ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ୍‌-୧୭ର ନିଲାମ ତାଲିକାରେ ୧୧୬୬ ଖେଳାଳି, ୧୦ଟି ଯାକ ଫ୍ରାଞ୍ଚାଇଜଙ୍କ ପର୍ସରେ ମୋଟ୍‌ ୨୬୨.୯୫ କୋଟି ଟଙ୍କା

ମୁମ୍ବାଇ,୦୨/୧୨: ଆଇପିଏଲ୍‌-୧୭ର  ନିଲାମ ପାଇଁ ଖେଳାଳି ତାଲିକା ପ୍ରକାଶ ପାଇଛି । ମୋଟ୍‌ ୧୧୬୬ଜଣ ଖେଳାଳି ନିଲାମରେ ସାମିଲ ହେବା ପାଇଁ ନାମ ଦାଖଲ କରିଛନ୍ତି । ଗତ  ବିଶ୍ୱକପରେ ଚିତ୍ତାକର୍ଷକ ପ୍ରଦର୍ଶନ କରିଥିବା  ଟ୍ରେଭିସ୍‌ ହେଡ୍‌, ପ୍ୟାଟ କମିନ୍ସ, ମିଚେଲ  ଷ୍ଟାର୍କ, ରଚିନ ରବିନ୍ଦ୍ର, ଡାରିଲ ମିଚେଲ  ପ୍ରମୁଖ ଷ୍ଟାର ଖେଳାଳିଙ୍କ ନାମ ତାଲିକାରେ  ସ୍ଥାନ ପାଇଛି । ମାତ୍ର ମୁମ୍ବାଇ ଇଣ୍ଡିଆନ୍ସ ମୁକ୍ତ  କରିଥିବା ଚର୍ଚ୍ଚିତ ପେସ ବୋଲର ଜୋଫ୍ରା  ଆର୍ଚର ନିଲାମରୁ ଦୂରେଇ ରହିଛନ୍ତି ।  

ନିଲାମରେ ଖେଳାଳି କିଣିବା ପାଇଁ  ୧୦ଟି ଯାକ ଫ୍ରାଞ୍ଚାଇଜଙ୍କ ପର୍ସରେ ମୋଟ୍‌  ୨୬୨.୯୫କୋଟି ରହିଛି । ଆସନ୍ତା ୧୯ ତାରିଖରେ ଦୁବାଇରେ ଖେଳାଳି ନିଲାମ କରାଯିବ । ମୋଟ୍‌ ୧୧୬୬ ଖେଳାଳି ନିଲାମ ପାଇଁ ନାମ  ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୮୩୦ଜଣ ଭାରତୀୟ ଓ ୩୩୬ଜଣ ବିଦେଶୀ  ଖେଳାଳି ରହିଛନ୍ତି । ତାଲିକାଭୁକ୍ତ ଖେଳାଳିଙ୍କ  ମଧ୍ୟରୁ ୨୧୨ ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଛନ୍ତି । ୯୦୯ ଜଣ ଖେଳାଳି ଘରୋଇ  କ୍ରିକେଟ୍‌ରେ ସକ୍ରିୟ ରହିଛନ୍ତି । ସେହିପରି  ଆଇସିସିର ଅସ୍ଥାୟୀ ସଦସ୍ୟ ଦେଶରୁ ୪୫ଜଣ ଖେଳାଳି ନାମ ଦାଖଲ କରିଛନ୍ତି । ୧୦ଟି ଯାକ  ଫ୍ରାଞ୍ଚାଇଜ ନିଲାମ ପୂର୍ବରୁ ନିଜ ଇଛା ମୁତାବକ  ବାକି ଥିବା ୭୭ଜଣ ଖେଳାଳିଙ୍କ ସ୍ଥାନ ପୂରଣ  କରିବେ । ଏମାନଙ୍କ ମଧ୍ୟରେ ୩୦ଜଣ ବିଦେଶୀ  ଖେଳାଳି ରହିପାରିବେ । 

୮୩୦ ଭାରତୀୟ ଖେଳାଳିଙ୍କ ମଧ୍ୟରେ  ୧୮ଜଣ ଖେଳାଳି ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍‌  ଖେଳିସାରିଛନ୍ତି । ଏମାନଙ୍କ ମଧ୍ୟରୁ କେବଳ  ହର୍ଷଲ ପଟେଲ, କେଦାର ଯାଦବ, ସର୍ଦୁଲ  ଠାକୁର ଓ ଉମେଶ ଯାଦବଙ୍କ ବେସ୍‌ ପ୍ରାଇସ  ୨କୋଟି ଟଙ୍କା ରହିଛି । ବାକି ୧୪ଜଣ ଖେଳାଳିଙ୍କ  ମୂଳ ମୂଲ୍ୟ ରହିଛି ୫୦ଲକ୍ଷ ଟଙ୍କା ।  

ଆର୍ଚର ଏଥର ନାମ ପଞ୍ଜୀକରଣ  କରିନାହାନ୍ତି । ଏହା ପଛର ପ୍ରକୃତ କାରଣ ସ୍ପଷ୍ଟ  ହୋଇ ନଥିଲେ ହେଁ ଆହତ ସମସ୍ୟା ଯୋଗୁଁ  ସେ ଆଇପିଏଲ୍‌ରୁ ଦୂରେଇ ରହିଥିବା ଅନୁମାନ  କରାଯାଉଛି । ନିଲାମ ପାଇଁ ନାମ ଲେଖାଇ ଥିବ ଅନ୍ୟ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ହ୍ୟାରୀ ବ୍ରୁକ୍‌,  ଟମ ବାଣ୍ଟନ, ବେନ ଡକେଟ୍‌, ଜାମି ଓଭରଟନ,  ଆଦିଲ ରସିଦ, ଡେଭିଡ୍‌ ୱିଲି, କ୍ରିସ ୱକ୍ସଙ୍କ  ବେସ ପ୍ରାଇସ ୨କୋଟି ଟଙ୍କା ରହିଛି । ମୋଟ୍‌  ୨୫ଜଣ ଖେଳାଳି ୨କୋଟି ବେସ୍‌ ପ୍ରାଇସ୍‌ରେ  ନାମ ପଞ୍ଜୀକରଣ କରିଛନ୍ତି ।  

ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ ଜୋସ  ହାଜେଲଉଡ୍‌, ହେଡ୍‌, କମିନ୍ସ, ଷ୍ଟାର୍କ, ସିନ  ଆବୋଟ୍‌, ଜୋସ ଇଂଲିଶ ଓ ଷ୍ଟିଭେନ ସ୍ମିଥ୍‌ଙ୍କ  ବେସ୍‌ ପ୍ରାଇସ ୨କୋଟି ଟଙ୍କା ରହିଛି ।  ବାଂଲାଦେଶର ୬ଜଣ ଖେଳାଳ ନିଲାମ ପାଇଁ  ନାମ ପଞ୍ଜୀକରଣ କରିଛନ୍ତି । ଏମାନଙ୍କ ମଧ୍ୟରେ  କେବଳ ମୁସ୍ତାଫିଜୁର ରେହମାନଙ୍କ ବେସ  ପ୍ରାଇସ ୨କୋଟି ଟଙ୍କା ରହିଛି ।  

ବିଶ୍ୱକପ୍‌ର ଯୁବ ଷ୍ଟାର ତଥା ନ୍ୟୁଜିଲାଣ୍ଡ  ଅଲ୍‌ରାଉଣ୍ଡର ରଚିନ ରବିନ୍ଦ୍ର ୫୦ଲକ୍ଷ ଟଙ୍କା  ବେସ୍‌ ପ୍ରାଇସ୍‌ରେ ନାମ ପଞ୍ଜୀକରଣ କରିଛନ୍ତି । ବିଶ୍ୱକପ୍‌ରେ ସେ ୩ଟି ଶତକ ସହ ମୋଟ୍‌  ୫୭୮ରନ୍‌ ସଂଗ୍ରହ କରିଥିଲେ । ସେହିପରି  ଦକ୍ଷିଣ ଆଫ୍ରିକାର ଯୁବ ପେସ ବୋଲର ଗେରାଲ୍ଡ କୋଏଜି ମଧ୍ୟ ନାମ ଦାଖଲ କରିଛନ୍ତି । ତାଙ୍କ  ବେସ ପ୍ରାଇସ ୨କୋଟି ଟଙ୍କା ରହିଛି ।  

୨କୋଟି ଟଙ୍କା  ତାଲିକାଭୁକ୍ତ ଖେଳାଳି  

ହର୍ଷଲ ପଟେଲ, ସର୍ଦୁଲ ଠାକୁର,  ଉମେଶ ଯାଦବ, କେଦାର ଯାଦବ, ମୁଜିବ  ଉର ରେହମାନ, ସିନ ଆବୋଟ୍‌, ପ୍ୟାଟ୍‌  କମିନ୍ସ, ଜୋସ ହାଜେଲଉଡ୍‌, ଟ୍ରେଭିସ  ହେଡ୍‌, ଜୋସ ଇଂଲିଶ, ମିଚେଲ ଷ୍ଟାର୍କ,  ଷ୍ଟିଭେନ ସ୍ମିଥ୍‌, ମୁସ୍ତାଫିଜୁର ରେହମାନ,  ଟମ ବାଣ୍ଟନ, ହ୍ୟାରୀ ବ୍ରୁକ୍‌, ବେନ ଡକେଟ୍‌,  ଜାମି ଓଭରଟନ, ଆଦିଲ ରସିଦ, ଡେଭିଡ୍‌  ୱିଲି, କ୍ରିସ ୱକ୍ସ, ଲୋକି ଫର୍ଗୁସନ, ଗେରାଲ୍ଡ  କୋଏଜି, ରାଇଲି ରସୋ, ରାଶି ଭାନ ଡୁର  ଡୁସେନ, ଆଞ୍ଜେଲୋ ମାଥ୍ୟୁସ । 

୧.୫କୋଟି ଟଙ୍କା  ତାଲିକାଭୁକ୍ତ ଖେଳାଳି 

ମହମ୍ମଦ ନବି, ମୋଏଜସ ହେନରିକ୍ସ, କ୍ରିସ  ଲିନ, କେନ ରିଚାର୍ଡସନ, ଡାନିଏଲ୍‌ ସାମ୍ସ,  ଡାନିଏଲ୍‌ ୱରାଲ, ଟମ କୁରାନ, ମର୍ଚାଣ୍ଟ ଡି  ଲାଙ୍ଗେ, କ୍ରିସ ଜୋର୍ଡାନ, ଦାୱିଦ ମଲାନ,  ତାଇମାଲ ମିଲ୍ସ, ଫିଲ ସଲ୍ଟ, କୋରି ଆଣ୍ଡରସନ,  କଲିନ ମନ୍‌ରୋ, ଜିମ୍ମି ନୀଶମ, ଟିମ ସାଉଦି,  କଲିନ ଇନଗ୍ରାମ, ୱାନିଣ୍ଡୁ ହସରଙ୍ଗା, ଜାସନ  ହୋଲ୍ଡର, ସେରଫାନ ରଦରଫୋର୍ଡ । 

୧କୋଟି ଟଙ୍କା  ତାଲିକାଭୁକ୍ତ ଖେଳାଳି 

ଆଷ୍ଟନ ଅଗର, ରିଲି ମେରେଡିଥ୍‌, ଡାର୍ସି ସର୍ଟ,  ଆଷ୍ଟନ ଟ୍‌ର୍ଣ୍ଣର, ଗସ ଆଟ୍‌କିନସନ, ସାମ  ବିଲିଙ୍ଗ୍‌ସ, ମାଇକେଲ ବ୍ରେସୱେଲ, ମାର୍ଟିନ ଗୁପତିଲ, କେଲି ଜାମିସନ, ଆଡାମ ମିଲନେ,  ଡାରିଲ ମିଚେଲ, ୱେନ ପାର୍ନେଲ, ଡ୍ୱେନ  ପ୍ରିଟୋରିୟସ୍‌, ଅଲ୍‌ଜାରୀ ଜୋଶେଫ, ରୋଭମାନ ପାୱେଲ୍‌, ଡେଭିଡ ୱିସ ।

Also Read :-

ଟି-୨୦ର ଚତୁର୍ଥ ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କଲା ଭାରତ; ୨୦ ରନ୍‌ରେ ହାରିଲା କଙ୍ଗାରୁ ଟିମ୍‌

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.