍ଥାତ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିଲେ ଯେ, ବନ୍ଧକଙ୍କୁ ମୁକ୍ତ କରିବା ସହ ଏକ ଡିଲ୍‌ ଖୁବଶୀଘ୍ର ହେବ ବୋଲି ମୁଁ ବିଶ୍ବାସ କରୁଛି । ସେପଟେ ସୂତ୍ର ଆଧାରରେ ନ୍ୟୁଜ ଏଜେନ୍ସି ଏଏଫପିରେ ପ୍ରକାଶିତ ଖବର ଅନୁସାରେ, ୫ ଦିନିଆ ଅସ୍ତ୍ରବିରିତ ଉପରେ ସହମତି ହୋଇପାରେ । ଏହି ଅବଧି ମଧ୍ୟରେ ୫୦-୧୦୦ ବନ୍ଧକ ନାଗରିକଙ୍କୁ ଛାଡ଼ିପାରନ୍ତି ହମାସ ଏବଂ ଇସ୍ଲାମିକ୍‌ ଜିହାଦ ଆତଙ୍କବାଦୀ ସଂଗଠନ । ସେପଟେ ୩୦୦ ପାଲେଷ୍ଟାଇନ୍‌ ନାଗରିକ ମଧ୍ୟ ଇସ୍ରାଏଲ ଜେଲ୍‌ରୁ ମକୁଳିପାରନ୍ତି ।

  • Israel Hamas war
  • Copyright © 2022 - Summa Real Media Private Limited. All Rights Reserved.