ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେମିତି ସଫା କରିବେ ଟିଭି ସ୍କ୍ରିନ୍‌, ଜାଣନ୍ତୁ କିଛି ଘରୋଇ ଟିପ୍ସ

ଭୁବନେଶ୍ୱର ୨୨/୦୨ : ଘରର କୌଣସି ବୈଦ୍ୟୁତିକ ଉପକରଣ ସଫା କରିବା ସମୟରେ କେତୋଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଯଦି ଏସବୁ ଉପକରଣକୁ ଠିକ୍‌ ସମୟରେ ସଫା କରାନଯାଏ, ତେବେ ଏହା ଶୀଘ୍ର ନଷ୍ଟ ହେବାର ଆଶଙ୍କା ରହିଥାଏ । କୌଣସି ବୈଦ୍ୟୁତିକ ଉପକରଣ ସଫା କରିବା ସମୟରେ ପାଣିର ବ୍ୟବହାର ଆଦୌ କରନ୍ତୁ ନାହିଁ । ଅନେକ ସମୟରେ ଭୁଲ୍‌ରେ ବୈଦ୍ୟୁତିକ ଉପକରଣ ସଫା କରିବା ଯୋଗୁ ସଟ୍‌ ସର୍କିଟ୍‌ ସମସ୍ୟା ଉପୁଜିଥାଏ । ପ୍ରାୟ ସମସ୍ତଙ୍କ ଘରେ ଟିଭି ନିଶ୍ଚୟ ରହିଥାଏ । କିଛିଦିନ ଅନ୍ତରରେ ଏହାକୁ ସଫା କରିବା ଉଚିତ୍‌ । କିନ୍ତୁ ଟିଭି ସଫା କରିବା ସମୟରେ ସ୍କ୍ରିନ୍‌ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ନଚେତ୍‌ ସ୍କ୍ରିନ୍‌ରେ ଦାଗ ଆସିପାରେ । ଟିଭି ସ୍କ୍ରିନ୍‌କୁ ଏପରି କରନ୍ତୁ ସଫା... 

ମାଇକ୍ରୋ-ଫାଇବର କପଡା ବ୍ୟବହାର କରନ୍ତୁ : 

ଟିଭିକୁ ସଫା କରିବା ପାଇଁ ମାଇକ୍ରୋ-ଫାଇବର କପଡା ବ୍ୟବହାର କରିବା ଉଚିତ୍‌ । ଟିଭି ସ୍କ୍ରିନ୍‌ରେ କୌଣସି ଦାଗ ଲାଗିଥିଲେ, ତାକୁ ଛଡାଇବା ପାଇଁ ଭୁଲ୍‌ରେ ମଧ୍ୟ ଟାୱେଲ୍‌, ପଲିଷ୍ଟର କପଡା ଓ ଖବରକାଗଜର ଆଦିର ବ୍ୟବହାର କରନ୍ତୁ ନାହିଁ । ଏସବୁ ସ୍କ୍ରିନ୍‌କୁ ନଷ୍ଟ କରିଦେଇଥାଏ । ଏଭଳି ଦାଗ ଛଡାଇବା ପାଇଁ ମାଇକ୍ରୋ-ଫାଇବରର ବ୍ୟବହାର କରିପାରିବେ । 

ସ୍କ୍ରିନ୍‌ କ୍ଲିନର୍‌ ବ୍ୟବହାର :

ଟିଭିରେ ଲାଗିଥିବା ଧୂଳିକୁ ସଫା କରିବା ପାଇଁ ସ୍କ୍ରିନ୍‌ କ୍ଲିନର୍‌ ବ୍ୟବହାର କରିବା ଉଚିତ୍‌ । ଏଥିପାଇଁ କୌଣସି ସାବୁନ୍‌ ବା ଡିଟରଜେଣ୍ଟ୍‌ ଲିକ୍ୱିଡ୍‌ ବ୍ୟବହାର କରିବା ଅନୁଚିତ୍‌ । 

ସ୍କ୍ରିନିଂ ସଲ୍ୟୁସନ୍‌କୁ ସିଧାସଳଖ ବ୍ୟବହାର କରନ୍ତୁନି :

ଟିଭି ସ୍କ୍ରିନ୍‌ ସଫା କରିବା ପାଇଁ କ୍ଲିନର୍‌କୁ ସିଧାସଳଖ ସ୍କ୍ରିନ୍‌ ଉପରେ ପକାନ୍ତୁନି । ବରଂ ଏହାକୁ କପଡା ଉପରେ ପକାଇ ହାଲ୍‌କା ହାତରେ ପୋଛି ନିଅନ୍ତୁ । ଏଥିପାଇଁ ଲିଣ୍ଟ୍‌-ଫ୍ରି କପଡା ବା ମାଇକ୍ରୋ-ଫାଇବରର ବ୍ୟବହାର କରିବା ଉଚିତ୍‌ । କ୍ଲିନର୍‌କୁ ସିଧାସଳଖ ସ୍କ୍ରିନ୍‌ ଉପରେ ପକାଇବା ଦ୍ୱାରା ସେଠାରେ ଦାଗ ରହିଯାଏ । 

କ୍ଲିନର୍‌ ପରିବର୍ତ୍ତେ ଭିନେଗାର୍‌ ବ୍ୟବହାର :

ଟିଭି ସ୍କ୍ରିନ୍‌ରେ ଥିବା ଦାଗକୁ ହଟାଇବା ପାଇଁ କ୍ଲିନର୍‌ ପରିବର୍ତ୍ତେ ଭିନେଗାର ମଧ୍ୟ ବ୍ୟବହାର କରିପାରିବେ । ଭିନେଗାରକୁ ମଧ୍ୟ ମାଇକ୍ରୋ-ଫାଇବରରେ ପକାଇ ସ୍କ୍ରିନ୍‌କୁ ସଫା କରିବା ଉଚିତ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.