ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ୍‌ ଖେଳିବେ ଯୁବ ପେସ୍‌ ବୋଲର ସମର ଯୋଶେଫ, ସୁପରଜାଏଣ୍ଟ୍‌ସ ସହ କଲେ ଚୁକ୍ତି

ନୂଆଦିଲ୍ଲୀ,୧୧/୦୨: ୱେଷ୍ଟଇଣ୍ଡିଜର ଚର୍ଚ୍ଚିତ ଯୁବ ପେସ୍‌ ବୋଲର ସମର ଯୋଶେଫ୍‌  ଆଗାମୀ ଆଇପିଏଲ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ପକ୍ଷରୁ ଖେଳିବେ । ଶନିବାର ସୁପରଜାଏଣ୍ଟ୍‌ସ ଫ୍ରାଞ୍ଚାଇଜ୍‌  ଆହତ ମାର୍କ ଉଡ୍‌ଙ୍କ ସ୍ଥାନରେ ଯୋଶେଫ୍‌ଙ୍କ ସହ  ଚୁକ୍ତି ସ୍ୱାକ୍ଷର କରିଛି । ଉଡ୍‌ଙ୍କ କିଣା ମୂଲ୍ୟ ଅନୁସାରେ ଦଳ ତାଙ୍କୁ ୩କୋଟି ଟଙ୍କାରେ ସାମିଲ୍‌ କରିଛି । 

ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟରେ ୱେଷ୍ଟଇଣ୍ଡିଜ୍‌କୁ ଐତିହାସିକ ବିଜୟ ଦେବାରେ ମୁଖ୍ୟ  ଭୂମିକା ଗ୍ରହଣ କରିଥିଲେ ଯୋଶେଫ୍‌ । ଦ୍ୱିତୀୟ  ଇନିଂସ୍‌ରେ ୭ଟି ୱିକେଟ୍‌ ନେଇ ରାତାରାତି ଷ୍ଟାର୍‌ ପାଲଟି  ଯାଇଥିଲେ । ଏହାପରେ ତାଙ୍କ ଉପରେ ଆଇପିଏଲ୍‌  ଫ୍ରାଞ୍ଚାଇଜଙ୍କ ନଜର ରହିଥିଲା । ସୁପରଜାଏଣ୍ଟ୍‌ ବିନା  ଦ୍ୱନ୍ଦ୍ୱରେ ଯୋଶେଫ୍‌ଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଛି । ସେ  ପ୍ରଥମ ଥର ଆଇପିଏଲ୍‌ ଖେଳିବେ । ଯୋଶେଫ୍‌ ଚଳିତ  ବର୍ଷ ଟେଷ୍ଟ ପଦାର୍ପଣ କରିଥିଲେ । ସେ ୨ଟି ମ୍ୟାଚ୍‌ ଖେଳି  ମୋଟ ୧୩ଟି ୱିକେଟ୍‌ (୨ଥର ୫ ୱିକେଟ୍‌) ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.